bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
Romans 3
Romans 3
Odia IRV 2017 (ଓଡିଆ ବାଇବେଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ତେବେ ଯିହୂଦୀ ଲୋକର ବିଶେଷ କ'ଣ? ସୁନ୍ନତର ବା ଉପକାର କ'ଣ? ସବୁ ପ୍ରକାରେ ବହୁତ ।
2
ସର୍ବପ୍ରଥମେ, ଈଶ୍ୱରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା ।
3
ତେବେ କ'ଣ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ୱସ୍ତତା କ'ଣ ଈଶ୍ୱରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ?
4
ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ୱର ସତ୍ୟ ବୋଲି ସ୍ୱୀକାର କରାଯାଉ, ଯେପରି ଲେଖା ଅଛି, "ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି, ବିଚାରିତ ହେବା ସମୟରେ ବିଜୟୀ ହେବ ।''
5
କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କ'ଣ କହିବା? ଯେଉଁ ଈଶ୍ୱର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟ ଭାବରେ କହୁଅଛି ।
6
ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ୱର କିପରି ଜଗତର ବିଚାର କରିବେ?
7
କିନ୍ତୁ ଯଦି ମୋହର ମିଥ୍ୟା ଦ୍ୱାରା ଈଶ୍ୱରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା, ତାହାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାରିତ ହେଉଅଛି?
8
ଆଉ, ଭଲ ଫଳ ଫଳିବା ନିମନ୍ତେ ଆସ, ମନ୍ଦ କର୍ମ କରୁ, ଏହା ଆମ୍ଭେମାନେ କହୁଅଛୁ ବୋଲି ଯେପରି କେହି କେହି ଆମ୍ଭମାନଙ୍କର ଗ୍ଳାନି କରି କହନ୍ତି, ସେପରି ବା କାହିଁକି ନ କରିବା? ଏମାନଙ୍କର ଦଣ୍ଡ ଯଥାର୍ଥ ।
9
ତେବେ କ'ଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧିନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,
10
ଯେପରି ଲେଖା ଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ,
11
ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ;
12
ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ ।
13
ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି,
14
ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ;
15
ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,
16
ସେମାନଙ୍କ ପଥରେ ବିନାଶ ଓ କ୍ଳେଶ,
17
ପୁଣି, ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ ।
18
ଈଶ୍ୱରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ ।
19
ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ;
20
କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ ।
21
କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
22
ଅର୍ଥାତ୍, ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତିବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ,
23
ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି,
24
ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି ।
25
ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,
26
ପୁଣି, ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି ।
27
ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା । କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କ୍ରିୟାକର୍ମ ଦ୍ୱାରା? ନୁହେଁ, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା ।
28
ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ।
29
କିମ୍ବା ଈଶ୍ୱର କି କେବଳ ଯିହୂଦୀମାନଙ୍କର ଈଶ୍ୱର? ସେ କି ଅଣଯିହୂଦୀମାନଙ୍କର ମଧ୍ୟ ଈଶ୍ୱର ନୁହଁନ୍ତି? ହଁ, ଅଣଯିହୂଦୀମାନଙ୍କର ମଧ୍ୟ ।
30
କାରଣ ଈଶ୍ୱର ତ ଏକ, ଆଉ ସେ ବିଶ୍ୱାସ ହେତୁ ସୁନ୍ନତିକୁ ଓ ବିଶ୍ୱାସ ଦ୍ୱାରା ଅସୁନ୍ନତିକୁ ଧାର୍ମିକ ଗଣିବେ ।
31
ତେବେ, ଆମ୍ଭେମାନେ କି ବିଶ୍ୱାସ ଦ୍ୱାରା ମୋଶାଙ୍କ ବ୍ୟବସ୍ଥାକୁ ଲୋପ କରୁଅଛୁ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16