bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Peter 2
2 Peter 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
1
ଭଣ୍ଡ ଶିକ୍ଷକଗଣ ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟଦ୍ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ।
2
ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ।
3
ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।
4
ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।
5
ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।
6
ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ।
7
କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ।
8
ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସେହି ମନ୍ଦଲୋକଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ମନ୍ଦ ବିଷୟ ଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟରେ ଆଘାତ ପାଉଥିଲେ।
9
ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ।
10
ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ। ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ।
11
ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନାରେ ସ୍ୱର୍ଗଦୂତମାନେ ଅତ୍ୟଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସେମାନେ କେବେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ ବା ସେମାନଙ୍କ ବିରୁଦ୍ଧରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ।
12
କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ।
13
ଏହି ଭଣ୍ଡ ଶିକ୍ଷକମାନେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି। ଅତଏବ ସେମାନେ ନିଜେ ଦୁଃଖ ପାଇବେ। ସେମାନେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସେମାନେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜି ଉତ୍ସବରେ ସମ୍ମିଳିତ ହେବା ବେଳେ, ସେମାନେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ୱରୂପ ଅଟନ୍ତି।
14
ପ୍ରତ୍ୟେକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସେମାନେ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହାନ୍ତି। ଏହିଭଳି ଭାବରେ ସେମାନେ ସବୁବେଳେ ପାପ କରୁଥା’ନ୍ତି। ସେମାନେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦରେ ପକାଇ ଦିଅନ୍ତି। ସେମାନଙ୍କ ହୃଦୟଗୁଡ଼ିକ ସ୍ୱାର୍ଥପରତାରେ ପରିପୂର୍ଣ୍ଣ। ସେମାନେ ଅଭିଶପ୍ତ।
15
ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦେଇଛନ୍ତି ଓ ବିୟୋରର ପୁତ୍ର ବିଲିୟାମର ଭୁଲ୍ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।
16
କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ୍ କରୁଛି। ଗଧ ସାଧାରଣ ଭାବରେ କଥା କହିପାରେ ନାହିଁ, କିନ୍ତୁ ସେହି ଗଧଟି ମଣିଷର ଭାଷାରେ କଥା କହିଲା ଓ ବିଲିୟାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।
17
ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସେମାନେ ପ୍ରଚଣ୍ଡ ଝଡ଼ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ସ୍ଥାନ ରଖା ଯାଇଅଛି।
18
ସେହି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସେମାନେ ଲୋକମାନଙ୍କୁ ପାପ ରାସ୍ତାରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗରେ ଯିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମାରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।
19
ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।
20
ସେହି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ସେମାନେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସେମାନେ ପୁନର୍ବାର ମନ୍ଦ ବିଷୟ ଗୁଡ଼ିକ ପ୍ରତି ଆକର୍ଷିତ ହୋଇ ତାହାର ବନ୍ଧନରେ ବାନ୍ଧି ହୋଇଯିବେ, ତେବେ ସେମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହେବ।
21
ଯଦି ସେମାନେ ମୂଳରୁ ଠିକ୍ ରାସ୍ତା ଜାଣି ନ ଥା’ନ୍ତେ, ସେମାନଙ୍କ ପକ୍ଷେ ଭଲ ହୋଇଥା’ନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହୋଇଥା’ନ୍ତା।
22
ସେହି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ୟ ପ୍ରବାଦ ଭଳି: “କୁକୁର ବାନ୍ତି କଲା ପରେ ପୁନର୍ବାର ତା’ ବାନ୍ତି ଖାଇବାକୁ ଆସେ” ଓ “ଘୁଷୁରିଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କରେ ଗଡ଼େ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
All chapters:
1
2
3