bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Galatians 2
Galatians 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
1
ଅନ୍ୟ ପ୍ରେରିତମାନେ ପାଉଲଙ୍କୁ ଗ୍ରହଣ କଲେ ମୁଁ ଚଉଦ ବର୍ଷ ପରେ ପୁଣି ଥରେ ଯିରୁଶାଲମକୁ ଗଲି। ବର୍ଣ୍ଣବ୍ବା ଓ ତୀତସଙ୍କୁ ମଧ୍ୟ ସାଙ୍ଗରେ ନେଇ ଥିଲି।
2
ଯିରୁଶାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଗ୍ଭର କରୁଥିବା ସୁସମାଗ୍ଭର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଗ୍ଭର ଶୁଣାଇ ସାରି ଥିଲି। ଏହା ଦ୍ୱାରା ମୁଁ ଇଚ୍ଛା କଲି ଯେ, ମୁଁ ଯେଉଁ କାମ ପୂର୍ବରୁ କରି ସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେ ସବୁ ବିଫଳ ନ ହୁଏ।
3
ତୀତସ ମୋ’ ସହିତ ଥିଲେ। ସେ ଜଣେ ଅଣଯିହୂଦୀ ଲୋକ ଥିଲେ। କିନ୍ତୁ ଏହି ଲୋକମାନେ ତୀତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ।
4
ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ।
5
କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଗ୍ଭହୁଁଥିଲେ, ସେଥିରେ ଆମ୍ଭେ କୌଣସିମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ, ତୁମ୍ଭମାନଙ୍କ ଭିତରେ ସୁସମାଗ୍ଭର ସତ୍ୟ ରହିଥାଉ।
6
କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ।
7
ଏହି ଲୋକମାନେ ଦେଖିଲେ ଯେ, ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଯିହୂଦୀମାନଙ୍କୁ ସୁସମାଗ୍ଭର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ପରମେଶ୍ୱର ମୋତେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର କହିବା କାମ ଦେଇଛନ୍ତି।
8
ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ।
9
ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣବ୍ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣବ୍ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”
10
ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍ଯୋଗ ମଧ୍ୟ ଥିଲା।
11
ପାଉଲ ପିତରଙ୍କ ଭୂଲ୍ ଦେଖାଇ ଦେଲେ ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା:
12
ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ।
13
ଅତଏବ ପିତର ଜଣେ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ଦ୍ୱାରା ବର୍ଣ୍ଣବ୍ବା ମଧ୍ୟ ପ୍ରଭାବିତ ହୋଇଗଲେ।
14
ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”
15
ଆମ୍ଭେମାନେ ଯିହୂଦୀ ରୂପେ ଜନ୍ମ ହୋଇଛୁ, ଏବଂ ଆମ୍ଭେମାନେ ପାପୀ ଅଣଯିହୂଦୀମାନଙ୍କ ପରି ନୋହୁଁ।
16
ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।
17
ଆମ୍ଭେ ଯିହୂଦୀମାନେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଭେ ମଧ୍ୟ ପାପୀ। ଏହାର ଅର୍ଥ କ’ଣ ଏହା ଯେ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି? ନା!
18
କିନ୍ତୁ ଯେଉଁ ବିଷୟ ଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେହିଗୁଡ଼ିକର ପୁନଃ ପ୍ରଗ୍ଭର ଆରମ୍ଭ କରେ, ତା’ହେଲେ ଏହା ଭୂଲ ହେବ।
19
ମୁଁ ବ୍ୟବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ୟବସ୍ଥା ମୋର ମୃତ୍ୟୁ ଘଟାଇଲା। କିନ୍ତୁ ମୁଁ ପରମେଶ୍ୱରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ମୃତ୍ୟୁଭୋଗ କରିସାରିଛି।
20
ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି।
21
ଏହି ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର। ଏହା ମୋ’ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଯଦି ନିୟମ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ ହୋଇଥା’ନ୍ତା, ତା’ହେଲେ ଖ୍ରୀଷ୍ଟ ବିନା କାରଣରେ ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
All chapters:
1
2
3
4
5
6