bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Titus 1
Titus 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ପରମେଶ୍ୱରଙ୍କ ସେବକ, ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସରେ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ସତ୍ୟ ଜାଣିବା ପାଇଁ ସେହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ପରମେଶ୍ୱରଙ୍କୁ ଲୋକେ କିପରି ସେବା କରିବେ, ତାହା ସେହି ସତ୍ୟ ଦେଖାଇ ଥାଏ।
2
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ।
3
ଉଚିତ୍ ସମୟରେ ପରମେଶ୍ୱର ସେହି ଜୀବନ ବିଷୟରେ ସଂସାରକୁ ଜଣାଇଲେ। ପ୍ରଗ୍ଭର ଦ୍ୱାରା ପରମେଶ୍ୱର ଜଗତକୁ କହିଲେ। ପରମେଶ୍ୱର ମୋତେ ସେହି କାମର ଦାୟିତ୍ୱ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର ଆଦେଶ ଦେଇଥିବାରୁ ମୁଁ ସେଗୁଡ଼ିକର ପ୍ରଗ୍ଭର କଲି।
4
ଏହି ପତ୍ର ତୀତସଙ୍କୁ ଲେଖାଯାଉଛି। ତୁମ୍ଭେ ସମବିଶ୍ୱାସରେ ମୋର ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରମେଶ୍ୱର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
5
କ୍ରୀତୀଠାରେ ତୀତସଙ୍କ କାର୍ଯ୍ୟ ମୁଁ ତୁମ୍ଭକୁ କ୍ରୀତୀଠାରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସେଠାରେ ତୁମ୍ଭକୁ ଏଥିପାଇଁ ମଧ୍ୟ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରତ୍ୟେକ ନଗରରେ ପ୍ରାଚୀନ ହେବା ଲୋକମାନଙ୍କୁ ବାଛି ପାରିବ।
6
ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ।
7
ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ୱରଙ୍କ କାମର ଯତ୍ନ ନେବା, ଅତଏବ ସେ ନିର୍ଦ୍ଦୋଷ ହେବା କଥା। ସେ ଗର୍ବୀ, ସ୍ୱାର୍ଥୀ ଓ ଶୀଘ୍ର କ୍ରୋଧୀ ହୋଇ ନ ଥିବେ। ସେ ଅତ୍ୟଧିକ ମଦ୍ୟ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହୋଇ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହେବା ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ।
8
ନିଜ ଘରେ ଲୋକମାନଙ୍କୁ ସ୍ୱାଗତ କରି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ରେମ କରୁଥିବେ, ଜ୍ଞାନୀ ହୋଇଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହୋଇଥିବେ ଓ ନିଜକୁ ସଂଯମ କରି ପାରୁଥିବେ। ଆମ୍ଭେ ସତ୍ୟର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପାଳନ କରୁଥିବେ।
9
ପ୍ରକୃତ ଶିକ୍ଷାକୁ ବ୍ୟବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦେଖାଇ ଦେବାକୁ ସକ୍ଷମ ହେବେ ଯେ ସେମାନେ ଭୁଲ୍ ଅଟନ୍ତି।
10
ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ମୁଁ ବିଶେଷ ଭାବରେ ସେ ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହେବା ପାଇଁ କହନ୍ତି।
11
ଜଣେ ପ୍ରାଚୀନ ସେମାନଙ୍କର ଭୁଲ୍ ବିଷୟରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସେମାନଙ୍କୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସେହି ଲୋକମାନେ କୁଶିକ୍ଷାର ଉପଦେଶ ଦେଇ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସେମାନେ କେବଳ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସେମାନେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି।
12
ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ କି ଭବିଷ୍ୟଦ୍ବକ୍ତା, କହିଛନ୍ତି: “କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସେମାନେ ଦୁଷ୍ଟ ପଶୁ ଓ ଅଳସୁଆ। ସେମାନେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।”
13
ସେହି ଭାବବାଦୀଙ୍କ କଥା ସତ। ଅତଏବ ସେମାନଙ୍କୁ କୁହ ଯେ ସେମାନେ ଭୁଲ୍ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠୋର ହେବା ଉଚିତ୍। ତା’ହେଲେ ସେମାନେ ବିଶ୍ୱାସରେ ଦୃଢ଼ ହେବେ।
14
ତା’ହେଲେ ସେମାନେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ୟକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।
15
ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି।
16
ସେ ଲୋକମାନେ କୁହନ୍ତି ଯେ ସେମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସେମାନେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସେମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭୟଙ୍କର ଲୋକ, ଆଜ୍ଞା ବିରୋଧୀ ଓ କୌଣସି ଭଲ କାମ ପାଇଁ ଅଯୋଗ୍ୟ।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3