bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Philippians 3
Philippians 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।
2
ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ ହେବା ପାଇଁ ଦାବୀ କରନ୍ତି।
3
କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।
4
ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍।
5
ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ।
6
ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।
7
ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ।
8
ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି।
9
ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି।
10
ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ।
11
ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇପାରେ, ଏ ଭରସା ମୋର ଅଛି।
12
ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି।
13
ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ।
14
ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।
15
ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ।
16
କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।
17
ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର।
18
ଅନେକ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି ଲୋକମାନଙ୍କ ବିଷୟରେ କହିଛି। ଏବେ ମଧ୍ୟ ମୁଁ କାନ୍ଦିକାନ୍ଦି ସେମାନଙ୍କ ବିଷୟରେ କହୁଛି।
19
ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା’ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।
20
କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।
21
ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4