bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
2 Chronicles 36
2 Chronicles 36
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
1
ଏଥିଉତ୍ତାରେ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍ଙ୍କୁ ନେଇ ତାଙ୍କର ପିତାଙ୍କ ପଦରେ ତାଙ୍କୁ ଯିରୂଶାଲମରେ ରାଜା କଲେ।
2
ଯିହୋୟାହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ।
3
ଏଥିଉତ୍ତାରେ ମିସରର ରାଜା ଯିରୂଶାଲମରେ ତାଙ୍କୁ ପଦଚ୍ୟୁତ କରି ଦେଶ ଉପରେ ଏକ ଶହ ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଅର୍ଥଦଣ୍ଡ ନିର୍ଦ୍ଧାରଣ କଲା।
4
ଆହୁରି, ମିସରର ରାଜା ତାଙ୍କର ଭ୍ରାତା ଇଲିୟାକୀମ୍ଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍ ରଖିଲା, ପୁଣି ନଖୋ ତାଙ୍କର ଭ୍ରାତା ଯିହୋୟାହସ୍ଙ୍କୁ ଧରି ମିସରକୁ ନେଇଗଲା।
5
ଯିହୋୟାକୀମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ।
6
ତାଙ୍କ ବିରୁଦ୍ଧରେ ବାବିଲର ରାଜା ନବୂଖଦ୍ନିତ୍ସର ଆସି ବାବିଲକୁ ନେଇଯିବା ନିମନ୍ତେ ତାଙ୍କୁ ଶିକୁଳିରେ ବାନ୍ଧିଲା।
7
ନବୂଖଦ୍ନିତ୍ସର ମଧ୍ୟ ସଦାପ୍ରଭୁଙ୍କ ଗୃହର କେତେକ ପାତ୍ର ବାବିଲକୁ ନେଇଯାଇ ବାବିଲସ୍ଥିତ ଆପଣା ମନ୍ଦିରରେ ରଖିଲା।
8
ଏହି ଯିହୋୟାକୀମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଓ ତାଙ୍କ ମଧ୍ୟରେ ପ୍ରାପ୍ତ ଘୃଣାଯୋଗ୍ୟ କ୍ରିୟାସକଳ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି; ଏଉତ୍ତାରେ ତାଙ୍କର ପୁତ୍ର ଯିହୋୟାଖୀନ୍ ତାଙ୍କର ପଦରେ ରାଜ୍ୟ କଲେ।
9
ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ଦଶ ଦିନ ରାଜ୍ୟ କଲେ; ଆଉ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
10
ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।
11
ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ;
12
ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ; ସେ ସଦାପ୍ରଭୁଙ୍କ ମୁଖନିର୍ଗତ ବାକ୍ୟର ପ୍ରକାଶକ ଯିରିମୀୟ ଭବିଷ୍ୟଦ୍ବକ୍ତା ସମ୍ମୁଖରେ ଆପଣାକୁ ନମ୍ର କଲେ ନାହିଁ।
13
ମଧ୍ୟ ଯେଉଁ ନବୂଖଦ୍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ।
14
ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
15
ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ;
16
ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।
17
ଏନିମନ୍ତେ ସେ କଲ୍ଦୀୟମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ, ସେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା, ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରିକୁ ଦୟା କଲା ନାହିଁ; ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପି ଦେଲେ।
18
ଆଉ, ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା।
19
ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
20
ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ;
21
ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।
22
ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା,
23
“ପାରସ୍ୟର ରାଜା କୋରସ୍ ଏହା କହନ୍ତି, ‘ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।’”
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36