bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Titus 3
Titus 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
1
ଜୀବନଯାପନର ଉତ୍ତମ ରୀତି ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ: ସେମାନେ ସରକାରୀ ଅଧିକାରୀମାନଙ୍କ ଅଧୀନରେ ରୁହନ୍ତୁ, ସେମାନଙ୍କ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ;
2
ଅନ୍ୟମାନଙ୍କ ବିଷୟରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତିରେ ରୁହନ୍ତୁ; ଧୈର୍ଯ୍ୟବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ୱାସୀମାନଙ୍କୁ କୁହ।
3
ଅତୀତରେ ଆମ୍ଭେ ମଧ୍ୟ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ୍ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଈର୍ଷାଳୁ ଓ ଦ୍ୱେଷପୂର୍ଣ୍ଣ ଜୀବନଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
4
କିନ୍ତୁ ଯେତେବେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଦୟା ଓ ପ୍ରେମ ପ୍ରକାଶିତ ହେଲା, ସେତେବଳେ ସେ ନିଜ କୃପା ଦ୍ୱାରା ଆମ୍ଭକୁ ରକ୍ଷା କଲେ।
5
ପରମେଶ୍ୱରଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ଯ୍ୟଗୁଡ଼ିକ ହେତୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ରଆତ୍ମାଙ୍କ ମାଧ୍ୟମରେ ଆସିଥିଲା।
6
ପରମେଶ୍ୱର ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେହି ପବିତ୍ରଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢାଳିଲେ।
7
ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତ ଜୀବନ ପାଇବୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ।
8
ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ। ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା’ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ।
9
ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ।
10
ଯଦି କିଏ ତର୍କବିତର୍କ କରେ, ତା’ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଗ୍ଭଲୁ ରଖେ, ତା’ହେଲେ ତାହାକୁ ଆଉ ଥରେ ସତର୍କ କର।
11
ଯଦି ତା’ପରେ ମଧ୍ୟ ସେ ପୁନଃ ତର୍କବିତର୍କ କରେ, ତା’ ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସେଭଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
12
ମନେ ରଖିବା ପାଇଁ କେତୋଟି କଥା ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି।
13
ଓକିଲ ଜୀନା ଓ ଆପଲ୍ଲ ସେଠାରୁ ଆସୁଛନ୍ତି। ସେମାନଙ୍କ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ୟ ସାହାଯ୍ୟ କର। ତୁମ୍ଭେ ସତର୍କ ହୁଅ ଯେ ସେମାନଙ୍କର କୌଣସି ଅଭାବ ନ ଘଟୁ।
14
ନିଜ ଜୀବନକୁ ସତ୍କର୍ମରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ୟକ। ଯେଉଁମାନଙ୍କର ପ୍ରକୃତରେ ଦରକାର, ସେମାନଙ୍କର ମଙ୍ଗଳ କର। ତା’ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।
15
ମୋ’ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ୱାସରେ ଆମ୍ଭକୁ ଭଲ ପାଆନ୍ତି, ସେମାନଙ୍କୁ ନମସ୍କାର ଜଣାଇବ। ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।
← Chapter 2
Jump to:
Chapter 1
Chapter 2
Chapter 3
All chapters:
1
2
3