bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
2 Chronicles 14
2 Chronicles 14
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 15 →
1
ଏଥିଉତ୍ତାରେ ଅବୀୟଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ, ଆଉ ତାଙ୍କର ପୁତ୍ର ଆସା ତାଙ୍କ ପଦରେ ରାଜ୍ୟ କଲେ। ଏହାଙ୍କ ଅଧିକାର ସମୟରେ ଦେଶ ଦଶ ବର୍ଷ ସୁସ୍ଥିର ରହିଲା।
2
ପୁଣି ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ;
3
କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;
4
ଆଉ ସେ ଯିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ, ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ।
5
ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ-ପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।
6
ପୁଣି, ସେ ଯିହୁଦା ଦେଶରେ କେତେକ ପ୍ରାଚୀର-ବେଷ୍ଟିତ ନଗର ନିର୍ମାଣ କଲେ; କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା; ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ।
7
ଏହେତୁ ସେ ଯିହୁଦାକୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ନଗର ନିର୍ମାଣ କରି ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ, ଦ୍ୱାର ଓ ଅର୍ଗଳ ପ୍ରସ୍ତୁତ କରୁ; ଦେଶ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ସମ୍ମୁଖରେ ଅଛି, ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଅନ୍ୱେଷଣ କରିଅଛୁ; ଆମ୍ଭେମାନେ ତାହାଙ୍କର ଅନ୍ୱେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି।” ତହୁଁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ।
8
ଏହି ଆସାଙ୍କର ଯିହୁଦା ମଧ୍ୟରୁ ତିନି ଲକ୍ଷ ଢାଲ ଓ ବର୍ଚ୍ଛାଧାରୀ ଓ ବିନ୍ୟାମୀନ୍ ମଧ୍ୟରୁ ଦୁଇ ଲକ୍ଷ ଅଶୀ ହଜାର ଢାଲ ଓ ଧନୁର୍ଦ୍ଧାରୀ, ଏକ ସୈନ୍ୟଦଳ ଥିଲେ; ଏସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ।
9
ଏଉତ୍ତାରେ କୂଶଦେଶୀୟ ସେରହ ଦଶ ଲକ୍ଷ ସୈନ୍ୟ ଓ ତିନି ଶହ ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା; ସେ ମାରେଶା ପର୍ଯ୍ୟନ୍ତ ଆସିଲା।
10
ସେତେବେଳେ ଆସା ତାହାକୁ ଭେଟିବାକୁ ଯାଆନ୍ତେ, ସେମାନେ ମାରେଶା ନିକଟସ୍ଥ ସଫାଥା ଉପତ୍ୟକାରେ ଯୁଦ୍ଧ ସଜାଇଲେ।
11
ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, “ସଦାପ୍ରଭୋ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ।”
12
ଏଥିରେ ସଦାପ୍ରଭୁ ଆସା ସମ୍ମୁଖରେ ଓ ଯିହୁଦା ସମ୍ମୁଖରେ କୂଶୀୟମାନଙ୍କୁ ଆଘାତ କଲେ; ତହୁଁ କୂଶୀୟମାନେ ପଳାୟନ କଲେ।
13
ଏଉତ୍ତାରେ ଆସା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ତହିଁରେ କୂଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ, ସେମାନେ ଆଉ ସବଳ ହୋଇ ଉଠି ପାରିଲେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ; ଏଣୁ ଯିହୁଦା-ଲୋକମାନେ ଅପାର ଲୁଟଦ୍ରବ୍ୟ ବହିନେଲେ।
14
ଆଉ, ସେମାନେ ଗରାରର ଚତୁର୍ଦ୍ଦିଗସ୍ଥ ନଗରସବୁ ଆଘାତ କଲେ; କାରଣ ସଦାପ୍ରଭୁଙ୍କ ଭୟ ସେହି ସବୁ ନଗର ଉପରେ ଉପସ୍ଥିତ ହେଲା; ପୁଣି ସେମାନେ ସମସ୍ତ ନଗର ଲୁଟ କଲେ; କାରଣ ତହିଁ ମଧ୍ୟରେ ଅନେକ ଲୁଟଦ୍ରବ୍ୟ ଥିଲା।
15
ମଧ୍ୟ ସେମାନେ ପଶୁପଲର ତମ୍ବୁସବୁ ଆଘାତ କଲେ, ଆଉ ବିସ୍ତର ମେଷ ଓ ଓଟ ନେଇ ଯିରୂଶାଲମକୁ ଫେରିଗଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36