bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Song of Solomon 7
Song of Solomon 7
Odia - 1840
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 8 →
1
"ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।"
2
"ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବତ୍ତୁର୍ଳ ପାତ୍ର ତୁଲ୍ଯ। ତୁମ୍ଭର ଉଦର ଶାେଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ଯ।"
3
"ତୁମ୍ଭର ସ୍ତନ ୟୁଗଳ ହରିଣର ୟାଆଁଳା ଛୁଆପରି।"
4
"ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।"
5
"ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବଣେୀ ପାଶ ରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।"
6
"ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।"
7
"ତୁମ୍ଭ ଶରୀରର ଦୀର୍ଘ୍ଯତା ଖଜୁରୀ ବୃକ୍ଷ ତୁଲ୍ଯ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ଯ।"
8
"ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ଯ ହେଉ। ପୁଣି ତୁମ୍ଭ ନିଶ୍ବାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ଯ ହେଉ।"
9
"ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, ସହେି ଦ୍ରାକ୍ଷାରସ ମାେ ପ୍ରିଯତମାଙ୍କ ଗଳ ଦେଶ ରେ ଧୀର ଭାବରେ ଗଳିୟାଏ ଏବଂ ମାରେ ଓଷ୍ଠ ଓ ଦାନ୍ତ ଦଇେ ଧୀ ରେ ଧୀ ରେ ବହିୟାଏ।"
10
"ମୁଁ ଆପଣା ପ୍ରିଯତମଙ୍କର ଓ ତାଙ୍କର ବାସନା ମାେ ପ୍ରତି ଅଛି।"
11
"ଆସ, ମାରେ ପ୍ରିଯତମ, ଆମ୍ଭମାନେେ କ୍ଷେତ୍ରକୁ ୟିବା। ଆସ ହନୋ ଚାରାଗଛ ଗହଣ ରେ ରାତିଟି କଟଇଦେବୋ।"
12
"ଆମ୍ଭମାନେେ ଅତି ପ୍ରଭାତ ରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ ହାଇେଅଛି କି ନାହିଁ, ତାହା ଆମ୍ଭମାନେେ ଦେଖିବା। ସଠାେ ରେ ମୁଁ ତୁମ୍ଭଙ୍କୁ ଆପଣା ପ୍ ରମେ ପ୍ରଦାନ କରିବି।"
13
"ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ବାର ନିକଟରେ ସର୍ବପ୍ରକାର ବହୁମୂଲ୍ଯ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମାରେ ପ୍ରିଯତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।"
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 8 →
All chapters:
1
2
3
4
5
6
7
8