bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Lamentations 4
Lamentations 4
Odia - 1840
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
1
"ଦେଖ, ସୁବର୍ଣ୍ଣ କିପରି ମଳିନ ହାଇେଅଛି। ଅତ୍ଯନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହାଇେଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତା ରେ ବିକ୍ଷିପ୍ତ ହାଇେ ପଡ଼ିଅଛି।"
2
"ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସମାନଙ୍କେୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ଯ ଗଣନା କରିଛନ୍ତି।"
3
"ଏପରିକି ଶୃଗାଳମାନେ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ଯପାନ କରାନ୍ତି। ମାତ୍ର ୟିରୁଶାଲମ କନ୍ଯା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହାଇେଛନ୍ତି।"
4
"ତୃଷା ହତେୁ, ସ୍ତନ୍ଯପାଯୀ ଶିଶୁର ଜିହ୍ବା ତାଳୁ ରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କହେି ସମାନଙ୍କେୁ ରୋଟୀ ଦିଅନ୍ତି ନାହିଁ।"
5
"ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ, ସମାନେେ ବର୍ତ୍ତମାନ ରାସ୍ତା ରେ ଅନାଥ ହାଇେଛନ୍ତି। ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହାଇେଥିଲେ। ସମାନେେ ଖତରାଶି ଅବଲମ୍ବନ କରୁଛନ୍ତି।"
6
"ୟିରୁଶାଲମ କନ୍ଯାମାନଙ୍କର ପାପ ସଦୋମ ଓ ଗୋ ମାରଠାରୁେ ଅଧିକ। ସଦୋମ ନିମିଷକ ମଧିଅରେ ଧ୍ବଂସପ୍ରାପ୍ତ ହେଲା ଓ କହେି ବ୍ଯକ୍ତି ତାକୁ ଆକ୍ରମଣ କରି ନ ଥିଲେ।"
7
"ଯିହୁଦାର କେତକେ ଲୋକ ପରମେଶ୍ବରଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହାଇେଥିଲେ। ସମାନେେ ନିର୍ମଳ ଥିଲେ; ସମାନେେ ହିମ ଅପେକ୍ଷା ଅକ୍ଷିକ ଶୁଭ୍ର, ଦୁଗ୍ଧଠାରୁ ଅଧିକ ଶୁକ୍ଲ ଥିଲେ। ସମାନଙ୍କେର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ ସମାନଙ୍କେର କ୍ଲାନ୍ତି ନୀଳକାନ୍ତ ମଣି ତୁଲ୍ଯ ଥିଲା।"
8
"ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।"
9
"ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।"
10
"ସ୍ନହମେଯୀ ମାଆମାନେ ଆପଣା ପ୍ରିଯ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସମାନେେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତବେେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।"
11
"ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କୋର୍ଧ ସିୟୋନ ଉପ ରେ ଢ଼ାଳି ଦେଲେ। ପୁଣି ସେ ସିୟୋନ ରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।"
12
"ବିପକ୍ଷ ଲୋକ ଓ ଶତ୍ରୁ ଯେ ୟିରୁଶାଲମର ଦ୍ବାର ସମୂହ ରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କହେି ବିଶ୍ବାସ କରି ନ ଥିଲେ।"
13
"ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କଲେ। ଏବଂ ସମାନେେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।"
14
"ସହେି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ ଲୋକପରି ରାସ୍ତା ରେ ବୁଲିଲେ, ସମାନେେ ରକ୍ତ ରେ ଅଶୁଚି ହାଇେଥିଲେ। ତେଣୁ କହେି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।"
15
"ଲୋକେ ସମାନଙ୍କେୁ ଡ଼ାକି କହିଲେ, ଦୂର ହୁଅ, ଦୂର ହୁଅ। ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ। ସମାନେେ ଏଣେ ତଣେେ ବାସହୀନ ହାଇେ ବୁଲୁଥିବା ବେଳେ ଅନ୍ୟ ଗୋଷ୍ଠୀଯମାନେ କହିଲେ, ସମାନେେ ଆମ୍ଭମାନଙ୍କ ସହିତ ଆଉ ଏଠା ରେ ପ୍ରବାସ କରିବେ ନାହିଁ।"
16
"ସଦାପ୍ରଭୁଙ୍କ କୋପ ରେ ସମାନେେ ବିନଷ୍ଟ ହାଇେଅଛନ୍ତି। ସଦାପ୍ରଭୁ ଆଉ ସମାନଙ୍କେ ପ୍ରତି ଦୃଷ୍ଟିପାତ କରିବେ ନାହିଁ। କାରଣ ସମାନେେ ଯାଜକମାନଙ୍କୁ ଆଦର କଲେ ନାହିଁ କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।"
17
"ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।"
18
"ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ। ତେଣୁ ଆମ୍ଭମାନେେ ରାସ୍ତା ରେ ଚାଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶଷେ ନିକଟ ଅଟେ। ଆମ୍ଭମାନଙ୍କର ଆଯୁ ଶଷେ ହାଇେଛି। ଆମ୍ଭମାନଙ୍କର ଶଷେକାଳ ଉପସ୍ଥିତ।"
19
"ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀଠାରୁ ଅଧିକ ବଗଗୋମୀ। ସମାନେେ ଆମ୍ଭମାନଙ୍କୁ ପର୍ବତ ରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତର ରେ ଲୁଚି ରହିଲେ।"
20
"ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିଲେ। ଆମ୍ଭମାନେେ କହୁଥିଲୁ, ତାଙ୍କର ଛାଯାତଳେ ଆମ୍ଭମାନେେ ବଞ୍ଚିବା ଓ ସେ ଗୋଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ। ମାତ୍ର ସଦାପ୍ରଭୁଙ୍କ ସହେି ଅଭିଷିକ୍ତ ଲୋକ ସମାନଙ୍କେ ଦ୍ବାରା ଗର୍ତ୍ତ ରେ ଧରାଗଲେ।"
21
"ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।"
22
"ହେ ସିଯୋନର କନ୍ଯ, ତୁମ୍ଭ ଅଧର୍ମର ଦଣ୍ଡ ଶଷେ ହାଇେଛି। ତୁମ୍ଭମାନେେ ଆଉ ବନ୍ଦୀତ୍ବ ସ୍ଥାନକୁ ୟିବ ନାହିଁ। ହେ ଇଦୋମର କନ୍ଯ, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦବେେ। ସେ ତୁମ୍ଭର ପାପସବୁ ଖାଲିେ ଦବେେ।"
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
All chapters:
1
2
3
4
5
Recommended Reading
Commentary
Lamentations Commentaries
→
Devotional
Lamentations Devotional Guide
→
Get This Bible
Odia - 1840 Study Bible
→