bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
1 Samuel 17
1 Samuel 17
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 18 →
1
ଅନନ୍ତର ପଲେଷ୍ଟୀୟମାନେ ଯୁଦ୍ଧ କରିବାକୁ ଆପଣାମାନଙ୍କ ସୈନ୍ୟସାମ; ସଂଗ୍ରହ କଲେ, ଆଉ ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ ।
2
ପୁଣି ଶାଉଲ ଓ ଇସ୍ରାଏଲ ଲୋକମାନେ ସଂଗୃହୀତ ହୋଇ ଏଲା ତଳଭୂମିରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲେ ।
3
ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲୀୟମାନେ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ; ପୁଣି ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା ।
4
ଏଥିରେ ଗାଥ୍ ନିବାସୀ ଗଲୀୟାତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ ।
5
ପୁଣି ତାହାର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା ଓ ସେହି ସାଞ୍ଜୁଆ ପାଞ୍ଚ ସହସ୍ର ଶେକଲ ପରିମିତ ପିତ୍ତଳର ଥିଲା ।
6
ତାହାର ପାଦ ପିତ୍ତଳ-ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା ।
7
ତାହାର ବର୍ଚ୍ଛାର ଦଣ୍ତ ତନ୍ତୀର ନରାଜ ତୁଲ୍ୟ ଓ ତାହାର ବର୍ଚ୍ଛାର ଫଳକର ପରିମାଣ ଛଅ ଶହ ଶେକଲ ଲୁହା ଥିଲା; ପୁଣି ତାହା ଆଗେ ଆଗେ ତାହାର ଢାଲ-ବାହକ ଚାଲିଲା ।
8
ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ-ଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ? ମୁଁ କି ସେହି ପଲେଷ୍ଟୀୟ ଲୋକ ନୁହେଁ? ଓ ତୁମ୍ଭେମାନେ କି ଶାଉଲର ଦାସ ନୁହଁ? ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ ।
9
ସେ ଯେବେ ମୋʼ ସଙ୍ଗେ ଯୁଦ୍ଧ କରି ପାରିବ ଓ ମୋତେ ବଧ କରିବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କର ଦାସ ହେବୁ; ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବଧ କରିବି, ତେବେ ତୁମ୍ଭେମାନେ ଆମ୍ଭମାନଙ୍କର ଦାସ ହେବ ଓ ଆମ୍ଭମାନଙ୍କର ଦାସ୍ୟକର୍ମ କରିବ ।
10
ଆହୁରି ସେ ପଲେଷ୍ଟୀୟ କହିଲା, ଆଜି ମୁଁ ଇସ୍ରାଏଲର ସୈନ୍ୟ-ଶ୍ରେଣୀକି ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ ।
11
ପୁଣି ଶାଉଲ ଓ ସମୁଦାୟ ଇସ୍ରାଏଲ ସେହି ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ, ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ ।
12
ଦାଉଦ ବେଥ୍ଲିହିମ୍ ଯିହୁଦା ନିବାସୀ ଏକ ଇଫ୍ରାଥୀୟ ପୁରୁଷର ପୁତ୍ର ଥିଲେ, ତାହାର ନାମ ଯିଶୀ; ତାହାର ଆଠ ପୁତ୍ର ଥିଲେ⇧; ପୁଣି ଶାଉଲଙ୍କ ସମୟରେ ସେ ପୁରୁଷ ବୃଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଗତବୟସ୍କ ବୋଲି ଗଣିତ ଥିଲା ।
13
ଯିଶୀର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ୍ ଯୁଦ୍ଧକୁ ଯାଇଥିଲେ; ପୁଣି ଯୁଦ୍ଧକୁ ଯାଇଥିବା ତାହାର ତିନି ପୁତ୍ର ମଧ୍ୟରେ ଜ୍ୟେଷ୍ଠର ନାମ ଇଲୀୟାବ ଓ ଦ୍ଵିତୀୟର ନାମ ଅବିନାଦବ ଓ ତୃତୀୟର ନାମ ଶମ୍ମ, ଆଉ ଦାଉଦ କନିଷ୍ଠ ଥିଲେ ।
14
କେବଳ ବଡ଼ ତିନି ଜଣ ଶାଉଲଙ୍କର ଅନୁଗାମୀ ହୋଇଥିଲେ ।
15
ମାତ୍ର ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବେଥ୍ଲିହିମ୍କୁ ଯାʼଆସ କରୁଥାʼନ୍ତି ।
16
ପୁଣି ସେହି ପଲେଷ୍ଟୀୟ ଲୋକ ଚାଳିଶ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟାକାଳରେ ନିକଟକୁ ଆସି ଆପଣାକୁ ଦେଖାଉଥାଏ ।
17
ଏହି ସମୟରେ ଯିଶୀ ଆପଣାର ପୁତ୍ର ଦାଉଦଙ୍କୁ କହିଲା, ଆପଣା ଭାଇମାନଙ୍କ ପାଇଁ ଏହି ଭଜାଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୋଟୀ ନିଅ ଓ ଛାଉଣିକି ଆପଣା ଭାଇମାନଙ୍କ ନିକଟକୁ ଶୀଘ୍ର ଘେନି ଯାଅ ।
18
ପୁଣି ଏହି ଦଶ ଖଣ୍ତ ଛେନାଚକ୍ତି ସେମାନଙ୍କର ସହସ୍ରପତି ନିକଟକୁ ଘେନି ଯାଅ ଓ ତୁମ୍ଭ ଭାଇମାନଙ୍କର କୁଶଳବାର୍ତ୍ତା ପଚାରି ସେମାନଙ୍କର କୌଣସି ଚିହ୍ନ ଆଣ ।
19
ଏହି ସମୟରେ ଶାଉଲ ଓ ସେମାନେ ଓ ସମସ୍ତ ଇସ୍ରାଏଲ ଲୋକ ଏଲା ତଳଭୂମିରେ ଥାଇ ପଲେଷ୍ଟୀୟ-ମାନଙ୍କ ସହିତ ଯୁଦ୍ଧ କରୁଥିଲେ ।
20
ଏଉତ୍ତାରେ ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳ ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞାନୁସାରେ ସେସବୁ ଦ୍ରବ୍ୟ ନେଇ ଗମନ କଲେ; ପୁଣି ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ବନ୍ଦି ସ୍ଥାନରେ ଉପସ୍ଥିତ ହେଲେ ।
21
ତହୁଁ ଇସ୍ରାଏଲ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ସମ୍ମୁଖାସମ୍ମୁଖୀ ହେଲେ ।
22
ପୁଣି ଦାଉଦ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ି ଆସି ଆପଣା ଭାଇମାନଙ୍କୁ କୁଶଳବାର୍ତ୍ତା ପଚାରିଲା ।
23
ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ଗାଥ୍ ନିବାସୀ ପଲେଷ୍ଟୀୟ ଗଲୀୟାତ ନାମକ ମଲ୍ଲଯୋଦ୍ଧା ପଲେଷ୍ଟୀୟ ସୈନ୍ୟଶ୍ରେଣୀ ମଧ୍ୟରୁ ଉଠି ଆସି ପୂର୍ବ ପରି କଥା କହିଲା; ପୁଣି ଦାଉଦ ତାହା ଶୁଣିଲେ ।
24
ମାତ୍ର ଇସ୍ରାଏଲ ଲୋକ ସମସ୍ତେ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତିଶୟ ଭୀତ ହେଲେ ।
25
ତହୁଁ ଇସ୍ରାଏଲ-ଲୋକମାନେ କହିଲେ, ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କʼଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠିଆସିଅଛି; ପୁଣି ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ ନିଷ୍କର କରିବେ ।
26
ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କʼଣ କରାଯିବ? କାରଣ ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ଵରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ କରିବ?
27
ତହିଁରେ ଲୋକମାନେ ପୂର୍ବ ପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହା ପ୍ରତି ଉପରୋକ୍ତ ପ୍ରକାରେ କରାଯିବ ।
28
ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲୀୟାବ ଶୁଣିଲା; ତହିଁରେ ଇଲୀୟାବର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ଵଳିତ ହେଲା, ଆଉ ସେ କହିଲା, ତୁ କାହିଁକି ଏଠିକି ଆସିଲୁ? ପ୍ରାନ୍ତରରେ ତୁ ସେ ମେଣ୍ଢା କେତୋଟି କାହା ପାଖରେ ଛାଡ଼ିଲୁ? ମୁଁ ତୋʼ ଗର୍ବ ଓ ତୋʼ ମନର ଦୁଷ୍ଟତା ଜାଣେ; କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ ।
29
ଏଥିରେ ଦାଉଦ କହିଲେ, ମୁଁ ଏବେ କଅଣ କଲି? ଏଥିରେ କି କୌଣସି କାରଣ ନାହିଁ?
30
ପୁଣି ସେ ତାହା ପାଖରୁ ଫେରି ଅନ୍ୟ ଲୋକ ଆଡ଼କୁ ଗଲେ ଓ ପୂର୍ବ ପରି କହିଲେ; ତହିଁରେ ଲୋକମାନେ ପୁନର୍ବାର ପୂର୍ବ ପରି ଉତ୍ତର ଦେଲେ ।
31
ଦାଉଦଙ୍କର ଏହିସବୁ କଥା ଶୁଣାଯାʼନ୍ତେ, ଲୋକମାନେ ଶାଉଲଙ୍କ ସମ୍ମୁଖରେ ତାହା କହିଲେ, ତେଣୁ ସେ ତାଙ୍କୁ ଡକାଇଲେ ।
32
ଏଥିରେ ଦାଉଦ ଶାଉଲଙ୍କୁ କହିଲେ, ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ; ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସଙ୍ଗେ ଯୁଦ୍ଧ କରିବ ।
33
ତହିଁରେ ଶାଉଲ ଦାଉଦଙ୍କୁ କହିଲେ, ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରି ପାରିବ ନାହିଁ; କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା ।
34
ତହୁଁ ଦାଉଦ ଶାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ; ପୁଣି କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନି ଗଲେ,
35
ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତାʼ ମୁଖରୁ ଛୁଆକୁ ରକ୍ଷା କରେନ୍ତପୁଣି ସେ ମୋʼ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ ।
36
ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ଵରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ କରିଅଛି ।
37
ଆହୁରି ଦାଉଦ କହିଲେ, ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ । ଏଥିରେ ଶାଉଲ ଦାଉଦଙ୍କୁ କହିଲେ, ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ ।
38
ତହୁଁ ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କର ମସ୍ତକରେ ପିତ୍ତଳ ଟୋପର ଦେଇ ତାଙ୍କୁ ସାଞ୍ଜୁଆ ପିନ୍ଧାଇଲେ ।
39
ପୁଣି ଦାଉଦ ଆପଣା ବସ୍ତ୍ର ଉପରେ ଖଡ଼୍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ । ଆଉ ଦାଉଦ ଶାଉଲଙ୍କୁ କହିଲେ, ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ । ଏଣୁ ଦାଉଦ ତାହା କାଢ଼ି ରଖିଲେ ।
40
ପୁଣି ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ ପାଞ୍ଚୋଟି ଚିକ୍କଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା, ସେହି ଝୁଲିରେ ତାହା ରଖିଲେ; ଆଉ ସେ ହାତରେ ଆପଣା ଛାଟିଣୀ ଧରି ସେହି ପଲେଷ୍ଟୀୟ ନିକଟକୁ ଗଲେ ।
41
ଏଥିରେ ପଲେଷ୍ଟୀୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲବାହକ ତାହାର ଆଗେ ଆଗେ ଚାଲିଲା ।
42
ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ ।
43
ପୁଣି ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, ମୁଁ କି କୁକ୍କୁର, ଯେ ତୁ ଯଷ୍ଟି ନେଇ ମୋʼ ପାଖକୁ ଆସିଛୁ? ତହିଁରେ ପଲେଷ୍ଟୀୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା ।
44
ଆଉ ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, ମୋʼ କତିକି ଆ, ମୁଁ ତୋର ମାଂସ ଆକାଶ-ପକ୍ଷୀ ଓ ବିଲ-ପଶୁମାନଙ୍କୁ ଦେବି ।
45
ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, ତୁମ୍ଭେ ଖଡ଼୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ଵର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି ।
46
ଆଜିଦିନ ସଦାପ୍ରଭୁ ତୁମ୍ଭକୁ ମୋʼ ହସ୍ତରେ ସମର୍ପି ଦେବେ; ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି; ପୁଣି ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶବ ଆକାଶ-ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ-ପଶୁମାନଙ୍କୁ ଦେବି; ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ଵର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ ।
47
ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ଼୍ଗ ଓ ବର୍ଚ୍ଛା ଦ୍ଵାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ ।
48
ଏଉତ୍ତାରେ ସେହି ପଲେଷ୍ଟୀୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ ।
49
ପୁଣି ଦାଉଦ ଆପଣା ଝୁଲିରେ ହାତ ପୂରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ; ତହିଁରେ ସେ ପଥର ତାହା କପାଳରେ ପଶିଯାʼନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା ।
50
ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ଵାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ଼୍ଗ ନ ଥିଲା ।
51
ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ଼୍ଗ ନେଇ ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ଵାରା ତାହାର ମସ୍ତକ ଛେଦନ କଲେ । ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ ।
52
ତହୁଁ ଇସ୍ରାଏଲ ଓ ଯିହୁଦାର ଲୋକମାନେ ଉଠି ଜୟଧ୍ଵନି କଲେ ଓ ଗାଥ୍ ସନ୍ନିକଟ ଓ ଇକ୍ରୋଣ ଦ୍ଵାର ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ । ତହିଁରେ ପଲେଷ୍ଟୀୟମାନଙ୍କ ହତ ଲୋକମାନେ ଶାରୟିମ୍ ପଥରେ ଗାଥ୍ ଓ ଇକ୍ରୋଣ ପର୍ଯ୍ୟନ୍ତ ପଡ଼ିଲେ ।
53
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପଲେଷ୍ଟୀୟ-ମାନଙ୍କ ପଛେ ପଛେ ଗୋଡ଼ାଇବାରୁ ନେଉଟି ଆସି ସେମାନଙ୍କ ଛାଉଣି ଲୁଟ କଲେ ।
54
ପୁଣି ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୂଶାଲମକୁ ଆଣିଲେ; ମାତ୍ର ତାହାର ସଜ୍ଜା ଆପଣା ତମ୍ଵୁରେ ରଖିଲେ ।
55
ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍ନରକୁ କହିଲେ; ଅବ୍ନର, ଏ ଯୁବା କାହାର ପୁଅ? ଅବ୍ନର କହିଲା, ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୁଁ କହି ପାରିବି ନାହିଁ ।
56
ତହିଁରେ ରାଜା କହିଲେ, ପଚାର, ଏ ଭେଣ୍ତିଆଟି କାହାର ପୁଅ?
57
ଆଉ ଦାଉଦ ପଲେଷ୍ଟୀୟକୁ ବଧ କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍ନର ତାଙ୍କୁ ନେଇ ଶାଉଲଙ୍କ ସମ୍ମୁଖକୁ ଆଣିଲା ।
58
ତହୁଁ ଶାଉଲ ତାଙ୍କୁ ପଚାରିଲେ, ହେ ଯୁବକ, ତୁମ୍ଭେ କାହାର ପୁଅ? ଦାଉଦ ଉତ୍ତର ଦେଲେ, ମୁଁ ଆପଣଙ୍କ ଦାସ ବେଥଲିହିମୀୟ ଯିଶୀର ପୁଅ ।
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31