bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
James 5
James 5
Odia - 1840
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
1
"ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।"
2
"ତୁମ୍ଭର ଧନସବୁ ନଷ୍ଟ ହାଇଯୋଇଛି ଓ ମୂଲ୍ଯହୀନ ହାଇେ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି।"
3
"ତୁମ୍ଭର ସୁନା ଓ ରୂପା ରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହାଇେ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ୟ୍ଯ କରିଛ। ସହେି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦବେ। ଶଷଦେିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ।"
4
"ଲୋକେ ତୁମ୍ଭ କ୍ଷତମାନଙ୍କେ ରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସମାନଙ୍କେର ମଜୁରୀ ଦଲେ ନାହିଁ। ସମାନେେ ତୁମ୍ଭ ବିରୁଦ୍ଧ ରେ କ୍ରନ୍ଦନ କରୁଛନ୍ତି। ସମାନେେ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କଲେ। ଏବେ ସ୍ବର୍ଗୀୟ ସନୋବାହିନୀ ରେ ପ୍ରଭୁ ସମାନଙ୍କେ ଚିତ୍କାର ଶୁଣିଛନ୍ତି।"
5
"ପୃଥିବୀ ରେ ତୁମ୍ଭ ଜୀବନ ବିଳାସପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମାଟେ କଲ।"
6
"ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦଖାଇେଲ ନାହିଁ। ସମାନେେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ଯ, ତୁମ୍ଭେ ସମାନଙ୍କେୁ ହତ୍ଯା କରିଛ।"
7
"ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।"
8
"ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।"
9
"ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।"
10
"ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସମାନେେ ଅନକେ ଯାତନା ସହି ଥିଲେ ହେଁ ର୍ଧୈୟ୍ଯବାନ ଥିଲେ।"
11
"ଆମ୍ଭେ କହୁଛୁ ଯେ, ଯେଉଁମାନେ ସମାନଙ୍କେର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କଲେ, ସମାନେେ ବର୍ତ୍ତମାନ ଖୁସି ରେ ଅଛନ୍ତି। ତୁମ୍ଭମାନେେ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହାଇେ ସାରିଲା ପରେ ପରମେଶ୍ବର ତାହାଙ୍କୁ ସାହାୟ୍ଯ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣା ରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।"
12
"ମାେ ଭାଇ ଓ ଭଉଣୀମାନେ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।"
13
"ଯଦି କହେି ସଙ୍କଟ ରେ ପଡ଼ିଛି, ତା' ହେଲେ ସେ ପ୍ରାର୍ଥନା କରୁ। ଯଦି କହେି ଖୁସି ଅଛି, ତା ହେଲେ ସେ ଗୀତ ଗାଉ।"
14
"ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।"
15
"ବିଶ୍ବାସ ରେ କରାଯାଇଥିବା ସହେି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦବେ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତବେେ ପରମେଶ୍ବର ତାହାକୁ କ୍ଷମା କରିବେ।"
16
"ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।"
17
"ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହବୋ ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ"
18
"ତା'ପରେ ଏଲୀୟ ବର୍ଷା ହବୋ ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀ ରେ ପୁନଃ ଶସ୍ଯ ଉତ୍ପନ୍ନ ହେଲା।"
19
"ମାେ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ଯରୁ ବିଚଳିତ ହାଇଯୋଏ, ତବେେ ଅନ୍ୟ ଜଣେ ତାହାକୁ ସତ୍ଯକୁ ଫରୋଇ ଆଣିବା ପାଇଁ ସାହାୟ୍ଯ କରୁ।"
20
"ଏହା ମନରେଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫରୋଇ ଆଣେ, ତବେେ ସେ ମୃତ୍ଯୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ବାରା, ସହେି ଲୋକ ଅନକେ ପାପକ୍ଷମାର କାରଣ ହାଇପୋରିଥାଏ।"
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
All chapters:
1
2
3
4
5