bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jonah 4
Jonah 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
ପରମେଶ୍ୱରଙ୍କ ଦୟା ଯୂନସକୁ କ୍ରୋଧାନ୍ୱିତ କଲା ପରମେଶ୍ୱର ସେ ନଗରକୁ ରକ୍ଷା କରିବାରୁ ଯୂନସ ଖୁସୀ ହେଲେ ନାହିଁ। ସେ ଏଥିରେ କ୍ରୋଧାନ୍ୱିତ ହେଲେ।
2
ଯୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲେ, “ମୁଁ ଜାଣିଥିଲି ଏହା ହିଁ ଘଟିବ। ମୁଁ ମୋ’ ନିଜ ଦେଶରେ ଥିଲା ବେଳେ ତୁମ୍ଭେ ମୋତେ ସେଠାକୁ ଡାକିଥିଲ। ସେତେବେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସେହି କୁନଗରୀର ଲୋକମାନଙ୍କୁ କ୍ଷମା ଦେବ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ଯିବାକୁ ସ୍ଥିର କଲି। ମୁଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦେଖାଇ ଲୋକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟାରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତେବେ ତୁମ୍ଭେ ଧ୍ୱଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।
3
ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, “ହେ ସଦାପ୍ରଭୁ, ମୋତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମୋର ମରିବା ଭଲ ହେବ।”
4
ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସେମାନଙ୍କୁ ବିନାଶ କଲୁ ନାହିଁ?”
5
ତଥାପି ଯୂନସ ଏ ବିଷୟରେ କ୍ରୋଧାନ୍ୱିତ ଥିଲେ। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲେ। ନଗର ନିକଟରେ ଥିବା ପୂର୍ବ ଦିଗରେ ଏକ ସ୍ଥାନକୁ ସେ ଗଲେ। ସେ ସେଠାରେ ଏକ କୁଟୀର ନିର୍ମାଣ କରି ତାରି ଛାୟାରେ ବସି ରହିଲେ। ନଗରରେ କ’ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲେ।
6
ଲାଉ ଗଛ ଓ କୀଟ ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ଯୂନସ ଉପରେ ଶୀଘ୍ର ମାଡ଼ିଯାଇ ତା’ର ବସିବା ସ୍ଥାନରେ ଛାୟା ଓ ଶୀତଳତା ପ୍ରଦାନ କଲା। ତାହା ଯୂନସକୁ ଆରାମ ଦେବାରେ ଏତେ ସାହାଯ୍ୟ କଲା ଯେ, ଯୂନସ ଗଛ ପାଇଁ ଭାରି ଖୁସୀ ହେଲେ।
7
ପରଦିନ ପ୍ରଭାତରେ ପରମେଶ୍ୱର ସେହି ଗଛକୁ ଖାଇଦେବାକୁ ଗୋଟିଏ କୀଟ ପଠାଇଲେ। ସେହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।
8
ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲା ପରେ ପରମେଶ୍ୱର ଉତ୍ତପ୍ତ ପୁନେଇ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ଯ୍ୟର ପ୍ରଖର କିରଣ ଯୂନସର ମୁଣ୍ତ ଉପରେ ପଡ଼ି ଯୂନସକୁ ଅତି ଦୁର୍ବଳ କରି ଦେଲା। ଯୂନସ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୋର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।”
9
କିନ୍ତୁ ପରମେଶ୍ୱର ଯୂନସକୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?” ଯୂନସ ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ରାଗି ଠିକ୍ କରିଛି। ମୁଁ ମରିବାକୁ ଅଧିକ ରାଗୁଛି।”
10
ସଦାପ୍ରଭୁ କହିଲେ, “ତୁମ୍ଭେ ସେ ଗଛ ପାଇଁ କିଛି କରି ନ ଥିଲ। ସେ ଗଛ ବଢ଼ିବା ପାଇଁ ତୁମ୍ଭେ କିଛି କରି ନ ଥିଲା। ଏହା ରାତ୍ରିରେ ବଢ଼ିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ।
11
ତୁମ୍ଭେ ଯଦି ସାମାନ୍ୟ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହେବି ନାହିଁ କି? ସେହି ନଗରୀରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସେହି ନଗରରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୁଲ୍ କରୁଛନ୍ତି ବୋଲି ଜାଣି ନ ଥିଲେ।” କ’ଣ ଆମ୍ଭେ ତାଙ୍କ ପ୍ରତି ଦୟା ନ କରିବା।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4