bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Haggai 2
Haggai 2
Odia - 1840
← Chapter 1
Jump to:
Chapter 1
Chapter 2
1
"ସପ୍ତମ ମାସର ଏକବିଂଶ ଦିବସ ରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗଯଙ୍କ ନିକଟକୁ ଆସିଲା।"
2
"ଏହି ବାର୍ତ୍ତା ଯିହୁଦାର ଦଶାେଧ୍ଯକ୍ଷ ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିହାଶୂେୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ।"
3
"ତୁମ୍ଭମାନଙ୍କ ମଧ୍ଯରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ବଂସ ହାଇେ ୟାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭମାନେେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତବେେ ତୁମ୍ଭର ଦୃଷ୍ଟି ରେ ଏହା କିଛି ନୁହେଁ।"
4
"କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, 'ୟିରୁଦ୍ଦାବିଲର ସାହସ ଜଗାଅ' ୟିହୋଷାଦକଙ୍କ ପୁତ୍ର ଯିହାଶୂେୟ, ତୁମ୍ଭେ ଜଣେ ମହାୟାଜକ 'ସାହସ ଜଗାଅ' ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ। ସଦାପ୍ରଭୁ କୁହନ୍ତି, 'ଏହି କାର୍ୟ୍ଯ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।"
5
"ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ମିଶର ପରିତ୍ଯାଗ କଲା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧିଅରେ ଅଛି। ତେଣୁ ଭୟ କରନାହିଁ।"
6
"କାହିଁକି? କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ଅଳ୍ପ ସମୟ ପ ରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ବର୍ଗ, ମର୍ତ୍ତ୍ଯ, ଜଳ ଓ ସ୍ଥଳ ରେ କମ୍ପନ ଆଣିବା।"
7
"ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।"
8
"ସମାନଙ୍କେର ସମସ୍ତ ରୂପାର ଅଧିକାରୀ ଆମ୍ଭେ ଏବଂ ସମସ୍ତ ସ୍ବର୍ଣ୍ଣ ମଧ୍ଯ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କହୁଛନ୍ତି।"
9
"ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହବେ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା, ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।"
10
"ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ ରେ ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ।"
11
"ଏହି ଜିନିଷଗୁଡିକ ବିଷଯ ରେ ବ୍ଯବସ୍ଥା କ'ଣ କୁ ହେ, ଯାଜକମାନଙ୍କୁ ପଗ୍ଭରିବାକୁ ସର୍ବଶକ୍ତିମାନ ସଦାପ୍ରଭୁ ଆଦେଶ ଦିଆନ୍ତି।"
12
"ମନକରେ ଜଣେ ମନୁଷ୍ଯ କିଛି ମାଂସ ତା'ର ପୋଷାକର ଭାଙ୍ଗ ରେ ନିଏ। ଏହା ପବିତ୍ର ହବେ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶଷେ। କ'ଣ ସହେି ସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତଲେ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତବେେ ସେ ସବୁ କ'ଣ ପବିତ୍ର ହାଇଯେିବ?"
13
"ତା'ପ ରେ ହାଗଯ କହିଲେ, ଯଦି ଜଣେ ବ୍ଯକ୍ତି ଗୋଟିଏ ଶବକୁ ଛୁଏଁ ତବେେ ସେ କ'ଣ ଅପବିତ୍ର ହବେ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡିକୁ ଛୁଏଁ ସଗେୁଡିକ କ'ଣ ଅପବିତ୍ର ହାଇଯେିବ?"
14
"ତା'ପ ରେ ହାଗଯ କହିଲେ, ସଦାପ୍ରଭୁ ପରମେଶ୍ବର ଏହିସବୁ କହନ୍ତି, 'ଦେଶର ଲୋକମାନଙ୍କ ବିଷଯ ରେ ଏହା ସତ୍ଯ ଅଟେ। ସହେି ଲୋକମାନେ ଆମ୍ଭ ସମ୍ମୁଖ ରେ ଶୁଦ୍ଧ ଓ ପବିତ୍ର ନଥିଲେ। ତେଣୁ ଯେ କୌଣସି ଜିନିଷକୁ ସମାନେେ ଛୁଉଁଥିଲେ ଏବଂ ଯେ କୌଣସି ଜିନିଷକୁ ସମାନେେ ୟଜ୍ଞବଦେୀ ଉପରକୁ ଆଣୁଥିଲେ ସଗେୁଡିକ ସବୁ ଅଶୁଦ୍ଧ ହେଉଥିଲା।"
15
"ଆଜି ଦିନର ପୂର୍ବରୁ ଯାହାସବୁ ଘଟିଲା ସେ ବିଷଯ ରେ ଚିନ୍ତା କର। ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ ଆରମ୍ଭ କରିବାର ପୂର୍ବ ସମୟ ବିଷଯ ରେ ଚିନ୍ତା କର।"
16
"ଲୋକମାନେ କୋଡିଏ ଓଜନ ମାପର ଶସ୍ଯ ଗ୍ଭହିଁଥିଲେ କିନ୍ତୁ ଶସ୍ଯ ସ୍ତୁପ ରେ ମାତ୍ର ଦଶ ଓଜନ ମାପର ଶସ୍ଯ ଥିଲା। ଲୋକମାନେ ଦ୍ରାକ୍ଷାରସ କୁଣ୍ତରୁ ପଗ୍ଭଶ ମାଠିଆ ଦ୍ରାକ୍ଷାରସ ଗ୍ଭହିଁଥିଲେ। କିନ୍ତୁ ସେଥି ରେ ମାତ୍ର କୋଡିଏ ମାଠିଆ ଦ୍ରାକ୍ଷାରସ ଥିଲା।"
17
"କାହିଁକି ଏହା ହେଲା? କାରଣ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦଲେୁ। ଗଛଗୁଡିକ ମାରିଦବୋକୁ ଆମ୍ଭେ ରୋଗ ପଠାଇଥିଲୁ। ତୁମ୍ଭ ହାତ ରେ ପ୍ରସ୍ତୁତ କରିଥିବା ଶସ୍ଯକୁ ଆମ୍ଭେ କୁଆପଥର ପକାଇ ନଷ୍ଟ କରିଥିଲୁ। ଆମ୍ଭେ ଏସବୁ କଲାପ ରେ ମଧ୍ଯ ସମାନେେ ଆମ୍ଭ ପାଖକୁ ଆସିଲେ ନାହିଁ।' ସଦାପ୍ରଭୁ ଏହିସବୁ କହିଲେ।"
18
"ସଦାପ୍ରଭୁ କହିଲେ, ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ଯ ଶଷେ କରିଛ। ତେଣୁ ଏହାପ ରେ କ'ଣ ସବୁ ଘଟୁଛି ଆଗକୁ ଲକ୍ଷ୍ଯ କର।"
19
"ଖଳା ରେ ଆଉ ଶସ୍ଯ ଅଛି କି? ନାଁ, କୌଣସି ଶସ୍ଯ ଖଳା ରେ ନାହିଁ। ଦ୍ରାକ୍ଷାଲତାକୁ, ଡିମିରି ଗଛକୁ, ଡାଳିମ୍ବୂ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ଯ କର। ସମାନେେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁନାହିଁନ୍ତି। କିନ୍ତୁ ଆଜିଠାରୁ ଦେଖ, ସଗେୁଡିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।"
20
"ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗଯ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି।"
21
"ଯିହୁଦାର ଶାସକ ୟିରୁଦ୍ଦାବିଲଙ୍କ ନିକଟକୁ ୟାଅ। ଆମ୍ଭେ ପୃଥିବୀ ଓ ସ୍ବର୍ଗକୁ ଥରାଇ ଦବୋ।"
22
"ଆମ୍ଭେ ବହୁ ରାଜ୍ଯ ଓ ରାଜାଙ୍କୁ ଓଲଟାଇ ଦବୋ, ଆମ୍ଭେ ରାଜ୍ଯର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସମାନଙ୍କେର ରଥ ଓ ଆ ରୋହୀଙ୍କୁ ଧ୍ବଂସ କରିବା। ଆମ୍ଭେ ସମାନଙ୍କେର ୟୁଦ୍ଧ ଅଶ୍ବ ଓ ଆ ରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସମାନେେ ପରସ୍ପର ବିରୁଦ୍ଧ ରେ ଯିବେ ଏବଂ ପରସ୍ପର ଖଣ୍ତା ରେ ହଣାହଣି ହାଇେ ମରିବେ।"
23
"ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲ, ତୁମ୍ଭେ ଆମ୍ଭର ଭୃତ୍ଯ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସହେି ସମୟରେ ଆମ୍ଭେ ତୁମ୍ଭକୁ ଏକ ମାହେର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହବେ।"
← Chapter 1
Jump to:
Chapter 1
Chapter 2
All chapters:
1
2