bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Thessalonians 3
2 Thessalonians 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
1
ଭାଇମାନେ, ମୋର ଶେଷ କଥା, ଆମ ପାଇଁ ପ୍ରାର୍ଥନା କର - ତୁମ୍ଭମାନଙ୍କ ମଧ୍ୟରେ ଯେଭଳି ପ୍ରଭୁଙ୍କ ବାର୍ତ୍ତା ଦ୍ରୁତଗତିରେ ବ୍ୟାପିଯାଇଥିଲା, ତାହା ଯେପରି ସେହିଭଳି ସମାଦୃତ ହୋଇ ପ୍ରସାର ଲାଭ କରିବ।
2
ଆହୁରି ମଧ୍ୟ ପ୍ରାର୍ଥନା କର, ଈଶ୍ୱର ଯେପରି ଆମକୁ ଦୁଷ୍ଟ ଓ ଖଳ ଲୋକମାନଙ୍କ ହାତରୁ ରକ୍ଷା କରିବେ, କାରଣ ସମସ୍ତେ ସୁସମାଚାରର ବିଶ୍ୱାସୀ ନୁହଁନ୍ତି।
3
କିନ୍ତୁ ପ୍ରଭୁ ବିଶ୍ୱସ୍ତ! ସେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ।
4
ତୁମ୍ଭମାନଙ୍କ ଉପରେ ଆସ୍ଥା ରଖିବାକୁ ପ୍ରଭୁ ଆମ୍ଭମାନଙ୍କୁ ଭରସା ଦେଇଛନ୍ତି ଓ ଆମେ ଯାହା କହୁଛୁ, ତାହା ତୁମ୍ଭେମାନେ ଯେ କରୁଛ ଓ କରୁଥିବ, ଏ ବିଷୟରେ ଆମ୍ଭେମାନେ ନିଶ୍ଚିତ।
5
ଈଶ୍ୱରଙ୍କ ପ୍ରେମ ଏବଂ ଖ୍ରୀଷ୍ଟପ୍ରଦତ୍ତ ସହିଷ୍ଣୁତାକୁ ଅଧିକ ଗଭୀରଭାବେ ଉପଲ୍ବଧି କରିବା ପାଇଁ ପ୍ରଭୁ ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ।
6
ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।
7
ଅବଶ୍ୟ ତୁମ୍ଭେମାନେ ଜାଣିଛ, ତୁମ କାର୍ଯ୍ୟକଳାପରେ ଆମକୁ ଅନୁକରଣ କରିବା ଉଚିତ୍। ତୁମ୍ଭମାନଙ୍କ ସହିତ ରହିଥିବା ବେଳେ ଆମେ ଆଳସ୍ୟପରାୟଣ ନ ଥିଲୁ।
8
ବିନାମୂଲ୍ୟରେ ଆମେ କାହାଠାରୁ ଅନ୍ନ ଗ୍ରହଣ କରି ନ ଥିଲୁ। ବରଂ କାହାରି ଉପରେ ବୋଝ ନ ହେବା ପାଇଁ ଆମେ କଷ୍ଟ ସ୍ୱୀକାର କରି ଦିନ ରାତି ପରିଶ୍ରମ କରିଥିଲୁ।
9
ନ୍ୟାୟତଃ ଆମେ ଯେ ତୁମଠାରୁ ଅନ୍ନ ଦାବୀ କରିପାରି ନ ଥାଆନ୍ତୁ, ତା’ ନୁହେଁ, କିନ୍ତୁ ଆମେ ଯାହା କରିଛୁ, ତାହା ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇବା ନିମେନ୍ତ।
10
ତୁମ୍ଭମାନଙ୍କ ସଙ୍ଗରେ ଥିବାବେଳେ ଆମେ ତୁମ୍ଭମାନଙ୍କୁ କହିଥିଲୁ, “ଯେଉଁ ଲୋକ କାର୍ଯ୍ୟ କରେ ନାହିଁ, ସେ ଭୋଜନ ନ କରୁ।”
11
ଏ କଥା ପୁଣି ଏବେ କହୁଛୁ, କାରଣ ଆମେ ଖବର ପାଇଛୁ ଯେ, ତୁମ୍ଭମାନଙ୍କ ମଧ୍ୟରେ କେତେକ ଆଳସ୍ୟରେ ଜୀବନ ଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କର କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।
12
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ସେହି ଲୋକମାନଙ୍କୁ ସତର୍କ କରି ଆଦେଶ ଦେଉଛୁ, ସେମାନେ ଜୀବନରେ ଆଉ ଟିକିଏ ସଂଯତ ହୋଇ ନିଜର ଜୀବିକା ଉପାର୍ଜନ କରନ୍ତୁ।
13
ମାତ୍ର ଭାଇମାନେ, ତୁମେ ସତ୍ କର୍ମ କରିବାରେ କ୍ଲାନ୍ତ ହୁଅ ନାହିଁ।
14
ଏହି ପତ୍ରରେ ତୁମ୍ଭମାନଙ୍କୁ ଯେଉଁ ବାର୍ତ୍ତା ପଠାଉଛୁ, ହୁଏତ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହା ପାଳନ କରିବାକୁ ଅନିଚ୍ଛୁକ ହେବ। ସେହିପରି ବ୍ୟକ୍ତିକୁ ଚିହ୍ନି ରଖ ଓ ତାହା ସହିତ ତୁମର ସମ୍ପର୍କ ତୁଟାଇ ଦିଅ।
15
ତାହାହେଲେ, ସେ ଲଜ୍ଜିତ ହେବ। କିନ୍ତୁ ତା’ ପ୍ରତି ଶତ୍ରୁତା ଆଚରଣ ନ କରି, ଭାଇ ପରି ତାକୁ ସତର୍କ କରିଦିଅ।
16
ଯେଉଁ ପ୍ରଭୁ ଆମ୍ଭମାନଙ୍କ ଶାନ୍ତିର ଉତ୍ସ, ସେ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ପ୍ରଦାନ କରନ୍ତୁ।
17
ପ୍ରଭୁ ତୁମ ସମସ୍ତଙ୍କର ନିକଟରେ ରହନ୍ତୁ। ମୁଁ ନିଜ ହାତରେ ଏହା ଲେଖୁଛି - “ପାଉଲଙ୍କଠାରୁ ଶୁଭେଚ୍ଛା” ମୋର ସମସ୍ତ ପତ୍ର ମୁଁ ଏହିପରିଭାବେ ସ୍ୱାକ୍ଷରିତ କରି ଲେଖିଥାଏ।
18
ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମେ ସମସ୍ତେ ଜୀବନରେ ଅନୁଭବ କର।
← Chapter 2
Jump to:
Chapter 1
Chapter 2
Chapter 3
All chapters:
1
2
3