bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Daniel 2
Daniel 2
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 3 →
1
ଅନନ୍ତର ନବୂଖଦ୍ନିତ୍ସରର ରାଜତ୍ଵର ଦ୍ଵିତୀୟ ବର୍ଷରେ, ନବୂଖଦ୍ନିତ୍ସର ସ୍ଵପ୍ନ ଦେଖିଲା; ତହିଁରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ତାହାର ନିଦ୍ରା ଭଗ୍ନ ହେଲା ।
2
ତହୁଁ ରାଜାକୁ ତାହାର ସ୍ଵପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତ୍ତା, ଗଣକ, ମାୟାବୀ ଓ କଲ୍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା । ଏଥିରେ ସେମାନେ ଆସି ରାଜାର ସମ୍ମୁଖରେ ଠିଆ ହେଲେ ।
3
ପୁଣି, ରାଜା ସେମାନଙ୍କୁ କହିଲା, ମୁଁ ଗୋଟିଏ ସ୍ଵପ୍ନ ଦେଖିଅଛି, ଆଉ ସେହି ସ୍ଵପ୍ନ ବୁଝିବା ପାଇଁ ମୋର ଆତ୍ମା ଉଦ୍ବିଗ୍ନ ହେଉଅଛି ।
4
ତହିଁରେ କଲ୍ଦୀୟମାନେ ଅରାମୀୟ ଭାଷାରେ ରାଜାକୁ କହିଲେ, ହେ ମହାରାଜ, ଚିରଜୀବୀ ହେଉନ୍ତୁ; ଆପଣଙ୍କ ଦାସମାନଙ୍କୁ ସ୍ଵପ୍ନଟି ଜଣାଉନ୍ତୁ, ଆମ୍ଭେମାନେ ତହିଁର ଅର୍ଥ ପ୍ରକାଶ କରିବୁ ।
5
ରାଜା କଲ୍ଦୀୟମାନଙ୍କୁ ଉତ୍ତର ଦେଇ କହିଲା, ମୋʼଠାରୁ କଥା ବାହାରି ଯାଇଅଛି; ତୁମ୍ଭେମାନେ ଯେବେ ସେହି ସ୍ଵପ୍ନ ଓ ତହିଁର ଅର୍ଥ ମୋତେ ନ ଜଣାଅ, ତେବେ ତୁମ୍ଭେମାନେ ଖଣ୍ତ ଖଣ୍ତ ହୋଇ କଟାଯିବ ଓ ତୁମ୍ଭମାନଙ୍କର ଗୃହ ଖତରାଶି କରାଯିବ ।
6
ମାତ୍ର ଯେବେ ତୁମ୍ଭେମାନେ ସ୍ଵପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋʼଠାରୁ ଦାନ, ପାରିତୋଷିକ ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ଵପ୍ନ ଓ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କର ।
7
ସେମାନେ ଦ୍ଵିତୀୟ ଥର ଉତ୍ତର ଦେଇ କହିଲେ, ମହାରାଜା, ଆପଣା ଦାସମାନଙ୍କୁ ସ୍ଵପ୍ନଟି ଜଣାଉନ୍ତୁ, ତହିଁରେ ଆମ୍ଭେମାନେ ଅର୍ଥ ପ୍ରକାଶ କରିବୁ ।
8
ରାଜା ଉତ୍ତର କରି କହିଲା, ମୋʼଠାରୁ କଥା ବାହାରି ଯାଇଅଛି, ଏହା ଦେଖି ତୁମ୍ଭେମାନେ କାଳ ବିଳମ୍ଵ କରିବାର ଇଚ୍ଛା କରୁଅଛ, ଏହା ମୁଁ ନିଶ୍ଚୟ ଜାଣେ ।
9
ମାତ୍ର ତୁମ୍ଭେମାନେ ଯେବେ ସେହି ସ୍ଵପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ଵପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି ।
10
କଲ୍ଦୀୟମାନେ ରାଜାର ଛାମୁରେ ଉତ୍ତର କରି କହିଲେ, ମହାରାଜାଙ୍କ ବିଷୟ ଯେ ପ୍ରକାଶ କରି ପାରିବ, ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ; କାରଣ କୌଣସି ରାଜା, ପ୍ରଭୁ କିଅବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ କିଅବା ଗଣକକୁ ଅଥବା କଲ୍ଦୀୟକୁ ଏପରି କଥା ପଚାରି ନାହାନ୍ତି ।
11
ପୁଣି, ମହାରାଜା ଯାହା ଚାହାନ୍ତି, ତାହା ଅସାଧାରଣ ବିଷୟ ଓ ଯେଉଁମାନଙ୍କର ନିବାସ ମାଂସ ଦେହରେ ନୁହେଁ, ସେହି ଦେବଗଣ ବିନୁ ଆଉ କେହି ମହାରାଜାଙ୍କ ଛାମୁରେ ତାହା ପ୍ରକାଶ କରି ନ ପାରେ ।
12
ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ତ କୋପାନ୍ଵିତ ହୋଇ ବାବିଲର ସକଳ ବିଦ୍ଵାନ୍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା ।
13
ତହିଁରେ ଆଜ୍ଞା ପ୍ରଚାରିତ ହେଲା ଯେ, ବିଦ୍ଵାନ୍ ଲୋକମାନେ ହତ ହେବେ; ଆଉ, ଲୋକମାନେ ଦାନିୟେଲ ଓ ତାଙ୍କର ସଙ୍ଗୀମାନଙ୍କୁ ବଧ କରିବା ପାଇଁ ଅନ୍ଵେଷଣ କଲେ ।
14
ସେତେବେଳେ ଅରୀୟୋକ୍ ନାମକ ଯେଉଁ ରାଜସେନାପତି ବାବିଲୀୟ ବିଦ୍ଵାନ୍ମାନଙ୍କୁ ବଧ କରିବା ପାଇଁ ନିର୍ଗତ ହୋଇଥିଲା, ତାହାକୁ ଦାନିୟେଲ ବିବେଚନାରେ ଓ ଜ୍ଞାନରେ ଉତ୍ତର ଦେଲେ;
15
ସେ ରାଜସେନାପତି ଅରୀୟୋକ୍କୁ ଉତ୍ତର କରି କହିଲେ, ରାଜାଜ୍ଞା ଏଡ଼େ ବ୍ୟଗ୍ର କାହିଁକି? ତହିଁରେ ଅରୀୟୋକ୍ ଦାନିୟେଲଙ୍କୁ ବୃତ୍ତା; ଜଣାଇଲା ।
16
ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆପଣା ପାଇଁ ଗୋଟିଏ ସମୟ ନିରୂପଣ କରିବାକୁ ପ୍ରାର୍ଥନା କଲେ, ତାହା କଲେ ମହାରାଜାଙ୍କ ନିକଟରେ ସ୍ଵପ୍ନର ଅର୍ଥ ପ୍ରକାଶ କରିବି (ବୋଲି) କହିଲେ ।
17
ଏଥିରେ ଦାନିୟେଲ ଆପଣା ଗୃହକୁ ଗଲେ, ଆଉ ସେ ଓ ତାଙ୍କର ସଙ୍ଗୀମାନେ ଯେପରି ବାବିଲର ଅନ୍ୟାନ୍ୟ ବିଦ୍ଵାନ୍ମାନଙ୍କ ସଙ୍ଗେ ବିନଷ୍ଟ ନୋହିବେ,
18
ଏଥିପାଇଁ ଏହି ନିଗୂଢ଼ ବିଷୟରେ ସ୍ଵର୍ଗସ୍ଥ ପରମେଶ୍ଵରଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆପଣା ସଙ୍ଗୀ ହନାନୀୟ, ମିଶାୟେଲ ଓ ଅସରୀୟକୁ ସେହି ବୃତ୍ତା; ଜଣାଇଲେ ।
19
ଅନନ୍ତର ରାତ୍ରିକାଳୀନ ଦର୍ଶନରେ ସେହି ନିଗୂଢ଼ ବିଷୟ ଦାନିୟେଲଙ୍କ ପ୍ରତି ପ୍ରକାଶିତ ହେଲା । ତହିଁରେ ଦାନିୟେଲ ସ୍ଵର୍ଗସ୍ଥ ପରମେଶ୍ଵରଙ୍କର ଧନ୍ୟବାଦ କଲେ ।
20
ଦାନିୟେଲ ଉତ୍ତର କରି କହିଲେ, ପରମେଶ୍ଵରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ; କାରଣ ଜ୍ଞାନ ଓ ପରାକ୍ରମ ତାହାଙ୍କର;
21
ଆଉ, ସେ କାଳ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜଗଣକୁ ପଦଚ୍ୟୁତ କରନ୍ତି ଓ ରାଜଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତିୁ;
22
ସେ ଗଭୀର ଓ ଗୁପ୍ତ ବିଷୟସବୁ ପ୍ରକାଶ କରନ୍ତି; ଅନ୍ଧକାରରେ ଯାହା ଅଛି, ତାହା ସେ ଜାଣନ୍ତି ଓ ତାହାଙ୍କ ନିକଟରେ ଜ୍ୟୋତିଃ ବାସ କରଇ ।
23
ହେ ମୋର ପିତୃପୁରୁଷଗଣର ପରମେଶ୍ଵର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି, ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ ଓ ତୁମ୍ଭ ନିକଟରେ ଆମ୍ଭମାନଙ୍କର ପ୍ରାର୍ଥିତ ବିଷୟ ଏବେ ମୋତେ ଜଣାଇଅଛ; କାରଣ ତୁମ୍ଭେ ରାଜାର କଥା ଆମ୍ଭମାନଙ୍କୁ ଜଣାଇଅଛ ।
24
ଏହେତୁ ବାବିଲୀୟ ବିଦ୍ଵାନ୍ଗଣକୁ ବିନାଶ କରିବା ପାଇଁ ରାଜାର ନିଯୁକ୍ତ ଅରୀୟୋକ୍ ନିକଟକୁ ଦାନିୟେଲ ଗଲେ; ସେ ଯାଇ ତାହାକୁ ଏହିପରି କହିଲେ, ବାବିଲୀୟ ବିଦ୍ଵାନ୍ମାନଙ୍କୁ ବଧ ନ କରନ୍ତୁ; ରାଜାଙ୍କ ଛାମୁକୁ ମୋତେ ନେଇ ଯାଉନ୍ତୁ, ମୁଁ ରାଜାଙ୍କ ନିକଟରେ ଅର୍ଥ ପ୍ରକାଶ କରିବି ।
25
ତହିଁରେ ଅରୀୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଇ ରାଜାକୁ ଏରୂପ କହିଲା, ନିର୍ବାସିତ ଯିହୁଦାର ସନ୍ତାନଗଣ ମଧ୍ୟରେ ମୁଁ ଜଣେ ମନୁଷ୍ୟ ପାଇଅଛି, ସେ ମହାରାଜାଙ୍କୁ ଅର୍ଥ ଜଣାଇବେ ।
26
ରାଜା ସେହି ଦାନିୟେଲ, ଯାହାଙ୍କ ନାମ ବେଲ୍ଟଶତ୍ସର ଥିଲା, ତାଙ୍କୁ ଉତ୍ତର କରି କହିଲା, ମୁଁ ଯେଉଁ ସ୍ଵପ୍ନ ଦେଖିଅଛି, ତୁମ୍ଭେ କି ତାହା ଓ ତହିଁର ଅର୍ଥ ମୋତେ ଜଣାଇପାର?
27
ଦାନିୟେଲ ରାଜା ଛାମୁରେ ଉତ୍ତର କରି କହିଲେ, ମହାରାଜା ଯେଉଁ ନିଗୂଢ଼ କଥା ପଚାରି ଅଛନ୍ତି, ତାହା ବିଦ୍ଵାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରବେତ୍ତା ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ;
28
ମାତ୍ର ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ଏପରି ଏକ ପରମେଶ୍ଵର ସ୍ଵର୍ଗରେ ଅଛନ୍ତି, ଆଉ ଅନ୍ତିମ କାଳରେ ଯାହା ଯାହା ଘଟିବ, ତାହା ସେ ମହାରାଜା ନବୂଖଦ୍ନିତ୍ସରଙ୍କୁ ଜଣାଇଅଛନ୍ତି । ଆପଣଙ୍କ ସ୍ଵପ୍ନ ଓ ଶଯ୍ୟା ଉପରେ ଆପଣଙ୍କ ମନର ଦର୍ଶନ ଏହି;
29
ହେ ମହାରାଜ, ଶଯ୍ୟା ଉପରେ ଆପଣଙ୍କ ମନରେ ଭବିଷ୍ୟଦ୍ ଘଟନା ବିଷୟକ ଚିନ୍ତା ଉପସ୍ଥିତ ହେଲା; ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେ ଯାହା ଘଟିବ, ତାହା ଆପଣଙ୍କ ପ୍ରତି ପ୍ରକାଶ କରିଅଛନ୍ତି ।
30
ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପ୍ରକାଶିତ ହୋଇଅଛି, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋର ପ୍ରତି ପ୍ରକାଶିତ ହୋଇଅଛି ।
31
ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା ।
32
ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ, ତାହାର ଉଦର ଓ ଜଙ୍ଘ ପିତ୍ତଳମୟ,
33
ତାହାର ଚରଣ ଲୌହମୟ ଓ ତାହାର ପାଦର କିଛି ଅଂଶ ଲୌହମୟ, କିଛି ମୃତ୍ତିକାମୟ ଥିଲା ।
34
ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ଖଣ୍ତ କରି ଭାଙ୍ଗି ପକାଇଲା ।
35
ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକ ସଙ୍ଗରେ ଖଣ୍ତ ଖଣ୍ତ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକି ପରିପୂର୍ଣ୍ଣ କଲା ।
36
ସ୍ଵପ୍ନଟି ଏହି; ଏବେ ଆମ୍ଭେମାନେ ମହାରାଜାଙ୍କ ଛାମୁରେ ତହିଁର ଅର୍ଥ ଜଣାଇବୁ ।
37
ହେ ମହାରାଜ, ଆପଣ ରାଜାଧିରାଜ; ସ୍ଵର୍ଗସ୍ଥ ପରମେଶ୍ଵର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି ।
38
ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟସନ୍ତାନଗଣ ବାସ କରନ୍ତି, ସେସ୍ଥାନସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ଵ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି ।
39
ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୂନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ଵ କରିବ ।
40
ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ତ ଖଣ୍ତ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେପରି ସେହି ରାଜ୍ୟ ଖଣ୍ତ ଖଣ୍ତ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ ।
41
ଆହୁରି, ଆପଣ ଯେପରି ଦେଖିଲେ ଯେ, ପାଦ ଓ ପାଦର ଅଙ୍ଗୁଳି କିଛି କୁମ୍ଭକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ; ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ ।
42
ପୁଣି, ପାଦର ଅଙ୍ଗୁଳିସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ ।
43
ଆଉ, ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ; ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ ।
44
ପୁଣି, ସେହି ରାଜଗଣର ସମୟରେ ସ୍ଵର୍ଗସ୍ଥ ପରମେଶ୍ଵର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ତ ଖଣ୍ତ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ ।
45
କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥି ଉତ୍ତାରେ ଘଟିବ, ତାହା ମହାନ ପରମେଶ୍ଵର ମହାରାଜାଙ୍କୁ ଜ୍ଞାତ କରାଇ ଅଛନ୍ତି; ପୁଣି, ଏହି ସ୍ଵପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ ।
46
ସେତେବେଳେ ରାଜା ନବୂଖଦ୍ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା ।
47
ରାଜା ଦାନିୟେଲଙ୍କୁ ଉତ୍ତର କରି କହିଲା, ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ, ଏଥିପାଇଁ ନିଶ୍ଚୟ ତୁମ୍ଭର ପରମେଶ୍ଵର ଈଶ୍ଵରଗଣର ଈଶ୍ଵର ଓ ରାଜଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି ।
48
ତହୁଁ ରାଜା ଦାନିୟେଲଙ୍କୁ ମହାନ କରି ଅନେକ ବହୁମୂଲ୍ୟ ଉପହାର ଦେଲା, ଆଉ ବାବିଲର ସମୁଦାୟ ପ୍ରଦେଶ ଉପରେ କର୍ତ୍ତୃତ୍ଵ ପଦ ଦେଇ ବାବିଲସ୍ଥ ଯାବତୀୟ ବିଦ୍ଵାନ୍ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲା ।
49
ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍, ମୈଶକ ଓ ଅବେଦ୍-ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ଵାରରେ ରହିଲେ ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 3 →
All chapters:
1
2
3
4
5
6
7
8
9
10
11
12