bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Philippians 1
Philippians 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର।
2
ଆମ୍ଭ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
3
ପାଉଲଙ୍କ ପ୍ରାର୍ଥନା ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ।
5
ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ।
6
ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।
7
ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ।
8
ପରମେଶ୍ୱର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ।
9
ତୁମ୍ଭମାନଙ୍କ ପାଇଁ ମୋର ପ୍ରାର୍ଥନା ଏହି ଯେ: ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ; ତୁମ୍ଭମାନଙ୍କର ପ୍ରେମ ଦ୍ୱାରା ତୁମ୍ଭେ ଜ୍ଞାନ ଓ ବୋଧଶକ୍ତି ପ୍ରାପ୍ତ ହୁଅ;
10
ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ;
11
ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।
12
ପାଉଲଙ୍କ ସମସ୍ୟା ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରେ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା।
13
ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ୱାସୀ ହୋଇଥିବାରୁ ବନ୍ଦୀଘରେ ରଖାଯାଇଛି।
14
ମୁଁ ଏବେ ମଧ୍ୟ ବନ୍ଦୀଘରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ, ଅଧିକ ଉତ୍ସାହିତ ହୋଇ ସାହସ ପୂର୍ବକ ନିର୍ଭୟରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି।
15
ଏହା ସତ୍ୟ ଯେ ସେମାନଙ୍କ ଭିତରୁ କେତେଜଣ କଠୋର ଓ ଈର୍ଷାନ୍ୱିତ ହୋଇ ବିବାଦ ମନୋଭାବ ନେଇ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ଭାବରେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି।
16
ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି।
17
କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି କାରଣ ସେମାନେ ସ୍ୱାର୍ଥପର। ସେମାନେ ମନ୍ଦ ଅଭିପ୍ରାୟରେ ପ୍ରଗ୍ଭର କରନ୍ତି। ସେମାନେ ବନ୍ଦୀଘରେ ମୋ’ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଗ୍ଭହାନ୍ତି।
18
ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ୟ।
19
ତୁମ୍ଭେମାନେ ମୋ’ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମୋ’ ପରିତ୍ରାଣର କାରଣ ହେବ।
20
ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି।
21
ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।”
22
ଯଦି ମୁଁ ଶରୀରରେ ଜୀବିତ ରୁହେ, ତା’ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା?
23
ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।
24
କିନ୍ତୁ, ତୁମ୍ଭ ପାଇଁ ମୋର ଶରୀରରେ ବଞ୍ଚି ରହିବା ଅଧିକ ଆବଶ୍ୟକ।
25
ମୁଁ ଜାଣେ ତୁମ୍ଭେମାନେ ମୋତେ ଗ୍ଭହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ୱାସରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାଯ୍ୟ କରିବି।
26
ଯଦି ମୁଁ ତୁମ୍ଭ ପାଖକୁ ଫେରିଯାଏ, ତେବେ ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋ’ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହେବ।
27
ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ।
28
ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ।
29
ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କେବଳ ପରମେଶ୍ୱର ତୁମ୍ଭକୁ ସୁଯୋଗ ଦେଇଛନ୍ତିା ତାହା ଯଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ଏହି ଉଭୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ।
30
ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4