bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Deuteronomy 20
Deuteronomy 20
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 21 →
1
ତୁମ୍ଭେ ଆପଣା ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ବାହାରିଲେ, ଯେବେ ଆପଣା ଅପେକ୍ଷା ଅଧିକ ଅଶ୍ୱ, ରଥ ଓ ଲୋକ ଦେଖିବ, ତେବେ ତୁମ୍ଭେ ସେମାନଙ୍କ ବିଷୟରେ ଭୀତ ହେବ ନାହିଁ। କାରଣ ଯେ ତୁମ୍ଭକୁ ମିସର ଦେଶରୁ ଆଣିଅଛନ୍ତି, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।
2
ଆଉ ତୁମ୍ଭେମାନେ ଯୁଦ୍ଧର ନିକଟବର୍ତ୍ତୀ ହେଲେ, ଯାଜକ ନିକଟକୁ ଆସି ଲୋକମାନଙ୍କୁ କହିବ,
3
ହେ ଇସ୍ରାଏଲ, “ଶୁଣ, ତୁମ୍ଭେମାନେ ଆଜି ଆପଣା ଶତ୍ରୁମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯାଉଅଛ; ତୁମ୍ଭମାନଙ୍କ ହୃଦୟ ଦୁର୍ବଳ ନ ହେଉ; ଭୟ କର ନାହିଁ, କିଅବା କମ୍ପମାନ ହୁଅ ନାହିଁ, କିଅବା ସେମାନଙ୍କ ବିଷୟରେ ଭୟଯୁକ୍ତ ହୁଅ ନାହିଁ।
4
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସପକ୍ଷ ହୋଇ ତୁମ୍ଭମାନଙ୍କ ଶତ୍ରୁଗଣର ପ୍ରତିକୂଳରେ ଯୁଦ୍ଧ କରି ରକ୍ଷା କରିବାକୁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଯାଉଅଛନ୍ତି।”
5
ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, “କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ପ୍ରତିଷ୍ଠା କରିବ।
6
ଆଉ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ଫଳ ଭୋଗ କରିବ।
7
ଆଉ କେଉଁ ଲୋକ କୌଣସି ସ୍ତ୍ରୀକୁ ବାଗ୍ଦାନ କରି ତାହାକୁ ବିବାହ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତାହାକୁ ବିବାହ କରିବ।”
8
ଆହୁରି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, “ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ତାହାର ହୃଦୟ ପରି ତାହାର ଭ୍ରାତୃଗଣର ହୃଦୟ ତରଳି ଯିବ।”
9
ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କ ସହିତ କଥା ସମାପ୍ତ କଲା ଉତ୍ତାରେ ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।
10
ଯେତେବେଳେ ତୁମ୍ଭେ ଯୁଦ୍ଧ କରିବା ପାଇଁ କୌଣସି ନଗରର ନିକଟବର୍ତ୍ତୀ ହେବ, ସେତେବେଳେ ତହିଁ ପ୍ରତି ସନ୍ଧିର କଥା ଘୋଷଣା କରିବ।
11
ତହିଁରେ ସେ ଯେବେ ସନ୍ଧିରେ ସମ୍ମତ ହୋଇ ତୁମ୍ଭ ନିମନ୍ତେ ଦ୍ୱାର ଫିଟାଇ ଦିଏ, ତେବେ ତହିଁ ମଧ୍ୟରେ ଯେତେ ଲୋକ ଦେଖାଯିବେ, ସେମାନେ ତୁମ୍ଭର ଦାସ ହେବେ ଓ ତୁମ୍ଭର ସେବା କରିବେ।
12
ମାତ୍ର ଯଦି ସେ ତୁମ୍ଭ ସହିତ ସନ୍ଧି ନ କରି ତୁମ୍ଭ ସହିତ ଯୁଦ୍ଧ କରେ, ତେବେ ତୁମ୍ଭେ ସେହି ନଗର ଅବରୋଧ କରିବ।
13
ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେତେବେଳେ ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଡ୍ଗଧାରରେ ବଧ କରିବ।
14
ମାତ୍ର ତୁମ୍ଭେ ସ୍ତ୍ରୀମାନଙ୍କୁ, ବାଳକମାନଙ୍କୁ, ପଶୁମାନଙ୍କୁ ଓ ନଗରର ସର୍ବସ୍ୱ ଆପଣା ନିମନ୍ତେ ଲୁଟ ସ୍ୱରୂପ ଗ୍ରହଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଶତ୍ରୁମାନଙ୍କର ଯେଉଁ ଲୁଟ ତୁମ୍ଭଙ୍କୁ ଦିଅନ୍ତି, ତାହା ଭୋଜନ କରିବ।
15
ଯେଉଁ ଯେଉଁ ନଗର ଏହି ଗୋଷ୍ଠୀୟ ଲୋକମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ଏପରି ସମସ୍ତ ନଗର ପ୍ରତି ଏହି ପ୍ରକାର କରିବ।
16
ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ।
17
ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ।
18
ନୋହିଲେ କେଜାଣି, ସେମାନେ ଆପଣା ଆପଣା ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ତଦନୁସାରେ କରିବା ପାଇଁ ତୁମ୍ଭମାନଙ୍କୁ ଶିଖାଇବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବ।
19
ଯେତେବେଳେ ତୁମ୍ଭେ କୌଣସି ନଗର ହସ୍ତଗତ କରିବା ପାଇଁ ଯୁଦ୍ଧ କରି ବହୁ କାଳ ତାହା ଅବରୋଧ କରିବ, ସେତେବେଳେ ତୁମ୍ଭେ କୁହ୍ରାଡ଼ି ଦ୍ୱାରା ସେଠାରେ ଥିବା ବୃକ୍ଷଗୁଡ଼ିକୁ ହାଣିବ ନାହିଁ; ତୁମ୍ଭେ ତହିଁରୁ ଭୋଜନ କରି ପାରିବ, ଏଣୁ ତାହା କାଟିବ ନାହିଁ; କାରଣ କ୍ଷେତ୍ରର ବୃକ୍ଷ ମନୁଷ୍ୟ ଜୀବନର ଆଧାର ହୋଇଥିବାରୁ ତାହା ତୁମ୍ଭ ସାକ୍ଷାତରେ ଅବରୁଦ୍ଧ ହେବ ନାହିଁ।
20
କେବଳ ଯେଉଁ ବୃକ୍ଷ ଖାଦ୍ୟ ନିମନ୍ତେ ନୁହେଁ ବୋଲି ଜାଣ, ତାହା ତୁମ୍ଭେ ନଷ୍ଟ କରିବ ଓ କାଟିବ; ଆଉ ତୁମ୍ଭ ସହିତ ଯୁଦ୍ଧକାରୀ ନଗର ପରାଜିତ ହେବା ପର୍ଯ୍ୟନ୍ତ ତହିଁ ବିରୁଦ୍ଧରେ ଅବରୋଧକ ଉପାୟ ନିର୍ମାଣ କରିବ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34