bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Nehemiah 3
Nehemiah 3
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
1
ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।
2
ତାହାଙ୍କ ନିକଟରେ ଯିରୀହୋର ଲୋକମାନେ ଗଢ଼ିଲେ, ଓ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୁର ଗଢ଼ିଲା।
3
ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିଣୀ ଓ ଅର୍ଗଳସବୁ ଲଗାଇଲେ।
4
ପୁଣି, ସେମାନଙ୍କ ନିକଟରେ ହକ୍କୋସ୍ର ପୌତ୍ର ଊରୀୟର ପୁତ୍ର ମରେମୋତ୍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲ୍ର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ମରାମତି କଲା।
5
ପୁଣି, ସେମାନଙ୍କ ନିକଟରେ ତକୋୟ ନଗରର ଲୋକମାନେ ମରାମତି କଲେ; ମାତ୍ର ସେମାନଙ୍କର ଦଳପତିମାନେ ଆପଣାମାନଙ୍କ ନେତାଙ୍କ କର୍ମ କରିବାକୁ ରାଜି ହେଲେ ନାହିଁ।
6
ଆଉ, ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ୍ ପୁରାତନ ଦ୍ୱାରର ମରାମତି କଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।
7
ପୁଣି, ସେମାନଙ୍କ ନିକଟରେ ଗିବୀୟୋନୀୟ ମଲାଟୀୟ ଓ ମେରୋଣୋଥୀୟ ଯାଦୋନ ଲୋକମାନେ ମରାମତି କଲେ, ସେମାନେ ଗିବୀୟୋନ୍ ଓ ମିସ୍ପା ନଗରର ମୁଖ୍ୟ ଥିଲେ, ନଦୀ ସେପାରିସ୍ଥ ମିସ୍ପା ଦେଶାଧ୍ୟକ୍ଷର ସ୍ଥାନ ଥିଲା।
8
ତାହା ନିକଟରେ ସ୍ୱର୍ଣ୍ଣକାରମାନେ, ହର୍ହୟର ପୁତ୍ର ଉଷୀୟେଲ ମରାମତି କଲେ। ଆଉ, ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ମରାମତି କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୂଶାଲମ ଦୃଢ଼ କଲେ।
9
ସେମାନଙ୍କ ନିକଟରେ ଯିରୂଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ମରାମତି କଲା।
10
ଆଉ, ସେମାନଙ୍କ ନିକଟରେ ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ମରାମତି କଲା। ତାହା ନିକଟରେ ହଶ୍ବନୀୟର ପୁତ୍ର ହଟୂଶ୍ ମରାମତି କଲା।
11
ହାରୀମ୍ର ପୁତ୍ର ମଲ୍କୀୟ ଓ ପହତ୍-ମୋୟାବର ପୁତ୍ର ହଶୂବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ମରାମତି କଲେ।
12
ତାହା ନିକଟରେ ଯିରୂଶାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେଶର ପୁତ୍ର ଶଲ୍ଲୁମ୍ ଓ ତାହାର କନ୍ୟାମାନେ ମରାମତି କଲେ।
13
ହାନୂନ୍ ଓ ସାନୋହ ନିବାସୀମାନେ ଉପତ୍ୟକା ଦ୍ୱାରର ମରାମତି କଲେ; ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲେ, ଆଉ ଖତ-ଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର ଏକ ହଜାର ହାତ ଦୃଢ଼ କଲେ।
14
ପୁଣି, ବେଥ୍-ହକ୍କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍କୀୟ ଖତ ଦ୍ୱାରର ମରାମତି କଲା; ସେ ତାହା ଗଢ଼ିଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା।
15
ପୁଣି, ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ନିର୍ଝର ଦ୍ୱାରର ମରାମତି କଲା; ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା, ପୁଣି ଦାଉଦ-ନଗରରୁ ତଳକୁ ଯିବା ପାହାଚ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଶେଲା ପୁଷ୍କରିଣୀ-ପ୍ରାଚୀର (ମରାମତି କଲା)।
16
ତାହା ନିକଟରେ ବେଥ୍-ସୁର ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍ବୂକର ପୁତ୍ର ନିହିମୀୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲା।
17
ତାହା ନିକଟରେ ଲେବୀୟମାନେ, ଅର୍ଥାତ୍, ବାନିର ପୁତ୍ର ରହୂମ୍ ମରାମତି କଲା। ତାହା ନିକଟରେ କିୟୀଲା ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଶବୀୟ ଆପଣା ପ୍ରଦେଶ ପକ୍ଷରେ ମରାମତି କଲା।
18
ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ, ଅର୍ଥାତ୍, କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହେନାଦଦର ପୁତ୍ର ବବୟ ମରାମତି କଲା।
19
ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ମରାମତି କଲା।
20
ତାହା ନିକଟରେ ସବ୍ବୟର ପୁତ୍ର ବାରୂକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲୀୟାଶୀବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
21
ତତ୍ପରେ ହକ୍କୋସ୍ର ପୌତ୍ର ଊରୀୟର ପୁତ୍ର ମରେମୋତ୍ ଇଲିୟାଶୀବ୍ର ଗୃହ ଦ୍ୱାରଠାରୁ ଇଲୀୟାଶୀବର ଗୃହପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
22
ପୁଣି, ପ୍ରାନ୍ତରବାସୀ ଯାଜକମାନେ ମରାମତି କଲେ।
23
ସେମାନଙ୍କ ଉତ୍ତାରେ ବିନ୍ୟାମୀନ୍ ଓ ହଶୂବ ଆପଣାମାନଙ୍କ ଗୃହ ସମ୍ମୁଖରେ ମରାମତି କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେୟର ପୁତ୍ର ଅସରୀୟ ଆପଣା ଗୃହ ନିକଟରେ ମରାମତି କଲା।
24
ହେନାଦଦ୍ର ପୁତ୍ର ବିନ୍ନୁୟି ଅସରୀୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
25
ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ମରାମତି କଲା। ତାହାଙ୍କ ପରେ ପରିୟୋଶର ପୁତ୍ର ପଦାୟ ମରାମତି କଲା।
26
ଏହି ସମୟରେ ଓଫଲରେ ବାସ କରୁଥିବା ନଥୀନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ମରାମତି କଲେ।
27
ତାହା ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲେ।
28
ଯାଜକମାନେ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପର ଭାଗର ମରାମତି କଲେ।
29
ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।
30
ତାହା ପରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ମରାମତି କଲେ। ତାହା ପରେ ବେରିଖୀୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରି ସମ୍ମୁଖରେ ମରାମତି କଲା।
31
ତାହା ପରେ ମଲ୍କୀୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପ୍କଦ୍ ଦ୍ୱାରର ସମ୍ମୁଖସ୍ଥ ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ମରାମତି କଲା।
32
ପୁଣି, କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
All chapters:
1
2
3
4
5
6
7
8
9
10
11
12
13