bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
1 Kings 13
1 Kings 13
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 14 →
1
ପୁଣି ଯାରବୀୟାମ ଧୂପ ଜ୍ଵଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯିହୁଦାରୁ ପରମେଶ୍ଵରଙ୍କ ଏକ ଲୋକ ବୈଥେଲରେ ଉପସ୍ଥିତ ହେଲା ।
2
ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି କହିଲା, ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ଵଳାଉଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ ।
3
ଆହୁରି ସେ ଲୋକ ସେହିଦିନ ଏକ ଚିହ୍ନ ଦେଇ କହିଲା, ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି; ଦେଖ, ଏହି ବେଦି ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ ।
4
ତହିଁରେ ପରମେଶ୍ଵରଙ୍କ ଲୋକ ବୈଥେଲସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, ତାହାକୁ ଧର । ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ ।
5
ମଧ୍ୟ ପରମେଶ୍ଵରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡି ହୋଇ ପଡ଼ିଲା ।
6
ସେତେବେଳେ ରାଜା ପରମେଶ୍ଵରଙ୍କ ଲୋକକୁ ଉତ୍ତର କରି କହିଲେ, ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ଵର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର । ତହିଁରେ ପରମେଶ୍ଵରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା ।
7
ତହୁଁ ରାଜା ପରମେଶ୍ଵରଙ୍କ ଲୋକକୁ କହିଲେ, ମୋʼ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମ୍ଭକୁ ପୁରସ୍କାର ଦେବି ।
8
ଏଥିରେ ପରମେଶ୍ଵରଙ୍କ ଲୋକ ରାଜାଙ୍କୁ କହିଲା, ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ;
9
କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ମୋତେ ଏହି ଆଜ୍ଞା ଦିଆଯାଇଅଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେହି ପଥରେ ଫେରି ଆସିବ ନାହିଁ ।
10
ତହୁଁ ସେ ଅନ୍ୟ ପଥରେ ଗଲା, ଯେଉଁ ପଥରେ ବୈଥେଲକୁ ଆସିଥିଲା, ସେ ପଥରେ ସେ ଫେରିଲା ନାହିଁ ।
11
ସେହି ବୈଥେଲରେ ଜଣେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ବାସ କରୁଥିଲା; ଆଉ ତାହାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ତାହା ନିକଟକୁ ଆସି ସେହିଦିନ ପରମେଶ୍ଵରଙ୍କ ଲୋକ ବୈଥେଲରେ ଯାହା ଯାହା କରିଥିଲା, ତାହାସବୁ ତାହାକୁ ଜଣାଇଲା; ମଧ୍ୟ ରାଜାଙ୍କୁ ସେ ଯେଉଁ ଯେଉଁ କଥା କହିଥିଲା, ତାହା ସେମାନେ ଆପଣା ପିତାକୁ ଜଣାଇଲେ ।
12
ତହିଁରେ ସେମାନଙ୍କ ପିତା ସେମାନଙ୍କୁ ପଚାରିଲା, ସେ କେଉଁ ପଥରେ ଗଲା? ଯିହୁଦାରୁ ଆଗତ ପରମେଶ୍ଵରଙ୍କ ଲୋକ ଯେଉଁ ପଥରେ ଯାଇଥିଲା, ତାହା ତାହାର ପୁତ୍ରମାନେ ଦେଖିଥିଲେ ।
13
ଏଥିରେ ସେ ଆପଣା ପୁତ୍ରମାନଙ୍କୁ କହିଲା, ମୋʼ ପାଇଁ ଗଧ ସଜାଅ । ତହୁଁ ସେମାନେ ତାହା ପାଇଁ ଗଧ ସଜାନ୍ତେ, ସେ ତହିଁରେ ଚଢ଼ିଲା ।
14
ଏଉତ୍ତାରେ ସେ ପରମେଶ୍ଵରଙ୍କ ଲୋକର ପଛେ ପଛେ ଯାଇ ଏକ ଅଲୋନ ବୃକ୍ଷ ମୂଳେ ତାହାକୁ ବସିଥିବାର ଦେଖିଲା; ପୁଣି ସେ ତାହାକୁ ପଚାରିଲା, ତୁମ୍ଭେ କି ଯିହୁଦାରୁ ଆଗତ ପରମେଶ୍ଵରଙ୍କ ଲୋକ? ସେ କହିଲା, ହଁ, ମୁଁ ।
15
ତେବେ ସେ ତାହାକୁ କହିଲା, ମୋʼ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର ।
16
ତହିଁରେ ସେ କହିଲା, ମୁଁ ତୁମ୍ଭ ସଙ୍ଗେ ଫେରି ନ ପାରେ, କି ତୁମ୍ଭ ସଙ୍ଗେ ଗୃହକୁ ଯାଇ ନ ପାରେ; କିଅବା ଏହି ସ୍ଥାନରେ ତୁମ୍ଭ ସଙ୍ଗେ ମୁଁ ଅନ୍ନ ଭୋଜନ କରିବି ନାହିଁ, କି ଜଳ ପାନ କରିବି ନାହିଁ;
17
କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ମୋତେ କୁହାଯାଇଅଛି, ତୁମ୍ଭେ ସେସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେ ପଥରେ ଫେରି ଆସିବ ନାହିଁ ।
18
ଏଥିରେ ସେ ତାହାକୁ କହିଲା, ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍ବକ୍ତା; ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଏକ ଦୂତ ମୋତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳ ପାନ କରିବ, ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ । ମାତ୍ର ସେ ତାହାକୁ ମିଥ୍ୟା କହିଲା ।
19
ଏହେତୁ ସେ ତାହା ସଙ୍ଗେ ଫେରି ଯାଇ ତାହା ଗୃହରେ ଅନ୍ନ ଭୋଜନ ଓ ଜଳ ପାନ କଲା ।
20
ଏଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟଦ୍ବକ୍ତା ତାହାକୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା ।
21
ଏଥିରେ ସେ ଯିହୁଦାରୁ ଆଗତ ପରମେଶ୍ଵରଙ୍କ ଲୋକକୁ ଉଚ୍ଚୈଃସ୍ଵରରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କରି ନାହଁ;
22
ମାତ୍ର ଫେରି ଆସିଅଛ, ପୁଣି ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳ ପାନ ନ କର, ବୋଲି ସେ ତୁମ୍ଭକୁ କହିଥିଲେ, ସେହି ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳ ପାନ କରିଅଛ; ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକ-ମାନଙ୍କ କବରରେ ପ୍ରବିଷ୍ଟ ନୋହିବ ।
23
ଏଥିରେ ସେ ଅନ୍ନ ଭୋଜନ ଓ ଜଳ ପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍, ସେ ଯାହାକୁ ଫେରାଇ ଆଣିଥିଲା, ସେହି ଭବିଷ୍ୟଦ୍ବକ୍ତା ପାଇଁ ଗଧ ସଜାଇଲା ।
24
ତହୁଁ ସେ ଯାତ୍ରା କରନ୍ତେ, ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା । ପୁଣି ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା; ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା ।
25
ଏଉତ୍ତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ; ତହୁଁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତାର ନିବାସ-ନଗରରେ ତାହା ଜଣାଇଲେ ।
26
ଏଥିରେ ଯେଉଁ ଭବିଷ୍ୟଦ୍ବକ୍ତା ତାହାକୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ଵରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି ।
27
ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, ମୋʼ ପାଇଁ ଗଧ ସଜାଅ । ତହୁଁ ସେମାନେ ଗଧ ସଜାଇଲେ ।
28
ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା; ସିଂହ ଶବ ଖାଇ ନ ଥିଲା, କି ଗଧକୁ ବିଦୀର୍ଣ୍ଣ କରି ନ ଥିଲା ।
29
ପୁଣି ସେ ଭବିଷ୍ୟଦ୍ବକ୍ତା ପରମେଶ୍ଵରଙ୍କ ଲୋକର ଶବ ଉଠାଇ ନେଇ ଗଧ ଉପରେ ଥୋଇ ତାହା ଫେରାଇ ଆଣିଲା; ଆଉ ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତା ଶୋକ କରିବା ପାଇଁ ଓ ତାହାକୁ କବର ଦେବା ପାଇଁ ଆପଣା ନଗରକୁ ଆସିଲା ।
30
ପୁଣି ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, ହାୟ, ମୋହର ଭାଇ! ବୋଲି ତାହା ଲାଗି ବିଳାପ କଲେ ।
31
ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, ମୁଁ ମଲେ, ଯେଉଁ କବରରେ ପରମେଶ୍ଵରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ ।
32
କାରଣ ସେ ବୈଥେଲସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରୀୟାର ନାନା ନଗରସ୍ଥିତ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଉଚ୍ଚୈଃସ୍ଵରରେ ଯାହା କହିଅଛି, ତାହା ନିଶ୍ଚୟ ସଫଳ ହେବ ।
33
ଏ ଘଟନା ଉତ୍ତାରେ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ; ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ ଏଥିପାଇଁ ଯେ ଇଚ୍ଛା କଲା, ତାହାକୁ ସେ ନିଯୁକ୍ତ କଲେ ।
34
ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22