bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Nehemiah 2
Nehemiah 2
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
1
ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏତମ ବର୍ଷରେ ନୀସନ୍ ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ କେବେ ଦୁଃଖିତ ହୋଇ ନ ଥିଲି।
2
ଏଥିରେ ରାଜା ମୋତେ ପଚାରିଲେ, “ତୁମ୍ଭେ ତ ପୀଡ଼ିତ ହୋଇ ନାହଁ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ।” ତହିଁରେ ମୁଁ ଅତିଶୟ ଭୀତ ହେଲି।
3
ପୁଣି, ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହେଉନ୍ତୁ; ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବର ସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋହର ମୁଖ ବିବର୍ଣ୍ଣ ନୋହିବ?”
4
ଏଥିରେ ରାଜା ମୋତେ କହିଲେ, “ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ?” ତହୁଁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି।
5
ପୁଣି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ, ମୋହର ପିତୃଲୋକଙ୍କ କବର-ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତହିଁରେ ମୁଁ ତାହା ନିର୍ମାଣ କରିବି।”
6
ତହୁଁ ରାଜା ମୋତେ ପଚାରିଲେ, “(ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ? ଓ ତୁମ୍ଭେ କେବେ ଫେରି ଆସିବ?” ଏହିରୂପେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲା ପରେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେଲେ।
7
ଆହୁରି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ;
8
ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ।” ତହିଁରେ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।
9
ଏହାପରେ ମୁଁ ନଦୀ ସେପାରିର ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି। ଆହୁରି, ରାଜା ମୋʼ ସଙ୍ଗେ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଥିଲେ।
10
ମାତ୍ର ଇସ୍ରାଏଲ-ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।
11
ଏହିରୂପେ ମୁଁ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ରହିଲି।
12
ତହୁଁ ରାତ୍ରିରେ ମୁଁ ଓ ମୋʼ ସଙ୍ଗେ କେତେକ ଲୋକ ଉଠିଲୁ; ପୁଣି, ମୋର ପରମେଶ୍ୱର ଯିରୂଶାଲମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ, ତାହା ମୁଁ କାହାକୁ ଜଣାଇଲି ନାହିଁ; ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି, ତାହା ଛଡ଼ା ଅନ୍ୟ ପଶୁ ମୋʼ ସଙ୍ଗରେ ନ ଥିଲା।
13
ପୁଣି, ମୁଁ ରାତ୍ରିରେ ବାହାରି ଉପତ୍ୟକା-ଦ୍ୱାର ଦେଇ ନାଗକୂପ ଓ ଖତ-ଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୂଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିରେ ଦଗ୍ଧ ହୋଇଥିବା ଦ୍ୱାରସବୁ ଦେଖିଲି।
14
ତହୁଁ ମୁଁ ନିର୍ଝରଦ୍ୱାର ଓ ରାଜାଙ୍କର ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି; ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନ ଥିଲା।
15
ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଊର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି; ତହୁଁ ମୁଁ ବୁଲି ଉପତ୍ୟକା-ଦ୍ୱାର ଦେଇ ପ୍ରବେଶ କରି ଫେରି ଆସିଲି।
16
ମାତ୍ର ମୁଁ କେଉଁଆଡ଼େ ଗଲି ଓ କଅଣ କଲି, ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ; ଆଉ, ସେପର୍ଯ୍ୟନ୍ତ ମୁଁ ଯିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନ ଥିଲି।
17
ଏହାପରେ ମୁଁ ସେମାନଙ୍କୁ କହିଲି, “ଆମ୍ଭେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଯିରୂଶାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମ୍ଭେମାନେ ଦେଖୁଅଛ; ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାର ପାତ୍ର ନୋହିବା, ଏଥିପାଇଁ ଯିରୂଶାଲମର ପ୍ରାଚୀର ନିର୍ମାଣ କରୁ।”
18
ତହୁଁ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ, ମଧ୍ୟ ମୋʼ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, “ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା।” ଏହିରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣାମାନଙ୍କ ହସ୍ତ ସବଳ କଲେ।
19
ମାତ୍ର ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?”
20
ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି, “ଯେ ସ୍ୱର୍ଗସ୍ଥ ପରମେଶ୍ୱର, ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ; ଆମ୍ଭେମାନେ ତାହାଙ୍କର ଦାସ ଏଥିପାଇଁ ଉଠି ନିର୍ମାଣ କରିବୁ; ମାତ୍ର ଯିରୂଶାଲମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତିଚିହ୍ନ ନାହିଁ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
All chapters:
1
2
3
4
5
6
7
8
9
10
11
12
13