bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nahum 2
Nahum 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
1
ନୀନିବୀ ଧ୍ୱଂସ ହେବ କେହି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି। ତେଣୁ ତୁମ୍ଭ ସୁଦୃଢ଼ ସ୍ଥାନଗୁଡ଼ିକୁ ଜଗ। ରାସ୍ତାଗୁଡ଼ିକ ଉପରେ ଦୃଷ୍ଟି ରଖ। ଯୁଦ୍ଧ ପାଇଁ ସଜ ହୁଅ ଏବଂ ନିଜର ପାରୁ ପର୍ଯ୍ୟନ୍ତ ନିଜକୁ ସଜାଗ ରଖ।
2
ସଦାପ୍ରଭୁ ଯାକୁବର ଶୋଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇସ୍ରାଏଲର ଶୋଭା ସଦୃଶ। ଶତ୍ରୁ ସେମାନଙ୍କୁ ଧ୍ୱଂସ କଲେ ଓ ସେମାନଙ୍କର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।
3
ସେହି ସୈନ୍ୟମାନଙ୍କର ମୋହରଗୁଡ଼ିକ ଲାଲ। ସେମାନଙ୍କର ପୋଷାକ ଅତି ଲାଲ। ସେମାନଙ୍କର ରଥଗୁଡ଼ିକ ଯୁଦ୍ଧ ପାଇଁ ଧାଡ଼ିରେ ପ୍ରସ୍ତୁତ ହୋଇ ରହିଛି, ସେଗୁଡ଼ିକ ଅଗ୍ନିଶିଖା ପରି ଉଜ୍ଜ୍ୱଳ ଦେଖା ଯାଉଛି। ସେମାନଙ୍କର ବର୍ଚ୍ଛାସବୁ ଉତ୍ତୋଳିତ।
4
ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି। ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି। ସେଗୁଡ଼ିକ ମଶାଲପରି ଓ ବିଜୁଳି ପରି ଦେଖାଯାଉଛି।
5
ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି। ଯେତେବେଳେ ସେମାନେ ଆଗକୁ ଗତି କରନ୍ତି, ସେମାନେ ଝୁଣ୍ଟି ପଡ଼ନ୍ତି। ସେମାନେ କାନ୍ଥ ନିକଟକୁ ଯାଆନ୍ତି ଏବଂ ସେମାନଙ୍କର ଢାଲଗୁଡ଼ିକ ଠିକ୍ କରନ୍ତି।
6
ନଦୀର ଫାଟକଗୁଡ଼ିକ ଖୋଲା ଅଛି ଏବଂ ରାଜପ୍ରାସାଦ ଭାସି ଯାଉଛି,
7
ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।
8
ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, “ଦୌଡ଼ୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!” କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି।
9
ତାଙ୍କ ପାଖରେ ବହୁ ଧନସମ୍ପତ୍ତି ନେବାକୁ ଅଛି। ତାଙ୍କର ରୂପା ଓ ସୁନା ନିଅ।
10
ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି। ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି। ସେମାନଙ୍କର ହୃଦୟ ଭୟରେ ବିଚଳିତ। ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି।
11
ସେହି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସେଠାରେ ବାସ କରୁଥିଲେ। ସେମାନଙ୍କର ସିଂହ ଶାବକଗୁଡ଼ିକୁ ସେଠାରେ ଖାଉଥିଲେ ଏବଂ ଭୟଭୀତ ନ ଥିଲେ।
12
ସିଂହ ନୀନିବୀର ରାଜା ତା’ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା’ର ନୀନିବୀ ଗୁମ୍ଫାକୁ ଶିକାରରେ ପରିପୂର୍ଣ୍ଣ କଲା! ସେ ତା’ର ଗୁମ୍ଫାକୁ ମାଂସରେ ପୂର୍ଣ୍ଣ କଲା।
13
ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ। ଆମ୍ଭେ ତୁମ୍ଭର ରଥକୁ ଜାଳିଦେବା ଓ ତୁମ୍ଭର ‘ଯୁବକ ସିଂହମାନଙ୍କୁ’ ଖଣ୍ଡାରେ ହତ୍ୟା କରିବା। ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦେବା। ଲୋକମାନେ ଆଉ କେବେ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
All chapters:
1
2
3