bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jonah 2
Jonah 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ଯୁନସଙ୍କ ପ୍ରାର୍ଥନା ଯେତେବେଳେ ଯୂନସ ମାଛର ପାକସ୍ଥଳୀରେ ଥିଲେ, ସେ ସେତେବେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲେ।
2
ଯୂନସ କହିଲେ, “ମୁଁ ଅତି ଦୁଃଖରେ ଥିଲି। ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଡାକିଲି ଏବଂ ସେ ମୋତେ ଉତ୍ତର ଦେଲେ। ମୁଁ କବରର ବହୁ ଗଭୀରତମ ସ୍ଥାନରେ ଥାଇ ସଦାପ୍ରଭୁଙ୍କୁ ଡାକିଲି ଏବଂ ପ୍ରଭୁ ମୋର ସ୍ୱର ଶୁଣିଲେ।
3
“ତୁମ୍ଭେ ମୋତେ ସମୁଦ୍ରରେ ଫିଙ୍ଗି ଦେଲ ଏବଂ ମୋ’ ଉପରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଗ୍ଭଲିଗଲି ଏବଂ ମୋର ଚତୁର୍ଦ୍ଦିଗରେ କେବଳ ପାଣି ରହିଲା।
4
ତା’ପରେ ମୁଁ ଭାବିଲି, ‘ବର୍ତ୍ତମାନ ନିଶ୍ଚୟ ମୋତେ ତୁମ୍ଭ ଦୃଷ୍ଟିପାତରୁ ଦୂରେଇ ଦିଆଯାଇଛି।’ କିନ୍ତୁ ମୁଁ ପୁଣି ଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭହେଁ।
5
“ସମୁଦ୍ର ଜଳ ମୋ’ ଉପର ଦେଇ ପ୍ରବାହିତ ହେଲା। ସମୁଦ୍ର ପାଣି ମୋର ପାଟି ଉପର ଦେଇ ପ୍ରବାହିତ ହେଲା ଯାହା ଫଳରେ ମୁଁ ନିଃଶ୍ୱାସ ନେଇ ପାରୁ ନ ଥିଲି। ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି, ସମୁଦ୍ର ପାଣି ମୋତେ ଆବୃତ କଲା। ସମୁଦ୍ର ତଳେ ଥିବା ଉଦ୍ଭିଦ ମୋର ମୁଣ୍ତ ଗ୍ଭରିପଟେ ଆବୃତ ହେଲା।
6
ମୁଁ ସମୁଦ୍ରର ତଳ ଦେଶରେ ଥିଲି ଯେଉଁଠାରୁ ପର୍ବତ ଆରମ୍ଭ ହୋଇଛି। ମୁଁ ଭାବିଲି ମୁଁ ଚିରଦିନ ପାଇଁ ସେହି ବନ୍ଦୀଶାଳାରେ ତାଲା ପଡ଼ି ରହିଲି। କିନ୍ତୁ ମୋର ସଦାପ୍ରଭୁ ମୋତେ କବରରୁ ବାହାର କରି ଆଣିଲେ। ହେ ପରମେଶ୍ୱର, ତୁମ୍ଭେ ମୋତେ ପୁନର୍ବାର ଜୀବନ ଦେଲ।
7
“ମୁଁ ଜୀବନର ସବୁ ଆଶା ଛାଡ଼ିଥିଲି କିନ୍ତୁ ତା’ପରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ।
8
“କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ।
9
ପରିତ୍ରାଣ କେବଳ ସଦାପ୍ରଭୁଙ୍କ ନିକଟରୁ ଆସେ। ହେ ସଦାପ୍ରଭୁ, ମୁଁ ବଳିଦାନ ଦେବାକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ୟବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।”
10
ତା’ପରେ ସଦାପ୍ରଭୁ ସେହି ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ଯୂନସ ତା’ର ପାକସ୍ଥଳୀରୁ ବାହାରି ଭୂମିରେ ପଡ଼ିଲା।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4