bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Galatians 1
Galatians 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
1
ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ।
2
ମୋ’ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ବିଶ୍ୱାସୀ ମଣ୍ଡଳୀ ନିକଟକୁ ଲେଖା ଯାଉଅଛି।
3
ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।
4
ପରମପିତା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯୀଶୁ ଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ।
5
ପରମେଶ୍ୱରଙ୍କ ମହିମା ସଦାସର୍ବଦା ହେଉ। ଆମେନ୍।
6
ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ।
7
ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି।
8
କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ୱର୍ଗଦୂତ ଯଦି ଆମ୍ଭଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଗ୍ଭର ପ୍ରଗ୍ଭର କରେ, ତା’ହେଲେ ସେମାନେ ଦଣ୍ଡ ଓ ନିନ୍ଦାର ପାତ୍ର।
9
ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା’ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।
10
ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି।
11
ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ।
12
ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।
13
ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି।
14
ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।
15
କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି।
16
ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି।
17
ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା’ପରେ ଦମ୍ମେସକ ନଗରକୁ ଫେରିଗଲି।
18
ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତର ଙ୍କୁ ଦେଖା କରିବାକୁ ଯାଇଥିଲି।
19
ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ।
20
ପରମେଶ୍ୱର ଜାଣନ୍ତି ଯେ, ମୁଁ ଏଥିରେ ଯାହାକିଛି ଲେଖୁଛି, ତାହା ମିଥ୍ୟା ନୁହେଁ।
21
ତା’ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି।
22
ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ।
23
ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।”
24
ମୋ’ ପ୍ରତି ଯାହା ଘଟିଲା, ସେଥିପାଇଁ ସେମାନେ ପରମେଶ୍ୱରଙ୍କୁ ପ୍ରଶଂସା କଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
All chapters:
1
2
3
4
5
6