bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Exodus 8
Exodus 8
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 9 →
1
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
2
କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଯିବାକୁ ଦେବା ପାଇଁ ମନା କରିବ, ତେବେ ଦେଖ, ଆମ୍ଭେ ବେଙ୍ଗ ଦ୍ୱାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା।
3
ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;
4
ପୁଣି, ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ।’”
5
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ‘ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।’”
6
ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ।
7
ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।
8
ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଯିବାକୁ ଦେବା।”
9
ତେବେ ମୋଶା ଫାରୋଙ୍କୁ କହିଲେ, “ମୋʼ ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?”
10
ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, “ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।
11
ବେଙ୍ଗମାନେ ଆପଣଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ।”
12
ଏଥିଉତ୍ତାରେ ମୋଶା ଓ ହାରୋଣ ଫାରୋଙ୍କ ନିକଟରୁ ବାହାରକୁ ଗଲେ; ପୁଣି, ମୋଶା ଫାରୋଙ୍କ ବିରୁଦ୍ଧରେ ଆନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
13
ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ।
14
ତହୁଁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା।
15
ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ କଠିନ କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
16
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ‘ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର।’”
17
ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି, ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା।
18
ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା।
19
ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ,” ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି, ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
20
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୁଅ; ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାଙ୍କୁ ଏହି କଥା କହିବ, ‘ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
21
ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।
22
ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।
23
ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ପ୍ରଭେଦ କରିବା; ଆସନ୍ତାକାଲି ଏହି ଚିହ୍ନ ହେବ।’”
24
ଏଥିଉତ୍ତାରେ ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ ଝିଙ୍କ ଉପସ୍ଥିତ ହେଲା; ପୁଣି, ସମୁଦାୟ ମିସର ଦେଶ ଦଂଶକାଦି ସକାଶୁ ନଷ୍ଟ ହେଲା।
25
ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”
26
ତହିଁରେ ମୋଶା କହିଲେ, “ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିସରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ; ଦେଖ, ମିସରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ?
27
ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ, ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା।”
28
ତହୁଁ ଫାରୋ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି, ଆମ୍ଭ ନିମନ୍ତେ ପ୍ରାର୍ଥନା କର।”
29
ଏଥିଉତ୍ତାରେ ମୋଶା କହିଲେ, “ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର, ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ ଆସନ୍ତାକାଲି ସମସ୍ତ ଦଂଶକ ଝିଙ୍କ ଦୂର ହୋଇଯିବେ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଯିବାକୁ ଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ।”
30
ତହୁଁ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
31
ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନାନୁସାରେ ଫାରୋଙ୍କଠାରୁ, ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦି ଝିଙ୍କ ଦୂର କଲେ; ଗୋଟିଏ ଅବଶିଷ୍ଟ ରହିଲା ନାହିଁ।
32
ଏଥର ମଧ୍ୟ ଫାରୋ ଆପଣା ହୃଦୟ କଠିନ କଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40