bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Exodus 10
Exodus 10
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 11 →
1
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଅ; କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା,
2
ପୁଣି, ଆମ୍ଭେ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣାର ଚିହ୍ନ ସ୍ୱରୂପେ ଯେଉଁ ଯେଉଁ କର୍ମ କରିଅଛୁ, ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ଓ ପୌତ୍ରର କର୍ଣ୍ଣଗୋଚରରେ କହିବ, ପୁଣି, ଆମ୍ଭେ ଯେ ସଦାପ୍ରଭୁ ଏହା ଜ୍ଞାତ ହେବ, ଏନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ କଠିନ କଲୁ।”
3
ସେତେବେଳେ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ କହିଲେ, “ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ତୁମ୍ଭେ ଆମ୍ଭ ସାକ୍ଷାତରେ ନମ୍ର ହେବାକୁ କେତେ କାଳ ନାସ୍ତି କରିବ? ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
4
ମାତ୍ର ଯଦି ମୋହର ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କର, ତେବେ ଦେଖ, ଆମ୍ଭେ ଆସନ୍ତାକାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା।
5
ସେମାନେ ଭୂମିର ମୁଖ ଏପରି ଆଚ୍ଛନ୍ନ କରିବେ ଯେ, କେହି ତାହା ଦେଖି ପାରିବ ନାହିଁ; ପୁଣି, ଶିଳା ବୃଷ୍ଟିରୁ ରକ୍ଷିତ ଓ ଅବଶିଷ୍ଟ ଯାହା କିଛି ତୁମ୍ଭମାନଙ୍କର ଅଛି, ତାହା ସେମାନେ ଖାଇବେ, ପୁଣି, ତୁମ୍ଭମାନଙ୍କର କ୍ଷେତ୍ରୋତ୍ପନ୍ନ ସମସ୍ତ ବୃକ୍ଷ ଖାଇବେ।
6
ପୁଣି, ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ, ତୁମ୍ଭ ଦାସଗଣର ଗୃହ ଓ ସକଳ ମିସରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ; ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ।’” ତହୁଁ ମୋଶା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରିଗଲେ।
7
ଏଥିଉତ୍ତାରେ ଫାରୋଙ୍କର ଦାସଗଣ ତାଙ୍କୁ କହିଲେ, “ଏ ମନୁଷ୍ୟ କେତେ କାଳ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ? ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଯିବାକୁ ଦେଉନ୍ତୁ; ମିସର ଦେଶ ଯେ ନଷ୍ଟ ହେଲାଣି, ଏହା କି ଆପଣ ଏବେ ହେଁ ବୁଝନ୍ତି ନାହିଁ?”
8
ତେବେ ମୋଶା ଓ ହାରୋଣ ପୁନର୍ବାର ଫାରୋଙ୍କ ନିକଟକୁ ଅଣା ଯାଆନ୍ତେ, ସେ ସେମାନଙ୍କୁ କହିଲେ, “ଯାଅ, ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର; ମାତ୍ର କିଏ କିଏ ଯିବ?”
9
ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।”
10
ତେବେ ଫାରୋ ସେମାନଙ୍କୁ କହିଲେ, “ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଯିବାକୁ ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।
11
ଏପରି ହେବ ନାହିଁ, ତୁମ୍ଭେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କର ସେବା କର; କାରଣ ଏହା ହିଁ ତୁମ୍ଭେମାନେ ଚାହଁ।” ଏଉତ୍ତାରେ ସେମାନେ ଫାରୋଙ୍କ ସାକ୍ଷାତରୁ ତାଡ଼ିତ ହେଲେ।
12
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପଙ୍ଗପାଳ ନିମନ୍ତେ ମିସର ଦେଶ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସେମାନେ ମିସର ଦେଶକୁ ଆସି ଶିଳାବୃଷ୍ଟିର ଅବଶିଷ୍ଟାଂଶ ଭୂମିର ତୃଣାଦି ସମସ୍ତ ଗ୍ରାସ କରିବେ।”
13
ତହୁଁ ମୋଶା ମିସର ଦେଶ ଉପରେ ଆପଣା ଯଷ୍ଟି ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସାରା ଦିବାରାତ୍ରି ଦେଶରେ ପୂର୍ବୀୟ ବାୟୁ ବୁହାଇଲେ; ପ୍ରଭାତ ହୁଅନ୍ତେ, ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଳ ଉପସ୍ଥିତ ହେଲେ।
14
ତହିଁରେ ସମୁଦାୟ ମିସର ଦେଶରେ ପଙ୍ଗପାଳ ବ୍ୟାପିଗଲେ, ମିସରର ସମସ୍ତ ଅଞ୍ଚଳରେ ପଙ୍ଗପାଳ ପଡ଼ିଲେ; ସେମାନେ ଅତ୍ୟନ୍ତ ଭୟାନକ ଥିଲେ; ସେପରି ପଙ୍ଗପାଳ ପୂର୍ବରେ କଦାପି ହୋଇ ନ ଥିଲା, କି ଆଉ କେବେ ହେବ ନାହିଁ।
15
ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍ବର୍ଣ୍ଣ କିଛିମାତ୍ର ରହିଲା ନାହିଁ।
16
ତହୁଁ ଫାରୋ ଶୀଘ୍ର ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ମୁଁ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ପାପ କରିଅଛି।
17
ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।”
18
ତହିଁରେ ସେ ଫାରୋଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ,
19
ସଦାପ୍ରଭୁ ପ୍ରବଳ ପଶ୍ଚିମ ବାୟୁ ଫେରାଇ ଦେଶରୁ ପଙ୍ଗପାଳମାନଙ୍କୁ ଉଠାଇ ନେଇ ସୂଫ ସାଗରରେ ନିକ୍ଷେପ କଲେ; ତହିଁରେ ମିସରର କୌଣସି ଅଞ୍ଚଳରେ ଗୋଟିଏ ପଙ୍ଗପାଳ ରହିଲା ନାହିଁ।
20
ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି, ସେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
21
ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ହସ୍ତ ବିସ୍ତାର କର; ତହିଁରେ ମିସର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ସକାଶୁ ଲୋକମାନେ ଦରାଣ୍ଡି ହେବେ।”
22
ଏଥିଉତ୍ତାରେ ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ପରସ୍ପରକୁ ଦେଖି ପାରିଲା ନାହିଁ।
23
ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ସମସ୍ତ ବାସ ସ୍ଥାନରେ ଆଲୁଅ ଥିଲା।
24
ତହୁଁ ଫାରୋ ମୋଶାଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରିବାକୁ ଯାଅ; କେବଳ ତୁମ୍ଭମାନଙ୍କର ଗୋମେଷାଦି ପଲ ଥାଉନ୍ତୁ; ତୁମ୍ଭମାନଙ୍କ ବାଳକମାନେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ଯାଉନ୍ତୁ।”
25
ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ।
26
ଆମ୍ଭମାନଙ୍କ ପଶୁଗଣ ଆମ୍ଭମାନଙ୍କ ସଙ୍ଗରେ ଯିବେ, ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ; କାରଣ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ; ପୁଣି, କି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେମାନେ ଜାଣି ପାରିବୁ ନାହିଁ।”
27
ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି, ସେ ସେମାନଙ୍କୁ ଯିବାକୁ ଦେବା ପାଇଁ ସମ୍ମତ ହେଲେ ନାହିଁ।
28
ଏଣୁ ଫାରୋ ତାଙ୍କୁ କହିଲେ, “ଆମ୍ଭ ନିକଟରୁ ଦୂର ହୁଅ, ଆପଣା ବିଷୟରେ ସାବଧାନ ହୁଅ, ଆମ୍ଭର ମୁଖ ଆଉ କେବେ ଦେଖ ନାହିଁ; ଯେଉଁ ଦିନ ଆମ୍ଭର ମୁଖ ଦେଖିବ, ସେହି ଦିନ ମରିବ।”
29
ତହିଁରେ ମୋଶା କହିଲେ, “ଆପଣ ଭଲ କହିଲେ, ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ।”
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40