bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Deuteronomy 28
Deuteronomy 28
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 29 →
1
ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।
2
ଯଦି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ।
3
ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।
4
ତୁମ୍ଭ ଶରୀରର ଫଳ, ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।
5
ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ।
6
ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ।
7
ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ; ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।
8
ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେଉଁ ଯେଉଁ କର୍ମରେ ତୁମ୍ଭେ ହସ୍ତ ଦେବ, ସେହି ସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।
9
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ, ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ।
10
ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୀତ ହେବେ।
11
ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁମାନଙ୍କୁ ଫଳ ଦେଇ ଓ ତୁମ୍ଭ ଭୂମିରୁ ଫଳ ଦେଇ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ।
12
ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେ; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ।
13
ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ଯଦି ତୁମ୍ଭେ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଯେଉଁ ବାକ୍ୟ ଆଜ୍ଞା କରୁଅଛି, ତୁମ୍ଭେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତାଗଣର ସେବା କରିବା ପାଇଁ ସେମାନଙ୍କ ଅନୁଗାମୀ ନ ହେବ,
14
ତେବେ ସଦାପ୍ରଭୁ ତୁମ୍ଭକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ; ତୁମ୍ଭେ କେବଳ ଉପରିସ୍ଥ ହେବ, ପୁଣି ନୀଚସ୍ଥ ହେବ ନାହିଁ।
15
ମାତ୍ର ମୁଁ ଆଜି ତୁମ୍ଭକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ ନ କରିବ, ତେବେ ଏହିସବୁ ଅଭିଶାପ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ।
16
ତୁମ୍ଭେ ନଗରରେ ଶାପଗ୍ରସ୍ତ ହେବ ଓ କ୍ଷେତ୍ରରେ ଶାପଗ୍ରସ୍ତ ହେବ।
17
ତୁମ୍ଭର ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଶାପଗ୍ରସ୍ତ ହେବ।
18
ତୁମ୍ଭ ଔରସର ସନ୍ତାନ, ଭୂମିର ଫଳ, ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ;
19
ତୁମ୍ଭେ ଗୃହକୁ ଆସିବା ବେଳେ ଶାପଗ୍ରସ୍ତ ହେବ ଓ ତୁମ୍ଭେ ଗୃହରୁ ବାହାରକୁ ଯିବା ବେଳେ ଶାପଗ୍ରସ୍ତ ହେବ।
20
ତୁମ୍ଭେ ଆପଣାର ଯେଉଁ ମନ୍ଦ କର୍ମ ଦ୍ୱାରା ମୋତେ ତ୍ୟାଗ କଲ, ତହିଁ ହେତୁ ତୁମ୍ଭର ସଂହାର ଓ ଶୀଘ୍ର ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭ ହସ୍ତର ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପ୍ରତି ଅଭିଶାପ, ବ୍ୟାକୁଳତା ଓ ଭର୍ତ୍ସନା ପଠାଇବେ।
21
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେଠାରୁ ତୁମ୍ଭେମାନେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭଠାରେ ମହାମାରୀ ଲଗାଇ ରଖିବେ।
22
ସଦାପ୍ରଭୁ ଯକ୍ଷ୍ମା ଓ ଜ୍ୱର ଓ ଜ୍ୱାଳା ଓ ଅତିଦାହ ଓ ଖଡ୍ଗ ଓ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭକୁ ଆଘାତ କରିବେ; ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସେହି ସବୁ ତୁମ୍ଭର ପଶ୍ଚାତ୍ଗାମୀ ହେବେ।
23
ପୁଣି ତୁମ୍ଭ ମସ୍ତକ-ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନୀଚସ୍ଥିତ ପୃଥିବୀ ଲୁହା ହେବ।
24
ସଦାପ୍ରଭୁ ତୁମ୍ଭ ଦେଶରେ ଜଳ ବଦଳେ ଧୂଳି ଓ ବାଲି ବର୍ଷାଇବେ, ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ତାହା ଆକାଶରୁ ତୁମ୍ଭ ଉପରେ ପଡ଼ିବ।
25
ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମ୍ଭକୁ ପରାସ୍ତ କରାଇବେ ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ ମାତ୍ର ସାତ ପଥ ଦେଇ ସେମାନଙ୍କ ସମ୍ମୁଖରୁ ପଳାଇବ; ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେତେଣେ ସ୍ଥାନାନ୍ତରିତ ହେବ।
26
ଆଉ ତୁମ୍ଭ ଶବ ଖଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଭକ୍ଷ୍ୟ ହେବ; କେହି ସେମାନଙ୍କୁ ଅଡ଼ାଇ ଦେବାକୁ ନ ଥିବ।
27
ସଦାପ୍ରଭୁ ତୁମ୍ଭକୁ ମିସରୀୟ ବଥ ଓ ଅର୍ଶ ଓ ଜାଦୁ ଓ କୁଣ୍ଡିଆ ଦ୍ୱାରା ଆଘାତ କରିବେ, ଏହିସବୁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।
28
ସଦାପ୍ରଭୁ ତୁମ୍ଭକୁ ଉନ୍ମାଦ ଓ ଅନ୍ଧତା ଓ ଚିତ୍ତର ସ୍ତବ୍ଧତା ଦ୍ୱାରା ଆଘାତ କରିବେ।
29
ତହିଁରେ ଅନ୍ଧ ଅନ୍ଧକାରରେ ଦରାଣ୍ଡି ହେଲା ପରି ତୁମ୍ଭେ ମଧ୍ୟାହ୍ନ ସମୟରେ ଦରାଣ୍ଡି ବୁଲିବ ଓ ତୁମ୍ଭେ ଆପଣା ପଥରେ କୃତକାର୍ଯ୍ୟ ହେବ ନାହିଁ; ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ ଅପହୃତ ହେବ, କେହି ତୁମ୍ଭକୁ ଉଦ୍ଧାର କରିବାକୁ ନ ଥିବ।
30
ତୁମ୍ଭେ କନ୍ୟା ସଙ୍ଗେ ବିବାହ ନିର୍ବନ୍ଧ କରିବ, ମାତ୍ର ଅନ୍ୟ ପୁରୁଷ ତାହାର ସହବାସ କରିବ; ତୁମ୍ଭେ ଗୃହ ନିର୍ମାଣ କରିବ, ମାତ୍ର ତୁମ୍ଭେ ତହିଁରେ ବାସ କରି ପାରିବ ନାହିଁ; ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ମାତ୍ର ତହିଁର ଫଳ ଭୋଗ କରି ପାରିବ ନାହିଁ,
31
ତୁମ୍ଭ ଗୋରୁ ତୁମ୍ଭ ଆଗରେ ହତ ହେବ, ମାତ୍ର ତୁମ୍ଭେ ତାହାର ମାଂସ ଭୋଜନ କରି ପାରିବ ନାହିଁ; ତୁମ୍ଭ ଗର୍ଦ୍ଦଭ ତୁମ୍ଭ ସାକ୍ଷାତରେ ବଳପୂର୍ବକ ନିଆଯିବ, ମାତ୍ର ତାହା ତୁମ୍ଭକୁ ଫେରାଇ ଦିଆଯିବ ନାହିଁ; ତୁମ୍ଭ ମେଷ ତୁମ୍ଭ ଶତ୍ରୁମାନଙ୍କୁ ଦିଆଯିବ, ମାତ୍ର ଉଦ୍ଧାର କରିବାକୁ କେହି ତୁମ୍ଭର ନ ଥିବ।
32
ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ୍ଭ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ୍ଭ ହାତର ବଳରେ କିଛି ହେବ ନାହିଁ।
33
ତୁମ୍ଭର ଅଜ୍ଞାତ ଏକ ଗୋଷ୍ଠୀ ତୁମ୍ଭ ଭୂମିର ଓ ତୁମ୍ଭ ସକଳ ପରିଶ୍ରମର ଫଳ ଭୋଗ କରିବ; ପୁଣି ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ କ୍ଲେଶପ୍ରାପ୍ତ ହେବ।
34
ତୁମ୍ଭର ଚକ୍ଷୁ ଯାହା ଦେଖିବ, ତହିଁ ସକାଶୁ ତୁମ୍ଭେ ପାଗଳ ହେବ।
35
ସଦାପ୍ରଭୁ ତୁମ୍ଭର ଜାନୁ, ଜଙ୍ଘ ଓ ତଳିପାରୁ ମସ୍ତକ ପର୍ଯ୍ୟନ୍ତ ବ୍ୟଥାଦାୟୀ ବଥ ଦ୍ୱାରା ତୁମ୍ଭକୁ ଆଘାତ କରିବେ, ତହିଁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।
36
ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କରିବ, ତୁମ୍ଭର ସେହି ରାଜାକୁ, ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ଆଣିବେ, ସେଠାରେ ତୁମ୍ଭେ ପ୍ରସ୍ତରମୟ ଓ କାଷ୍ଠମୟ ଅନ୍ୟ ଦେବତାଗଣର ସେବା କରିବ।
37
ପୁଣି, ସଦାପ୍ରଭୁ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟକୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର, ଗଳ୍ପର ଓ ଉପହାସର ବିଷୟ ହେବ।
38
ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ; କାରଣ ପଙ୍ଗପାଳ ତାହା ଖାଇ ପକାଇବ।
39
ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ; କାରଣ ପୋକ ତାହା ଖାଇ ପକାଇବ।
40
ତୁମ୍ଭର ସମସ୍ତ ସୀମାରେ ଜୀତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ; କାରଣ ତୁମ୍ଭ ଜୀତବୃକ୍ଷର ଫଳ ଝଡ଼ି ପଡ଼ିବ।
41
ତୁମ୍ଭେ ପୁତ୍ର ଓ କନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ; କାରଣ ସେମାନେ ବନ୍ଦୀ ହୋଇଯିବେ।
42
ତୁମ୍ଭର ସମୁଦାୟ ବୃକ୍ଷ ଓ ଭୂମିର ଫଳ ପଙ୍ଗପାଳ ନଷ୍ଟ କରିବ।
43
ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀ ଲୋକ ତୁମ୍ଭଠାରୁ ଆହୁରି ଆହୁରି ଉପରକୁ ଉଠିବ, ମାତ୍ର ତୁମ୍ଭେ ଆହୁରି ଆହୁରି ତଳକୁ ଆସିବ।
44
ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ; ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ।
45
ଆଉ ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ଏହିସବୁ ଅଭିଶାପ ତୁମ୍ଭ ଉପରକୁ ଆସିବ, ତୁମ୍ଭ ପଛେ ପଛେ ଗୋଡ଼ାଇବ ଓ ତୁମ୍ଭ ସଙ୍ଗ ଧରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କଲେ, ତାହା ପାଳନ କରିବା ପାଇଁ ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ କଲ ନାହିଁ।
46
ଆଉ ସେହି ସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ;
47
କାରଣ ତୁମ୍ଭେ ସର୍ବପ୍ରକାର ସମ୍ପତ୍ତି ବହୁଳ ରୂପେ ପାଇଲେ ହେଁ ଆନନ୍ଦରେ ଓ ପ୍ରଫୁଲ୍ଲ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ।
48
ଏହେତୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ, ତୃଷାରେ, ଉଲଙ୍ଗତାରେ ଓ ସର୍ବପ୍ରକାର ଅଭାବରେ ସେମାନଙ୍କର ଦାସ୍ୟକର୍ମ କରିବ; ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ପର୍ଯ୍ୟନ୍ତ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।
49
ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକୁ ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ;
50
ସେହି ଗୋଷ୍ଠୀ ଭୟଙ୍କର ବଦନବିଶିଷ୍ଟ, ସେ ବୃଦ୍ଧର ମୁଖାପେକ୍ଷା କରିବ ନାହିଁ, କିଅବା ଯୁବାକୁ ଦୟା କରିବ ନାହିଁ।
51
ପୁଣି, ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଶାବକ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ।
52
ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେଉଁ ସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ସମସ୍ତ ନଗର-ଦ୍ୱାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗର-ଦ୍ୱାରରେ ସେ ତୁମ୍ଭକୁ ଅବରୋଧ କରିବ।
53
ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ବିପଦରେ ପକାଇବେ, ସେହି ସମୟରେ ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ।
54
ସେହି ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଲୋକ କୋମଳ ଓ ଅତି ସୁକୁମାର ଆପଣା ଭାଇ ପ୍ରତି ଓ ଆପଣା ବକ୍ଷଃସ୍ଥାୟିନୀ ଭାର୍ଯ୍ୟା ପ୍ରତି ଓ ଆପଣାର ଅବଶିଷ୍ଟ ରହିଥିବା ସନ୍ତାନମାନଙ୍କ ପ୍ରତି ଏପରି କୁଦୃଷ୍ଟି କରିବ,
55
ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକୁ କିଛି ଦେବ ନାହିଁ।
56
ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ନଗରଦ୍ୱାରମାନଙ୍କରେ ତୁମ୍ଭକୁ ଯେଉଁ ବିପଦରେ ପକାଇବ, ସେହି ବିପଦରେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରତା ଓ କୋମଳତା ସକାଶୁ ଆପଣା ତଳିପା ଭୂମିରେ ରଖିବାକୁ ସାହାସ ନାହିଁ, ସେ ଆପଣା ବକ୍ଷସ୍ଥାୟୀ ସ୍ୱାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ;
57
ଆହୁରି ଆପଣା ଦୁଇ ପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ଜନ୍ମ କରିଥିବା ସନ୍ତାନମାନଙ୍କ ପ୍ରତି (କୁଦୃଷ୍ଟି କରିବ), କାରଣ ସବୁ ବିଷୟର ଅଭାବ ସକାଶୁ ସେ ସେମାନଙ୍କୁ ଗୋପନରେ ଖାଇବ।
58
“ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯଦି ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ ନ କରିବ;
59
ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ, ଅର୍ଥାତ୍, ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ।
60
ପୁଣି ତୁମ୍ଭେ ଯେଉଁ ମିସରୀୟ ମହାବ୍ୟାଧି ବିଷୟରେ ଭୀତ ହେଲ, ତାହାସବୁ ସେ ପୁନର୍ବାର ତୁମ୍ଭ ପ୍ରତି ଘଟାଇବେ; ତାହାସବୁ ତୁମ୍ଭଠାରେ ଲାଗି ରହିବ।
61
ମଧ୍ୟ ଏହି ବ୍ୟବସ୍ଥା-ପୁସ୍ତକରେ ଲେଖା ନ ଥିବା ସମସ୍ତ ରୋଗ ଓ ଆଘାତ ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପ୍ରତି ଘଟାଇବେ।
62
ତହିଁରେ ତୁମ୍ଭେମାନେ ବହୁସଂଖ୍ୟକ ସକାଶୁ ଆକାଶର ତାରାଗଣ ପରି ହେଲେ ମଧ୍ୟ ଅଳ୍ପସଂଖ୍ୟକ ହୋଇ ରହିବ; ଯେହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କଲ ନାହିଁ।
63
ଆହୁରି ଏହିପରି ଘଟିବ ଯେ, ତୁମ୍ଭମାନଙ୍କର ମଙ୍ଗଳ କରିବା ପାଇଁ ଓ ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିବା ପାଇଁ ସଦାପ୍ରଭୁ ଯେପରି ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହୋଇଥିଲେ, ସେହିପରି ତୁମ୍ଭମାନଙ୍କର ବିନାଶ କରିବା ପାଇଁ ଓ ତୁମ୍ଭମାନଙ୍କୁ ଲୋପ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହେବେ। ତହିଁରେ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରୁ ଉତ୍ପାଟିତ ହେବ।
64
ପୁଣି, ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ; ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ।
65
ତୁମ୍ଭେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ; ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍କମ୍ପ, ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ।
66
ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ ପୁଣି, ତୁମ୍ଭେ ରାତି ଓ ଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ;
67
ତୁମ୍ଭେ ଯେଉଁ ଆଶଙ୍କା କରିବ, ତୁମ୍ଭ ହୃଦୟର ସେହି ଆଶଙ୍କା ସକାଶୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ସକାଶୁ ସକାଳ ହେଲେ ତୁମ୍ଭେ କହିବ, ‘ଆହା, ସନ୍ଧ୍ୟା ହୁଅନ୍ତା କି!’ ପୁଣି ସନ୍ଧ୍ୟା ହେଲେ ତୁମ୍ଭେ କହିବ, ‘ଆହା, ସକାଳ ହୁଅନ୍ତା କି!’
68
ଆଉ ଯେଉଁ ପଥ ବିଷୟରେ ମୁଁ ତୁମ୍ଭକୁ କହିଲି ଯେ, ‘ତୁମ୍ଭେ ଆଉ ତାହା ଦେଖିବ ନାହିଁ,’ ସଦାପ୍ରଭୁ ସେହି ପଥ ଦେଇ ଜାହାଜରେ ପୁନର୍ବାର ମିସରକୁ ତୁମ୍ଭକୁ ଆଣିବେ; ପୁଣି, ସେଠାରେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ହସ୍ତରେ ଆପଣା ଆପଣାକୁ ଦାସ ଓ ଦାସୀ ରୂପେ ବିକିବ, ମାତ୍ର କେହି ତୁମ୍ଭମାନଙ୍କୁ କିଣିବ ନାହିଁ।”
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 29 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34