bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Thessalonians 1
2 Thessalonians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 2 →
1
ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।
2
ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
3
ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।
4
ତେଣୁ ଈଶ୍ୱରଙ୍କ ଉପାସକ ମଣ୍ଡଳୀମାନଙ୍କରେ ତୁମକୁ ନେଇ ଆମେ ଦର୍ପ କରିଥାଉ। ତୁମ୍ଭେମାନେ କିପରି ସମସ୍ତ କ୍ଲେଶ ଓ ତାଡ଼ନା ସହ୍ୟ କରି ନିଜ ବିଶ୍ୱାସରେ ଅବିଚଳିତ ରହିଛ, ଏ କଥା ଆମେ ଗର୍ବର ସହିତ ପ୍ରକାଶ କରିଥାଉ।
5
ଏ ସମସ୍ତରୁ ପ୍ରମାଣିତ ହେଉଛି ଯେ, ଈଶ୍ୱରଙ୍କ ବିଚାର ଯଥାର୍ଥ ଏବଂ ତୁମ୍ଭେମାନେ ତାହାଙ୍କ ରାଜ୍ୟର ଯୋଗ୍ୟ ହେବ, କାରଣ ସେହି ରାଜ୍ୟ ନିମନ୍ତେ ତୁମ୍ଭେମାନେ ଉତ୍ପୀଡ଼ିତ ହେଉଛ।
6
ଯାହା ନ୍ୟାୟସଙ୍ଗତ, ଈଶ୍ୱର ତାହା ସାଧନ କରିବେ। ଯେଉଁମାନେ ଏବେ ତୁମକୁ ନିର୍ଯ୍ୟାତନା କରୁଛନ୍ତି, ସେମାନେ ନିର୍ଯ୍ୟାତିତ ହେବେ।
7
ଈଶ୍ୱର ତୁମ ଦୁଃଖ ଭୋଗର ଅବସାନ ଘଟାଇ ଆମକୁ ମଧ୍ୟ ଆଶ୍ୱସ୍ତ କରିବେ। ଈଶ୍ୱର ଏହି କାର୍ଯ୍ୟ ସାଧନ କରିବେ, ଯେତେବେଳେ ପ୍ରଭୁ ଯୀଶୁ ତାଙ୍କର ମହାପରାକ୍ରାନ୍ତ ଦୂତମାନଙ୍କ ଗହଣରେ ସ୍ୱର୍ଗରୁ ଅବତରଣ କରିବେ।
8
ଯେଉଁମାନେ ଈଶ୍ୱରଙ୍କୁ ଉପେକ୍ଷା କରୁଛନ୍ତି ଓ ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଅଗ୍ରାହ୍ୟ କରୁଛନ୍ତି, ସେହି ଲୋକମାନଙ୍କୁ ଶାସ୍ତି ଦେବା ନିମନ୍ତେ ସେ ସେତେବେଳେ ଜ୍ୱଳନ୍ତ ଅଗ୍ନିଶିଖା ନେଇ ଆସିବେ।
9
ସେହି ଲୋକମାନେ ପ୍ରଭୁଙ୍କ ସାନ୍ନିଧ୍ୟରୁ ଓ ପରାକ୍ରମର ଗୌରବରୁ ବିଚ୍ଛିନ୍ନ ହୋଇ ଚିରକାଳ ପାଇଁ ବିନଷ୍ଟ ହେବେ।
10
କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।
11
ସେଥିପାଇଁ ଆମେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କୁ ଯେଉଁ ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆହ୍ୱାନ କରିଛନ୍ତି, ତାହା କରିବା ପାଇଁ ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ। ତାଙ୍କ ଶକ୍ତିରେ ସେ ତୁମର ସମସ୍ତ ସତ୍ କାମନା ପୂରଣ କରି ତୁମ୍ଭମାନଙ୍କର ବିଶ୍ୱାସକୁ ପରିପକ୍ୱ କରନ୍ତୁ।
12
ଏହିପରି ଭାବରେ ଆମ ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରୁ, ତୁମେ ଆମ ପ୍ରଭୁ ଯୀଶୁଙ୍କ ନାମକୁ ଗୌରବାନ୍ୱିତ କରିପାରିବ ଓ ତୁମକୁ ମଧ୍ୟ ସେ ଗୌରବାନ୍ୱିତ କରିବେ।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3