bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
1 Samuel 13
1 Samuel 13
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 14 →
1
ଶାଉଲ [ ତିରିଶ ] ବର୍ଷ ବୟସରେ ରାଜା ହେଲେ ଓ ସେ ଇସ୍ରାଏଲ ଉପରେ [ ତିରିଶ ଉପରେ ] ଦୁଇ ବର୍ଷ ରାଜତ୍ଵ କଲେ ।
2
ପୁଣି ଶାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ ତିନି ହଜାର ଲୋକ ମନୋନୀତ କଲେ; ଏମାନଙ୍କର ଦୁଇ ହଜାର ମିକ୍ମସ୍ରେ ଓ ବୈଥେଲ ପର୍ବତରେ ଶାଉଲଙ୍କ ସଙ୍ଗରେ ରହିଲେ, ଆଉ ଏକ ହଜାର ବିନ୍ୟାମୀନ ପ୍ରଦେଶସ୍ଥ ଗିବୀୟାରେ ଯୋନାଥନ ସଙ୍ଗରେ ରହିଲେ; ପୁଣି, ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ଵୁକୁ ବିଦାୟ କଲେ ।
3
ଆଉ ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣିଲେ । ସେତେବେଳେ ଶାଉଲ ଦେଶର ସର୍ବତ୍ର ତୂରୀ ବଜାଇ କହିଲେ, ଏବ୍ରୀୟ ଲୋକମାନେ ଶୁଣନ୍ତୁ ।
4
ତହୁଁ ଶାଉଲ ଯେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରିଅଛନ୍ତି ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟୀୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ଵରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ । ଏଣୁ ଲୋକମାନେ ଶାଉଲଙ୍କ ପାଖରେ ଗିଲ୍ଗଲ୍ରେ ଏକତ୍ର ହେଲେ ।
5
ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ଵାରୋହୀ ଓ ସମୁଦ୍ର ତୀରସ୍ଥ ବାଲୁକାର ନ୍ୟାୟ ଲୋକାରଣ୍ୟ ଏକତ୍ର ହେଲେ; ସେମାନେ ଆସି ମିକ୍ମସ୍ରେ ବୈଥାବନ୍ର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ ।
6
ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ପାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ ।
7
ଏହି ସମୟରେ ଏବ୍ରୀୟମାନଙ୍କର କେତେକ ଲୋକ ଯର୍ଦ୍ଦନ ପାର ହୋଇ ଗାଦ୍ ଓ ଗିଲୀୟଦ ଦେଶକୁ ଯାଇଥିଲେ; ମାତ୍ର ଶାଉଲ ଏଯାଏ ଗିଲ୍ଗଲ୍ରେ ଥିଲେ, ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାଦ୍ଗାମୀ ହେଲେ ।
8
ଏଉତ୍ତାରେ ଶାମୁୟେଲଙ୍କର ନିରୂପିତ ସମୟାନୁସାରେ ଶାଉଲ ସାତ ଦିନ ବିଳମ୍ଵ କଲେ; ମାତ୍ର ଶାମୁୟେଲ ଗିଲ୍ଗଲ୍କୁ ଆସିଲେ ନାହିଁ; ଏହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ ।
9
ଏଥିରେ ଶାଉଲ କହିଲେ, ଏଠାରେ ମୋʼ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ । ଆଉ ସେ ହୋମବଳି ଉତ୍ସର୍ଗ କଲେ ।
10
ପୁଣି, ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବାମାତ୍ର ଦେଖ, ଶାମୁୟେଲ ଉପସ୍ଥିତ ହେଲେ; ତହିଁରେ ଶାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ ।
11
ଏଥିରେ ଶାମୁୟେଲ କହିଲେ, ତୁମ୍ଭେ କଅଣ କଲ? ଶାଉଲ ଉତ୍ତର କଲେ, ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକତ୍ର ହୋଇଅଛନ୍ତି;
12
ଏଥିପାଇଁ ମୁଁ କହିଲି, ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍ଗଲ୍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ । ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି ।
13
ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ଵ ଏବେ ଅନନ୍ତକାଳସ୍ଥାୟୀ କରିଥାʼନ୍ତେ ।
14
ମାତ୍ର ଏବେ ତୁମ୍ଭର ରାଜତ୍ଵ ସ୍ଥିର ହେବ ନାହିଁ; ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ଵେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ ।
15
ଅନନ୍ତର ଶାମୁୟେଲ ଉଠି ଗିଲ୍ଗଲ୍ରୁ ବିନ୍ୟାମୀନ ପ୍ରଦେଶସ୍ଥ ଗିବୀୟାକୁ ଗଲେ । ସେତେବେଳେ ଶାଉଲ ଗଣନା କରି ଊଣାଧିକ ଛଅ ଶତ ଲୋକ ଆପଣା ନିକଟରେ ଥିବାର ଦେଖିଲେ ।
16
ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମୀନ ପ୍ରଦେଶସ୍ଥ ଗେବାରେ ରହିଲେ; ମାତ୍ର ପଲେଷ୍ଟୀୟମାନେ ମିକ୍ମସ୍ରେ ଛାଉଣି ସ୍ଥାପନ କଲେ ।
17
ଏଉତ୍ତାରେ ପଲେଷ୍ଟୀୟମାନଙ୍କ ଛାଉଣିରୁ ତିନି ଦଳ ବିନାଶକ ଲୋକ ଆସିଲେ; ଏକ ଦଳ ଅଫ୍ରା ପଥରେ ଗମନ କରି ଶୂୟାଲ ପ୍ରଦେଶକୁ ଗଲେ;
18
ପୁଣି ଅନ୍ୟ ଏକ ଦଳ ବୈଥୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ ।
19
ସେସମୟରେ ସମସ୍ତ ଇସ୍ରାଏଲ-ଦେଶରେ କମାର ମିଳୁ ନ ଥିଲା; କାରଣ ପଲେଷ୍ଟୀୟମାନେ କହିଲେ, କେଜାଣି ଏବ୍ରୀୟମାନେ ଆପଣାମାନଙ୍କ ପାଇଁ ଖଡ଼୍ଗ ବା ବର୍ଚ୍ଛା ନିର୍ମାଣ କରିବେ;
20
ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁହ୍ରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା;
21
ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁହ୍ରାଡ଼ି ଦନ୍ଥଡ଼ା ହୋଇଥାଏ; ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର (ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା) ।
22
ଏଣୁ ଯୁଦ୍ଧ ସମୟରେ ଶାଉଲ ଓ ଯୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ଼୍ଗ କି ବର୍ଚ୍ଛା ନ ଥିଲା; କେବଳ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନର ହସ୍ତରେ ଥିଲା ।
23
ଏଉତ୍ତାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ବାହାର ହୋଇ ମିକ୍ମସ୍ ଘାଟୀକି ଗଲେ ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31