bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Chronicles 29
2 Chronicles 29
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
1
ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଅବିଜା, ସେ ଜିଖରୀୟର କନ୍ୟା ଥିଲେ ।
2
ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ।
3
ସେ ଆପଣା ଅଧିକାରର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟସବୁ ଫିଟାଇ ସେସବୁର ଜୀର୍ଣ୍ଣସଂସ୍କାର କଲେ ।
4
ପୁଣି, ସେ ଯାଜକ ଓ ଲେବୀୟମାନଙ୍କୁ ଅଣାଇ ପୂର୍ବଦିଗ ଛକରେ ଏକତ୍ର କରି ସେମାନଙ୍କୁ କହିଲେ,
5
ହେ ଲେବୀୟମାନେ, ତୁମ୍ଭେମାନେ ମୋʼ କଥା ଶୁଣ; ଏବେ ଆପଣାମାନଙ୍କୁ ପବିତ୍ର କର ଓ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ଵରଙ୍କ ଗୃହ ପବିତ୍ର କରି ସେହି ପବିତ୍ର ସ୍ଥାନରୁ ଅଶୌଚ ଦୂର କର ।
6
କାରଣ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ସତ୍ୟଲଙ୍ଘନ କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ତାହାଙ୍କୁ ପରିତ୍ୟାଗ କରି ସଦାପ୍ରଭୁଙ୍କ ଆବାସରୁ ବିମୁଖ ହୋଇ ତହିଁ ପ୍ରତି ଆପଣା ପୃଷ୍ଠ ଫେରାଇ ଅଛନ୍ତି ।
7
ଆହୁରି, ସେମାନେ ବରଣ୍ତାର କବାଟସବୁ ବନ୍ଦ କରି ପ୍ରଦୀପସବୁ ନିଭାଇ ଦେଇଅଛନ୍ତି ଓ ସେହି ପବିତ୍ର ସ୍ଥାନରେ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ନାହାନ୍ତି, କିଅବା ହୋମବଳି ଉତ୍ସର୍ଗ କରି ନାହାନ୍ତି।
8
ଏହେତୁ ଯିହୁଦା ଓ ଯିରୂଶାଲମ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା, ପୁଣି ତୁମ୍ଭେମାନେ ସ୍ଵଚକ୍ଷୁରେ ଦେଖୁଅଛ ଯେ, ସେ ସେମାନଙ୍କୁ ଏଣେତେଣେ ଚାଳିତ ହେବା ପାଇଁ, ଆଶଙ୍କାର ଓ ଶୀସ୍ର ବିଷୟ କରିବା ପାଇଁ ସମର୍ପଣ କରିଅଛନ୍ତି ।
9
କାରଣ ଦେଖ, ତହିଁ ସକାଶୁ ଆମ୍ଭମାନଙ୍କ ପିତୃଗଣ ଖଡ଼୍ଗରେ ପଡ଼ିଅଛନ୍ତି ଓ ଆମ୍ଭମାନଙ୍କ ପୁତ୍ର କନ୍ୟା ଓ ଆମ୍ଭମାନଙ୍କ ଭାର୍ଯ୍ୟାଗଣ ବନ୍ଦୀ ହୋଇଅଛନ୍ତି ।
10
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ପ୍ରଚଣ୍ତ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରୁ ନିବୃତ୍ତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋʼ ମନରେ ଅଛି ।
11
ହେ ମୋହର ପୁତ୍ରମାନେ, ଏବେ ହେଳା କର ନାହିଁ; କାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ପାଇଁ, ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ତୁମ୍ଭେମାନେ ଯେପରି ତାହାଙ୍କର ପରିଚାରକ ହେବ ଓ ଧୂପ ଜ୍ଵଳାଇବ, ଏଥିପାଇଁ ସେ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି ।
12
ଏଥିରେ କହାତୀୟ ସନ୍ତାନଗଣ ମଧ୍ୟରୁ ଅମାସୟର ପୁତ୍ର ମାହତ୍ ଓ ଅସରୀୟର ପୁତ୍ର ଯୋୟେଲ, ଆଉ ମରାରି ସନ୍ତାନଗଣ ମଧ୍ୟରୁ ଅବ୍ଦିର ପୁତ୍ର କୀଶ୍ ଓ ଯିହୋଲିଲେଲର ପୁତ୍ର ଅସରୀୟ, ପୁଣି ଗେର୍ଶୋନୀୟ-ମାନଙ୍କ ମଧ୍ୟରୁ ସିସ୍ମର ପୁତ୍ର ଯୋୟାହ ଓ ଯୋୟାହର ପୁତ୍ର ଏଦନ,
13
ଆଉ, ଇଲୀଶାଫନର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିଓୟେଲ୍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ
14
ଓ ହେମନର ସନ୍ତାନମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମୀୟି ଓ ଯିଦୂଥୂନର ସନ୍ତାନମାନଙ୍କ ମଧ୍ୟରୁ ଶମୟୀୟ ଓ ଉଷୀୟେଲ, ଏହିସବୁ ଲେବୀୟ ଲୋକ ଉଠିଲେ ।
15
ପୁଣି, ସେମାନେ ଆପଣା ଭ୍ରାତୃଗଣକୁ ଏକତ୍ର କରି ଆପଣା ଆପଣାକୁ ପବିତ୍ର କଲେ ଓ ରାଜାଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟମତେ ସଦାପ୍ରଭୁଙ୍କ ଗୃହ ଶୁଚି କରିବାକୁ ଭିତରକୁ ଗଲେ ।
16
ପୁଣି, ଯାଜକମାନେ ସଦାପ୍ରଭୁଙ୍କ ଗୃହର ଅନ୍ତର୍ଭାଗକୁ ଶୁଚି କରିବା ପାଇଁ ଗଲେ, ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଯେସବୁ ଅଶୌଚ ପାଇଲେ, ତାହା ବାହାର କରି ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣକୁ ଆଣିଲେ । ଆଉ, ଲେବୀୟମାନେ ତାହା ସଂଗ୍ରହ କରି ବାହାରକୁ କିଦ୍ରୋଣ ନଦୀକି ବହି ନେଇଗଲେ ।
17
ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ପବିତ୍ର କରିବାକୁ ଆରମ୍ଭ କଲେ ଓ ମାସର ଅଷ୍ଟମ ଦିନରେ ସେମାନେ ସଦାପ୍ରଭୁଙ୍କ ବରଣ୍ତାକୁ ଆସିଲେ; ପୁଣି ଆଠ ଦିନ ମଧ୍ୟରେ ସେମାନେ ସଦାପ୍ରଭୁଙ୍କ ଗୃହ ପବିତ୍ର କଲେ; ଆଉ ସେମାନେ ପ୍ରଥମ ମାସର ଷୋଡ଼ଶ ଦିନରେ ସମାପ୍ତ କଲେ ।
18
ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ କତିକି ଯାଇ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୋଟୀର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ ।
19
ଆହୁରି, ଆହସ୍ ରାଜା ଆପଣା ରାଜତ୍ଵ ସମୟରେ ସତ୍ୟଲଙ୍ଘନ କରି ଯେ ଯେ ପାତ୍ର ପକାଇ ଦେଇଥିଲେ, ତାହାସବୁ ଆମ୍ଭେମାନେ ପ୍ରସ୍ତୁତ କରି ପବିତ୍ର କରିଅଛୁ; ଆଉ ଦେଖନ୍ତୁ, ତାହାସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଅଛି ।
20
ତହିଁ ଉତ୍ତାରେ ହିଜକୀୟ ରାଜା ପ୍ରତ୍ୟୁଷରେ ଉଠି ନଗରର ଅଧିପତିମାନଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ଗୃହକୁ ଗଲେ ।
21
ପୁଣି, ସେମାନେ ରାଜ୍ୟ ନିମନ୍ତେ ଓ ଧର୍ମଧାମ ନିମନ୍ତେ ଓ ଯିହୁଦା ନିମନ୍ତେ ପାପାର୍ଥକ ବଳି ରୂପେ ସାତ ବୃଷ ଓ ସାତ ମେଷ ଓ ସାତ ମେଷଶାବକ ଓ ସାତ ଛାଗ ଆଣିଲେ । ତହିଁରେ ସେ ହାରୋଣ-ସନ୍ତାନ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ତାହାସବୁ ଉତ୍ସର୍ଗ କରିବାକୁ ଆଜ୍ଞା କଲେ ।
22
ତେଣୁ ବୃଷସବୁ ବଧ କରାଯାʼନ୍ତେ, ଯାଜକମାନେ ରକ୍ତ ଗ୍ରହଣ କରି ବେଦି ଉପରେ ସେଚନ କଲେ; ପୁଣି ମେଷ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ; ଆହୁରି, ମେଷଶାବକ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ ।
23
ଏଉତ୍ତାରେ ସେମାନେ ପାପାର୍ଥକ ବଳିରୂପ ଛାଗସକଳ ରାଜା ଓ ସମାଜ ସାକ୍ଷାତରେ ନିକଟକୁ ଆଣିଲେ; ତହିଁରେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ;
24
ତହୁଁ ସମଗ୍ର ଇସ୍ରାଏଲ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଯାଜକମାନେ ସେସବୁ ବଧ କରି ଯଜ୍ଞବେଦି ଉପରେ ସେମାନଙ୍କ ରକ୍ତ ଦ୍ଵାରା ପାପାର୍ଥକ ବଳି କଲେ; କାରଣ ସମଗ୍ର ଇସ୍ରାଏଲ ନିମନ୍ତେ ହୋମବଳି ଓ ପାପାର୍ଥକ ବଳି ଉତ୍ସର୍ଗ କରିବାକୁ ରାଜା ଆଜ୍ଞା ଦେଇଥିଲେ ।
25
ଆଉ, ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍ର ଓ ନାଥନ ଭବିଷ୍ୟଦ୍ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ; କାରଣ ସଦାପ୍ରଭୁ ଆପଣା ଭବିଷ୍ୟଦ୍-ବକ୍ତାମାନଙ୍କ ଦ୍ଵାରା ଏହି ଆଜ୍ଞା କରିଥିଲେ ।
26
ଏହେତୁ ଲେବୀୟମାନେ ଦାଉଦଙ୍କର ବାଦ୍ୟଯନ୍ତ୍ର ଓ ଯାଜକମାନେ ତୂରୀ ନେଇ ଠିଆ ହେଲେ ।
27
ଏଉତ୍ତାରେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରିବାକୁ ହିଜକୀୟ ଆଜ୍ଞା କଲେ । ଯେତେବେଳେ ହୋମବଳି ଆରମ୍ଭ ହେଲା, ସେତେବେଳେ ତୂରୀ ଓ ଇସ୍ରାଏଲର ରାଜା ଦାଉଦଙ୍କର ବାଦ୍ୟଯନ୍ତ୍ର ସହିତ ସଦାପ୍ରଭୁଙ୍କ ଗୀତ ମଧ୍ୟ ଆରମ୍ଭ ହେଲା ।
28
ତହିଁରେ ସମଗ୍ର ସମାଜ ପ୍ରଣାମ କଲେ ଓ ଗାୟକମାନେ ଗାନ କଲେ ଓ ତୂରୀବାଦକମାନେ ତୂରୀ ବଜାଇଲେ; ହୋମବଳିଦାନର ସମାପ୍ତି ପର୍ଯ୍ୟନ୍ତ ଏସବୁ ହେଲା ।
29
ପୁଣି, ସେମାନେ ବଳିଦାନ ସମାପ୍ତ କରନ୍ତେ, ରାଜା ଓ ତାଙ୍କ ସଙ୍ଗେ ଉପସ୍ଥିତ ଲୋକ ସମସ୍ତେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ ।
30
ଆହୁରି, ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ । ତହୁଁ ସେମାନେ ଆନନ୍ଦରେ ପ୍ରଶଂସାଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ ।
31
ସେତେବେଳେ ହିଜକୀୟ ଉତ୍ତର କରି କହିଲେ,ଏବେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କରିଅଛ, ନିକଟକୁ ଆସ ଓ ସଦାପ୍ରଭୁଙ୍କ ଗୃହକୁ ବଳି ଓ ପ୍ରଶଂସାର୍ଥକ ଉପହାର ଆଣ । ତହିଁରେ ସମାଜ ବଳି ଓ ପ୍ରଶଂସାର୍ଥକ ଉପହାର ଆଣିଲେ ଓ ଯେତେ ଲୋକର ମନରେ ପ୍ରବୃତ୍ତି ଜନ୍ମିଲା, ସେମାନେ ହୋମବଳି ଆଣିଲେ ।
32
ସମାଜ ଯେଉଁ ହୋମବଳି ଆଣିଲେ, ତହିଁର ସଂଖ୍ୟା, ଯଥା, ସତୁରି ବୃଷ ଓ ଏକ ଶହ ମେଷ ଓ ଦୁଇ ଶହ ମେଷଶାବକ, ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ।
33
ପୁଣି ଛଅ ଶହ ବୃଷ ଓ ତିନି ସହସ୍ର ମେଷ ପବିତ୍ରୀକୃତ ହେଲେ ।
34
ମାତ୍ର ଯାଜକମାନେ ଅଳ୍ପସଂଖ୍ୟକ ଥିବାରୁ ସେମାନେ ହୋମାର୍ଥକ ସକଳ ପଶୁର ଚର୍ମ କାଢ଼ି ପାରିଲେ ନାହିଁ । ଏଣୁ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ଆପଣାମାନଙ୍କୁ ପବିତ୍ର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଭ୍ରାତା ଲେବୀୟମାନେ ସେମାନଙ୍କର ସାହାଯ୍ୟ କଲେ; କାରଣ ଲେବୀୟମାନେ ଆପଣାମାନଙ୍କୁ ପବିତ୍ର କରିବା ପାଇଁ ଯାଜକମାନଙ୍କ ଅପେକ୍ଷା ଅଧିକ ସିଦ୍ଧମନା ଥିଲେ ।
35
ଆହୁରି ହୋମବଳି, ମଙ୍ଗଳାର୍ଥକ ବଳିର ମେଦ ଓ ପ୍ରତ୍ୟେକ ହୋମବଳିର ପେୟ-ନୈବେଦ୍ୟ ପ୍ରଚୁର ହୋଇଥିଲା । ଏହିରୂପେ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ ସୁଧାରାମତେ ସ୍ଥାପିତ ହେଲା ।
36
ଆଉ, ପରମେଶ୍ଵର ଲୋକମାନଙ୍କ ନିମନ୍ତେ ଏହାସବୁ ପ୍ରସ୍ତୁତ କରିଥିବାରୁ ହିଜକୀୟ ଓ ସମସ୍ତ ଲୋକ ଆନନ୍ଦ କଲେ; କାରଣ ଏହି କାର୍ଯ୍ୟ ଅକସ୍ମାତ୍ ସାଧିତ ହେଲା ।
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36