bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
Romans 4
Romans 4
Odia IRV 2017 (ଓଡିଆ ବାଇବେଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
1
ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷ ଅବ୍ରହାମ କ'ଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା?
2
କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ୱରଙ୍କ ନିକଟରେ ନୁହେଁ ।
3
କାରଣ ଶାସ୍ତ୍ର କ'ଣ କୁହେ? ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା ।
4
ଯେ କର୍ମ କରେ, ତାହା ପକ୍ଷରେ ତା'ର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ ।
5
କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତା'ର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ ।
6
ଏହି ପ୍ରକାରେ ଯେଉଁ ଲୋକ ପକ୍ଷରେ ଈଶ୍ୱର କ୍ରିୟାକର୍ମ ବ୍ୟତୀତ ଧାର୍ମିକତା ଗଣନା କରନ୍ତି, ଦାଉଦ ମଧ୍ୟ ତାକୁ ଧନ୍ୟ ବୋଲି କହନ୍ତି, ଯଥା,
7
"ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ ।
8
ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।'
9
ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା ।
10
ତେବେ, ତାହା କିପରି ଗଣିତ ହେଲା? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ ।
11
ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,
12
ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇ ପାରନ୍ତି, ଅର୍ଥାତ୍ ଯେଉଁମାନେ ସୁନ୍ନତ ପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ ।
13
କାରଣ ଅବ୍ରହାମ କିମ୍ବା ତାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା ।
14
ଯେଣୁ ଯଦି ମୋଶାଙ୍କ ବ୍ୟବସ୍ଥାବଲମ୍ବୀମାନେ ଅଧିକାରୀ ହୁଅନ୍ତି, ତାହାହେଲେ ବିଶ୍ୱାସ ବ୍ୟର୍ଥ କରାଯାଇଅଛି ଓ ପ୍ରତିଜ୍ଞା ନିଷ୍ପଳ କରାଯାଇଅଛି ।
15
କାରଣ ମୋଶାଙ୍କ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ ।
16
ଏଣୁ ଏହି ପ୍ରତିଜ୍ଞା ବିଶ୍ୱାସ ହେତୁ ପ୍ରାପ୍ତ ହୁଏ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ୱାରା ସମସ୍ତ ବଂଶ ପକ୍ଷରେ, କେବଳ ମୋଶାଙ୍କ ବ୍ୟବସ୍ଥାବଲମ୍ବୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ୱାସାବଲମ୍ବୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ;
17
ଯେଉଁ ଈଶ୍ୱରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖା ଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ ।
18
"ଏହିପରି ତୁମ୍ଭର ବଂଶ ହେବ," ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ ।
19
ତାଙ୍କ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ,
20
ବରଂ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ,
21
କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ ।
22
ଏଥିପାଇଁ ମଧ୍ୟ ଏହା ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା
23
ତାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ,
24
ମାତ୍ର ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଲେଖା ହୋଇଅଛି; କାରଣ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କଲେ, ତାହାଙ୍କଠାରେ ବିଶ୍ୱାସ କରୁଅଛୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପକ୍ଷରେ ମଧ୍ୟ ତାହା ଗଣିତ ହେବ;
25
ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16