bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Peter 3
2 Peter 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
1
ଯୀଶୁ ପୁନର୍ବାର ଆସିବେ ମୋ’ ମିତ୍ରଗଣ, ଏହି ଦ୍ୱିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତେଗୁଡ଼ିଏ ବିଷୟ ମନେ ପକାଇ ଦେବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି।
2
ପବିତ୍ର ଭବିଷ୍ୟଦ୍ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ।
3
ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ।
4
ସେମାନେ କହିବେ, “ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବେଳୁ ସେହିପରି ଭାବରେ ଗ୍ଭଲିଛି।”
5
ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା।
6
ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା।
7
ମାତ୍ର ପରମେଶ୍ୱରଙ୍କ ସେହି ବାକ୍ୟ ଦ୍ୱାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ୱାରା ବିନଷ୍ଟ ହେବା ନିମନ୍ତେ ରକ୍ଷିତ ଅଛି। ପରମେଶ୍ୱରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହେବା ନିମନ୍ତେ ବିଗ୍ଭର ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଥିବେ।
8
ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।
9
ଯଦିଓ କିଛି ଲୋକେ ଏହାକୁ ଡେରି ବୋଲି ଭାବୁଛନ୍ତି, ତଥାପି ପରମେଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବାରେ ଡେରି କରିବେ ନାହିଁ। ବରଂ ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି। ପରମେଶ୍ୱର କୌଣସି ଲୋକ ନଷ୍ଟ ହେଉ ବୋଲି ଗ୍ଭହାନ୍ତି ନାହିଁ। ପରମେଶ୍ୱର ଗ୍ଭହାନ୍ତି ଯେ ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।
10
କିନ୍ତୁ ଗ୍ଭେର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ୟ ହୋଇଯିବ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନିରେ ଧ୍ୱଂସ ହୋଇଯିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳିଯିବ।
11
ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍।
12
ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ।
13
କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।
14
ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷାରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠୋର ପରିଶ୍ରମ କର। ପରମେଶ୍ୱରଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର।
15
ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ।
16
ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।
17
ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ।
18
କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।
← Chapter 2
Jump to:
Chapter 1
Chapter 2
Chapter 3
All chapters:
1
2
3