bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Thessalonians 1
2 Thessalonians 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ।
2
ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠାରେ ରହିଥାଉ।
3
ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।
4
ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।
5
ପରମେଶ୍ୱରଙ୍କ ନ୍ୟାୟ ସମ୍ପର୍କରେ ପାଉଲ କହନ୍ତି ପରମେଶ୍ୱର ତାହାଙ୍କର ବିଗ୍ଭରରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ୟରେ ପ୍ରବେଶ ପାଇଁ ଯୋଗ୍ୟ ହୁଅ, ଯେଉଁଥିପାଇଁ ତୁମ୍ଭେମାନେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ।
6
ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ।
7
ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ।
8
ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ।
9
ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ।
10
ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।
11
ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ।
12
ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3