bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nahum 1
Nahum 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ଏହି ପୁସ୍ତକ ଇଲକୋଶୀୟ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧରେ ଏକ ଦୁଃଖବାର୍ତ୍ତା ଅଟେ।
2
ନୀନିବୀ ଉପରେ ସଦାପ୍ରଭୁ କ୍ରୋଧାନ୍ୱିତ ସଦାପ୍ରଭୁ ଈର୍ଷାପରାୟଣ ଏବଂ ପ୍ରତିଶୋଧ ପରାୟଣ। ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି। ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।
3
ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନ ଦେଇ କେବେ ଛାଡ଼ିବେ ନାହିଁ। ସେ ଯେଉଁଠାକୁ ଯାଆନ୍ତି ସେଠାରେ ଘୂର୍ଣ୍ଣିବାତ୍ୟା ଓ ଝଡ଼ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲାବେଳେ ତାଙ୍କ ପାଦରେ ମେଘଗୁଡ଼ିକ ଧୂଳି ସ୍ୱରୂପ ଉଠେ।
4
ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦେବେ ଏବଂ ସମୁଦ୍ର ଶୁଖିଯିବ। ସେ ନଦୀଗୁଡ଼ିକୁ ମଧ୍ୟ ଶୁଖାଇ ଦିଅନ୍ତି। ବାଶନ୍ ଓ କର୍ମିଲ ଶୁଷ୍କ ପଡ଼ିବ। ଏବଂ ଲିବାନୋନ୍ର ଫୁଲଗୁଡ଼ିକ ମଉଳି ଯିବେ।
5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡ଼ିକ ଭୟରେ ଥରିବେ ଏବଂ ପାହାଡ଼ଗୁଡ଼ିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନରେ ପୃଥିବୀ ମଧ୍ୟ ଭୟରେ ଥରିବ। ବିଶ୍ୱର ସମସ୍ତ ବ୍ୟକ୍ତି ଭୟରେ ଥରିବେ।
6
ସଦାପ୍ରଭୁଙ୍କ କ୍ରୋଧ ବିରୁଦ୍ଧରେ କେହି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କ୍ରୋଧକୁ କେହି ସହ୍ୟ କରି ପାରିବେ ନାହିଁ। ତାଙ୍କର କ୍ରୋଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନରେ ପଥରଗୁଡ଼ିକ ଖଣ୍ତ ଖଣ୍ତ ହୋଇଯିବ।
7
ସଦାପ୍ରଭୁ ସର୍ବମଙ୍ଗଳମୟ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ଯିଏ ତାଙ୍କଠାରେ ଆଶ୍ରୟ ନିଏ, ସେ ତା’ର ଯତ୍ନ ନିଅନ୍ତି।
8
କିନ୍ତୁ, ସେ ତାଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ୟାଜଳ ପରି ସେମାନେ ଧୋଇ ହୋଇଯିବେ। ସେ ଅନ୍ଧକାରରେ ଶତ୍ରୁମାନଙ୍କୁ ଗୋଡ଼ାଇବେ।
9
ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ କାହିଁକି ଷଡ଼ଯନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ୱଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।
10
ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ, ଏକ ଛନ୍ଦାଛନ୍ଦି ହୋଇଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡ଼ିଯାଏ। ତୁମ୍ଭେମାନେ ମଦ୍ୟପମାନଙ୍କ ପରି ହେବ। ତୁମ୍ଭେମାନେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ୟ ଗ୍ରାସିତ ହେବ।
11
ଜଣେ ଯିଏ କି ସଦାପ୍ରଭୁଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦେବ, ସେପରି ଲୋକ ତୁମ୍ଭମାନଙ୍କ ମଧ୍ୟରୁ ବାହାରି ଯାଇଛି।
12
ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ, “ଅଶୂରୀୟର ଲୋକମାନେ ଅତି ବଳଶାଳୀ, ସେମାନଙ୍କର ବହୁ ସୈନ୍ୟ ଅଛନ୍ତି। କିନ୍ତୁ ସେମାନେ ସମସ୍ତେ ନିହତ ହୋଇ ଶେଷ ହେବେ। ହେ ମୋର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦେଲୁ କିନ୍ତୁ ଆଉ ଅଧିକ ଦୁଃଖ ଦେବା ନାହିଁ।
13
ଆମ୍ଭେ ତୁମ୍ଭମାନଙ୍କର ବେକରେ ଥିବା ଅଶୂରୀୟର ଯୁଆଳୀକୁ କାଢ଼ିନେବା, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦେବା।”
14
ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି ଆଦେଶ ଦେଲେ। “ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କେହି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ଯ୍ୟ ପିତୁଳାଗୁଡ଼ିକ ଓ ଧାତୁର ମୂର୍ତ୍ତିଗୁଡ଼ିକ ଯାହାକି ତୁମ୍ଭ ଦେବତାଙ୍କ ମନ୍ଦିରରେ ଅଛି ସେହିସବୁକୁ ଆମ୍ଭେ ଧ୍ୱଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭେମାନେ ଭ୍ରଷ୍ଟ ହୋଇଛ।”
15
ହେ ଯିହୁଦା ଗ୍ଭହଁ! ପର୍ବତ ଆଡ଼କୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ଯିହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସେହି ମନ୍ଦ ଲୋକ ଆଉ ଆସିବେ ନାହିଁ। ସେମାନେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରି ପାରିବେ ନାହିଁ। କାହିଁକି ସେମାନେ ଆକ୍ରମଣ କରି ପାରିବେ ନାହିଁ? କାରଣ ସେହି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛନ୍ତି।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3