bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Thessalonians 2
2 Thessalonians 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
1
ମନ୍ଦ ଦୁର୍ଘଟଣାମାନ ଘଟିବ ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ।
2
ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟଦ୍ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି।
3
ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକାରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ସଂଘଟିତ ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କର ସେହି ଦିନଟି ଆସିବ ନାହିଁ। ମନ୍ଦ ବ୍ୟକ୍ତିର ଦେଖା ନ ଦେବା ପର୍ଯ୍ୟନ୍ତ ସେହି ଦିନଟି ଆସିବ ନାହିଁ। ସେହି ମନ୍ଦ ବ୍ୟକ୍ତି ନରକର ଅଟେ।
4
ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।
5
ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।
6
ମନେ ଅଛି କି? ଏବେ ମନ୍ଦବ୍ୟକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭେମାନେ ଜାଣିଛ। ଯେତେବେଳେ ଉଚିତ୍ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।
7
ସଂସାରରେ ଏବେ ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ଯିଏ, ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ୟପଟରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ ସେହି ଶକ୍ତିକୁ ପ୍ରତିରୋଧ କରୁଥିବେ,
8
ତା’ପରେ ଯାଇ ମନ୍ଦ ବ୍ୟକ୍ତି ପ୍ରକାଶିତ ହେବ। ପ୍ରଭୁ ଯୀଶୁ ସେହି ମନ୍ଦ ବ୍ୟକ୍ତିକୁ, ତାହାଙ୍କର ମୁଖରୁ ନିର୍ଗତ ହେଉଥିବା ନିଶ୍ୱାସ ଦ୍ୱାରା ନଷ୍ଟ କରିଦେବେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ୱାରା ତାହାକୁ ବିନଷ୍ଟ କରିଦେବେ। ମନ୍ଦ ବ୍ୟକ୍ତି ଶୟତାନର ଶକ୍ତି ନେଇ ଆସିବ।
9
ତା’ର ମହାନ ଶକ୍ତି ଥିବ ଓ ସେ ଅସତ୍ୟ ଆଧାରିତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଚିହ୍ନ ଓ ଅଦ୍ଭୂତ କାର୍ଯ୍ୟମାନ ଘଟାଇବ।
10
ଯେଉଁ ଲୋକମାନେ ହଜିଯାଇଛନ୍ତି, ସେମାନଙ୍କୁ ଠକିବାକୁ ଏହି ମନ୍ଦବ୍ୟକ୍ତି ପ୍ରତ୍ୟେକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସେମାନେ ସତ୍ୟକୁ ଭଲ ପାଇବା ପାଇଁ ଅସ୍ୱୀକାର କଲେ, ଯାହା ଦ୍ୱାର ସେମାନେ ଉଦ୍ଧାର ପାଇଥା’ନ୍ତେ।
11
ସତ୍ୟକୁ ଭଲ ପାଇବା ପାଇଁ ସେମାନେ ମନା କରିବାରୁ, ପରମେଶ୍ୱର ମଧ୍ୟ ସେମାନଙ୍କ ପାଖକୁ ସତ୍ୟଠାରୁ ଦୂରେଇ ନେଇ ଯିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ୟକୁ ବିଶ୍ୱାସ କରିବା ଲାଗି ପରମେଶ୍ୱର ସେମାନଙ୍କ ପାଖକୁ ସେହି ଶକ୍ତି ପଠାନ୍ତି।
12
ଅତଏବ ଯେଉଁମାନେ ସତ୍ୟକୁ ବିଶ୍ୱାସ କରୁ ନାହାନ୍ତି, ସେମାନେ ଦୋଷୀ ବୋଲି ବିଗ୍ଭରିତ ହେବେ। ସେମାନେ ସତ୍ୟକୁ ମାନି ନାହାନ୍ତି ଓ ମନ୍ଦ କର୍ମ କରିବାରେ ଆନନ୍ଦ ପାଇଛନ୍ତି।
13
ତୁମ୍ଭେମାନେ ମୁକ୍ତି ପାଇଁ ମନୋନୀତ ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ।
14
ପରମେଶ୍ୱର ସେହି ମୁକ୍ତି ଦେବା ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭର ମାଧ୍ୟମରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମାରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ।
15
ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ୱାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ୱାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ୟମରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।
16
ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି।
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
All chapters:
1
2
3