bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Lamentations 4
Lamentations 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
1
ଯିରୁଶାଲମ ଉପରେ ଆକ୍ରମଣର ଆତଙ୍କ ଦେଖ, ସୁବର୍ଣ୍ଣ କିପରି ମଳିନ ହୋଇଅଛି। ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଅଛି।
2
ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ୟ ଗଣନା କରିଛନ୍ତି।
3
ଏପରିକି ଶୃଗାଳମାନେ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ୟପାନ କରାନ୍ତି। ମାତ୍ର ଯିରୁଶାଲମ କନ୍ୟା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହୋଇଛନ୍ତି।
4
ତୃଷା ହେତୁ, ସ୍ତନ୍ୟପାୟୀ ଶିଶୁର ଜିହ୍ୱା ତାଳୁରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କେହି ସେମାନଙ୍କୁ ରୋଟୀ ଦିଅନ୍ତି ନାହିଁ।
5
ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ, ସେମାନେ ବର୍ତ୍ତମାନ ରାସ୍ତାରେ ଅନାଥ ହୋଇଛନ୍ତି। ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହୋଇଥିଲେ। ସେମାନେ ଖତରାଶି ଅବଲମ୍ବନ କରୁଛନ୍ତି।
6
ଯିରୁଶାଲମ କନ୍ୟାମାନଙ୍କର ପାପ ସଦୋମ ଓ ଗୋମୋରଠାରୁ ଅଧିକ। ସଦୋମ ନିମିଷକ ମଧ୍ୟରେ ଧ୍ୱଂସପ୍ରାପ୍ତ ହେଲା ଓ କେହି ବ୍ୟକ୍ତି ତାକୁ ଆକ୍ରମଣ କରି ନ ଥିଲେ।
7
ଯିହୁଦାର କେତେକ ଲୋକ ପରମେଶ୍ୱରଙ୍କୁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହୋଇଥିଲେ। ସେମାନେ ନିର୍ମଳ ଥିଲେ; ସେମାନେ ହିମ ଅପେକ୍ଷା ଅଧିକ ଶୁଭ୍ର, ଦୁଗ୍ଧଠାରୁ ଅଧିକ ଶୁକ୍ଳ ଥିଲେ। ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ ସେମାନଙ୍କର କ୍ଳାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା।
8
ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ। ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହୋଇଅଛି।
9
ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ଼୍ଗରେ ନିହତ ହୋଇଥିବା ଲୋକମାନେ ଭଲ, କାରଣ ସେମାନଙ୍କର ଜୀବନ ସେମାନଙ୍କର ଶୁଷ୍କ ଜମିରେ ଖାଦ୍ୟ ଉତ୍ପନ୍ନ ପାଇଁ ଯେଭଳି, ସେମାନେ କ୍ଷୁଧା ଦ୍ୱାରା ଘସି ହୋଇଛନ୍ତି।
10
ସ୍ନେହମୟୀ ମାମାନେ ଆପଣା ପ୍ରିୟ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସେମାନେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତେବେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।
11
ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ ସିୟୋନ ଉପରେ ଢାଳି ଦେଲେ। ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।
12
ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୁଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କେହି ବିଶ୍ୱାସ କରି ନ ଥିଲେ।
13
ଏହା ଘଟିଲା, କାରଣ ଯିରୁଶାଲମର ଯାଜକଗଣ ଓ ଭବିଷ୍ୟଦ୍ବକ୍ତାଗଣ ପାପ କଲେ। ଏବଂ ସେମାନେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।
14
ସେହି ଯାଜକଗଣ ଓ ଭବିଷ୍ୟଦ୍ବକ୍ତାଗଣ ଅନ୍ଧ ଲୋକପରି ରାସ୍ତାରେ ବୁଲିଲେ, ସେମାନେ ରକ୍ତରେ ଅଶୁଚି ହୋଇଥିଲେ। ତେଣୁ କେହି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।
15
ଲୋକେ ସେମାନଙ୍କୁ ଡାକି କହିଲେ, “ଦୂର ହୁଅ, ଦୂର ହୁଅ। ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।” ସେମାନେ ଏଣେ ତେଣେ ବାସହୀନ ହୋଇ ବୁଲୁଥିବା ବେଳେ ଅନ୍ୟ ଗୋଷ୍ଠୀୟମାନେ କହିଲେ, “ସେମାନେ ଆମ୍ଭମାନଙ୍କ ସହିତ ଆଉ ଏଠାରେ ପ୍ରବାସ କରିବେ ନାହିଁ।”
16
ସଦାପ୍ରଭୁଙ୍କ କୋପରେ ସେମାନେ ବିନଷ୍ଟ ହୋଇଅଛନ୍ତି। ସଦାପ୍ରଭୁ ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କରିବେ ନାହିଁ। କାରଣ ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।
17
ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ। ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।
18
ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ। ତେଣୁ ଆମ୍ଭେମାନେ ରାସ୍ତାରେ ଗ୍ଭଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶେଷ ନିକଟ ଅଟେ। ଆମ୍ଭମାନଙ୍କର ଆୟୁ ଶେଷ ହୋଇଛି। ଆମ୍ଭମାନଙ୍କର ଶେଷକାଳ ଉପସ୍ଥିତ।
19
ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶପକ୍ଷୀଠାରୁ ଅଧିକ ବେଗଗାମୀ। ସେମାନେ ଆମ୍ଭମାନଙ୍କୁ ପର୍ବତରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଲୁଚି ରହିଲେ।
20
ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ୟ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ୱାସସ୍ୱରୂପ ଥିଲେ। ଆମ୍ଭେମାନେ କହୁଥିଲୁ, “ତାଙ୍କର ଛାୟାତଳେ ଆମ୍ଭେମାନେ ବଞ୍ଚିବା ଓ ସେ ଗୋଷ୍ଠୀୟମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।” ମାତ୍ର ସଦାପ୍ରଭୁଙ୍କ ସେହି ଅଭିଷିକ୍ତ ଲୋକ ସେମାନଙ୍କ ଦ୍ୱାରା ଗର୍ତ୍ତରେ ଧରାଗଲେ।
21
ହେ ଇଦୋମର କନ୍ୟା ଓ ଉଷ ଦେଶ ନିବାସିନୀ, ତୁମ୍ଭେମାନେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସେହି କ୍ରୋଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ଯିବ। ତୁମ୍ଭେମାନେ ତାହା ପାନ କରି ମତ୍ତ ହେବ ଓ ଉଲଗ୍ନା ହେବ।
22
ହେ ସିୟୋନର କନ୍ୟା, ତୁମ୍ଭ ଅଧର୍ମର ଦଣ୍ଡ ଶେଷ ହୋଇଛି। ତୁମ୍ଭେମାନେ ଆଉ ବନ୍ଦୀତ୍ୱ ସ୍ଥାନକୁ ଯିବ ନାହିଁ। ହେ ଇଦୋମର କନ୍ୟା, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦେବେ। ସେ ତୁମ୍ଭର ପାପସବୁ ଖୋଲି ଦେବେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
All chapters:
1
2
3
4
5