bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Chronicles 15
2 Chronicles 15
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 16 →
1
ଅନନ୍ତର ପରମେଶ୍ଵରଙ୍କ ଆତ୍ମା ଓଦେଦ୍ର ପୁତ୍ର ଅସରୀୟ ଉପରେ ଅଧିଷ୍ଠାନ କଲେ;
2
ତହୁଁ ସେ ଆସାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, ହେ ଆସା ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ, ତୁମ୍ଭେମାନେ ମୋʼ କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବା ଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି; ଯେବେ ତୁମ୍ଭେମାନେ ତାହାଙ୍କ ଅନ୍ଵେଷଣ କରିବ, ତେବେ ତୁମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯେବେ ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ ।
3
ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ଵର-ବିହୀନ ଓ ଶିକ୍ଷାଦାୟୀ-ଯାଜକ-ବିହୀନ ଓ ବ୍ୟବସ୍ଥା-ବିହୀନ ହୋଇଥିଲେ⇧ ।
4
ମାତ୍ର ସେମାନେ ଆପଣାମାନଙ୍କ ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ପ୍ରତି ଫେରି ତାହାଙ୍କର ଅନ୍ଵେଷଣ କରନ୍ତେ, ତାହାଙ୍କର ଉଦ୍ଦେଶ୍ୟ ପାଇଲେ ।
5
ସେହି ସମୟରେ ବାହାରେ ଯିବା ଓ ଭିତରେ ଆସିବା ଲୋକର କିଛି ଶାନ୍ତି ନ ଥିଲା, ମାତ୍ର ଦେଶର ନିବାସୀ ସମସ୍ତେ ମହାତ୍ରାସଯୁକ୍ତ ଥିଲେ ।
6
ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ; କାରଣ ପରମେଶ୍ଵର ସର୍ବପ୍ରକାର ସଂକଟ ଦ୍ଵାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ ।
7
ମାତ୍ର ତୁମ୍ଭେମାନେ ବଳବାନ ହୁଅ ଓ ଆପଣାମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ; କାରଣ ତୁମ୍ଭମାନଙ୍କ କର୍ମ ପୁରସ୍କୃତ ହେବ ।
8
ଏଥିରେ ଆସା ଏହିସବୁ କଥା ଓ ଓଦେଦ୍ ଭବିଷ୍ୟଦ୍-ବକ୍ତାର ଭବିଷ୍ୟତ୍ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବରଣ୍ତା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ ।
9
ଏଉତ୍ତାରେ ସେ ସମୁଦାୟ ଯିହୁଦା ଓ ବିନ୍ୟାମୀନ ଲୋକଙ୍କୁ, ପୁଣି ଇଫ୍ରୟିମ ଓ ମନଃଶି ଓ ଶିମୀୟୋନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକେ ସଦାପ୍ରଭୁ ତାଙ୍କର ପରମେଶ୍ଵର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ ।
10
ଏହେତୁ ଆସାଙ୍କର ଅଧିକାରର ପନ୍ଦର ବର୍ଷର ତୃତୀୟ ମାସରେ ଲୋକମାନେ ଯିରୂଶାଲମରେ ଏକତ୍ରିତ ହେଲେ ।
11
ଆଉ, ସେହି ଦିନ ସେମାନେ ଆପଣାମାନଙ୍କର ଆନୀତ ଲୁଟଦ୍ରବ୍ୟ ମଧ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ
12
ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ଵରଙ୍କର ଅନ୍ଵେଷଣ କରିବାକୁ,
13
ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେକେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କୁ ଅନ୍ଵେଷଣ ନ କରିବ, ତାହାର ପ୍ରାଣଦଣ୍ତ ହେବ ବୋଲି ନିୟମ କଲେ⇧ ।
14
ଆହୁରି ସେମାନେ ଉଚ୍ଚୈଃସ୍ଵରରେ ଜୟଧ୍ଵନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ ।
15
ତହିଁରେ ସମଗ୍ର ଯିହୁଦା ସେହି ଶପଥରେ ଆନନ୍ଦ କଲେ; କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ଵେଷଣ କଲେ, ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ; ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ ।
16
ମଧ୍ୟ ଆସା ରାଜାଙ୍କର ମାତାମହୀ ମାଖା ଆଶେରାଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ ।
17
ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା ।
18
ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ପରମେଶ୍ଵରଙ୍କ ଗୃହକୁ ଆଣିଲେ ।
19
ପୁଣି, ଆସାଙ୍କର ଅଧିକାରର ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ନୋହିଲା ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36