bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Daniel 10
Daniel 10
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 11 →
1
ପାରସ୍ୟର ରାଜା କୋରସର ଅଧିକାରର ତୃତୀୟ ବର୍ଷରେ ବେଲ୍ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା ଓ ତାହା ସତ୍ୟ, ତାହା ଏକ ମହାଯୁଦ୍ଧ ବିଷୟ; ପୁଣି, ସେ ତାହା ବୁଝିଲେ ଓ ସେହି ଦର୍ଶନ ବିଷୟ ତାଙ୍କୁ ଜ୍ଞାତ ହେଲା ।
2
ସେହି ସମୟରେ ମୁଁ ଦାନିୟେଲ ପୂର୍ଣ୍ଣ ତିନି ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି ।
3
ପୂର୍ଣ୍ଣ ତିନି ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ଵାଦୁ ଖାଦ୍ୟ ଭୋଜନ କଲି ନାହିଁ, କିଅବା ମାଂସ ଅବା ଦ୍ରାକ୍ଷାରସ ମୋʼ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ ।
4
ପୁଣି, ପ୍ରଥମ ମାସର ଚତୁର୍ବିଂଶ ଦିନରେ ମୁଁ ହିଦ୍ଦେକଲ ନାମକ ମହାନଦୀ ତୀରରେ ଥିବା ବେଳେ,
5
ମୁଁ ଚକ୍ଷୁ ମେଲି ଦୃଷ୍ଟି କଲି, ଆଉ ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଏକ ମନୁଷ୍ୟ, ତାଙ୍କ କଟୀ ଉଫସର ନିର୍ମଳ ସୁବର୍ଣ୍ଣ ବନ୍ଧନୀରେ ବଦ୍ଧ ହୋଇଥିଲା;
6
ମଧ୍ୟ ତାଙ୍କ ଶରୀର ବୈଦୂର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ଵଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକାରଣ୍ୟର ରବ ତୁଲ୍ୟ ।
7
ପୁଣି, ମୁଁ ଦାନିୟେଲ ଏକାକୀ ସେହି ଦର୍ଶନ ଦେଖିଲି; କାରଣ ମୋର ସଙ୍ଗୀ ଲୋକମାନେ ସେହି ଦର୍ଶନ ଦେଖିଲେ ନାହିଁ; ମାତ୍ର ସେମାନେ ଅତିଶୟ କମ୍ପିତ ହେଲେ ଓ ଆପଣାମାନଙ୍କୁ ଲୁଚାଇବା ପାଇଁ ପଳାଇଲେ ।
8
ତହିଁରେ ମୁଁ ଏକାକୀ ରହି ଏହି ମହାଦର୍ଶନ ଦେଖିଲି ଓ ମୋʼଠାରେ କିଛି ବଳ ରହିଲା ନାହିଁ; କାରଣ ମୋର ତେଜ କ୍ଷୟରେ ପରିଣତ ହେଲା ଓ ମୁଁ କିଛି ବଳ ରଖି ପାରିଲି ନାହିଁ ।
9
ତଥାପି ମୁଁ ତାଙ୍କ ବାକ୍ୟର ରବ ଶୁଣିଲି; ଆଉ, ଯେତେବେଳେ ମୁଁ ତାଙ୍କ ବାକ୍ୟର ରବ ଶୁଣିଲି, ସେତେବେଳେ ମୁଁ ଉବୁଡ଼ ହୋଇ ଘୋର ନିଦ୍ରାରେ ପଡ଼ିଥିଲି ।
10
ଏଥିରେ ଦେଖ, ଏକ ହସ୍ତ ସ୍ପର୍ଶ କରି ମୋତେ ଆଣ୍ଠୁ ଓ ହସ୍ତ ପାପୁଲିରେ ନିର୍ଭର କରାଇଲା ।
11
ପୁଣି, ସେ ମୋତେ କହିଲେ, ହେ ଅତ୍ୟ; ପ୍ରିୟପାତ୍ର ଦାନିୟେଲ, ଆମ୍ଭେ ତୁମ୍ଭଙ୍କୁ ଯେଉଁ ଯେଉଁ ବାକ୍ୟ କହୁ, ତାହା ବୁଝ ଓ ସଳଖ ହୋଇ ଠିଆ ହୁଅ; କାରଣ ଏବେ ଆମ୍ଭେ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛୁ; ସେ ମୋତେ ଏହି କଥା କହିବାରୁ ମୁଁ କମ୍ପି କମ୍ପି ଠିଆ ହେଲି ।
12
ଏଥିରେ ସେ ମୋତେ କହିଲେ, ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ଵରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ ।
13
ମାତ୍ର ପାରସ୍ୟ ରାଜ୍ୟର ଅଧିପତି ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା; ମାତ୍ର ଦେଖ, ପ୍ରଧାନ ଅଧିପତିମାନଙ୍କର ମଧ୍ୟରୁ ମୀଖାୟେଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ; ଆଉ, ଆମ୍ଭେ ସେସ୍ଥାନରେ ପାରସ୍ୟର ରାଜଗଣର ସଙ୍ଗରେ ରହିଲୁ ।
14
ଏବେ, ଶେଷ କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭକୁ ବୁଝାଇ ଦେବା ପାଇଁ ଆମ୍ଭେ ଆସିଅଛୁ; କାରଣ ଦର୍ଶନ ଆହୁରି ଅନେକ କାଳ ପର୍ଯ୍ୟନ୍ତ ଅଛି ।
15
ସେ ମୋତେ ଏରୂପ କଥା କହିଲା ଉତ୍ତାରେ ମୁଁ ଭୂମି ଆଡ଼େ ମୁଖ କରି ଅବାକ୍ ହେଲି ।
16
ଏଥିରେ ଦେଖ, ମନୁଷ୍ୟ ସନ୍ତାନଗଣର ଆକୃତିବିଶିଷ୍ଟ ଏକ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ; ତହୁଁ ମୁଁ ଆପଣା ମୁଖ ଫିଟାଇ ମୋʼ ସମ୍ମୁଖରେ ଠିଆ ହେବା ବ୍ୟକ୍ତିଙ୍କୁ କହିଲି, ହେ ମୋର ପ୍ରଭୁ, ଏହି ଦର୍ଶନ ସକାଶୁ ମୋର ବେଦନା ମୋତେ ଆକ୍ରା; କରିଅଛି ଓ ମୁଁ କିଛିମାତ୍ର ବଳ ରକ୍ଷା କରି ପାରୁ ନାହିଁ ।
17
କାରଣ ମୋର ଏହି ପ୍ରଭୁଙ୍କର ଦାସ କିପ୍ରକାରେ ଏହି ମୋʼ ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରି ପାରେ? ସେହିକ୍ଷଣେ ମୋʼଠାରେ କିଛି ବଳ ଅବା ମୋʼ ମଧ୍ୟରେ ଶ୍ଵାସ ରହିଲା ନାହିଁ ।
18
ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ ।
19
ପୁଣି, ସେ କହିଲେ, ହେ ଅତ୍ୟ; ପ୍ରିୟପାତ୍ର ମନୁଷ୍ୟ, ଭୟ କର ନାହିଁ; ତୁମ୍ଭର ଶାନ୍ତି ହେଉ, ସବଳ ହୁଅ, ସବଳ ହୁଅ । ସେ ମୋତେ ଏହା କହନ୍ତେ, ମୁଁ ସବଳ ହୋଇ କହିଲି, ମୋର ପ୍ରଭୁ କହୁନ୍ତୁ; କାରଣ ତୁମ୍ଭେ ମୋତେ ସବଳ କରିଅଛ ।
20
ତହିଁରେ ସେ କହିଲେ, ଆମ୍ଭେ କି ନିମନ୍ତେ ତୁମ୍ଭ ନିକଟକୁ ଆସିଅଛୁ, ତାହା କି ତୁମ୍ଭେ ଜାଣ? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବା ପାଇଁ ଫେରିଯିବା; ଆଉ, ଆମ୍ଭେ ବାହାରିଲେ, ଦେଖ, ଗ୍ରୀସ୍ର ଅଧିପତି ଆସିବ ।
21
ମାତ୍ର ସତ୍ୟ-ଗ୍ରନ୍ଥରେ ଯାହା ଲିଖିତ ଅଛି, ତାହା ଆମ୍ଭେ ତୁମ୍ଭଙ୍କୁ ଜଣାଇବୁ; ଏମାନଙ୍କ ପ୍ରତିକୂଳରେ ଆମ୍ଭର ସାହାଯ୍ୟ କରିବା ପାଇଁ ତୁମ୍ଭମାନଙ୍କର ଅଧିପତି ମୀଖାୟେଲ ଛଡ଼ା ଆଉ କେହି ନାହିଁ ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 11 →
All chapters:
1
2
3
4
5
6
7
8
9
10
11
12