bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Esther 6
Esther 6
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 7 →
1
ସେହି ରାତ୍ରିରେ ରାଜା ଶୋଇ ପାରିଲା ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲା; ପୁଣି, ତାହା ରାଜା ସାକ୍ଷାତରେ ପାଠ କରାଗଲା ।
2
ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାର ନପୁଂସକ ବିଗ୍ଥନ୍ ଓ ତେରଶ୍ ନାମକ ଦୁଇ ଜଣ ଦ୍ଵାରପାଳ ଅକ୍ଷଶ୍ଵେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ଵାଦ ଦେଇଥିଲା ।
3
ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦଖୟକୁ କିପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି? ରାଜାର ସେବାକାରୀ ଦାସମାନେ କହିଲେ, ତାହା ପାଇଁ କିଛି କରାଯାଇ ନାହିଁ ।
4
ତହୁଁ ରାଜା ପଚାରିଲା, ପ୍ରାଙ୍ଗଣରେ କିଏ କିଛି? ଏହି ସମୟରେ ହାମନ୍ ଆପଣା ପ୍ରସ୍ତୁତ ଫାଶୀକାଠରେ ମର୍ଦ୍ଦଖୟକୁ ଫାଶୀ ଦେବା ପାଇଁ ରାଜାକୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲା ।
5
ତେଣୁ ରାଜାର ଦାସମାନେ ତାହାକୁ କହିଲେ, ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଠିଆ ହୋଇଅଛି । ତେବେ ରାଜା କହିଲା, ସେ ଭିତରକୁ ଆସୁ ।
6
ତହିଁରେ ହାମନ୍ ଭିତରକୁ ଆସନ୍ତେ, ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଅଣ କରାଯିବ? ହାମନ୍ ମନେ ମନେ ଭାଳିଲା, ରାଜା ମୋʼ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?
7
ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦେଲା, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି,
8
ତାହା ପାଇଁ ମହାରାଜଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜଙ୍କ ଆରୋହଣର ରାଜମୁକୁଟଭୂଷିତ ଅଶ୍ଵ ଅଣାଯାଉ ।
9
ଆଉ, ସେହି ବସ୍ତ୍ର ଓ ଅଶ୍ଵ ମହାରାଜଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ; ପୁଣି, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାଉନ୍ତୁ ଓ ସେହି ଅଶ୍ଵରେ ଆରୋହଣ କରାଇ ନଗର ଦାଣ୍ତରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ ।
10
ଏଥିରେ ରାଜା ହାମନ୍କୁ କହିଲା, ତୁମ୍ଭେ ଏହା ଶୀଘ୍ର କର; ଯେପରି କହିଲ, ସେପରି ସେହି ବସ୍ତ୍ର ଓ ସେହି ଅଶ୍ଵ ଘେନି ରାଜଦ୍ଵାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର; ତୁମ୍ଭେ ଯେସକଳ କଥା କହିଅଛ, ତହିଁରୁ କିଛି ହିଁ ଊଣା କର ନାହିଁ ।
11
ତେଣୁ ହାମନ୍ ସେହି ବସ୍ତ୍ର ଓ ଅଶ୍ଵ ନେଇ ମର୍ଦ୍ଦଖୟକୁ ବସ୍ତ୍ରାନ୍ଵିତ କଲା ଓ ଅଶ୍ଵାରୋହଣ କରାଇ ନଗରର ଦାଣ୍ତରେ ବୁଲାଇଲା, ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ; ଏହି କଥା ତାହାର ଆଗେ ଆଗେ ଘୋଷଣା କଲା ।
12
ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ଵାରକୁ ଆସିଲା, ମାତ୍ର ହାମନ୍ ଶୋକାନ୍ଵିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା ।
13
ପୁଣି, ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ଆପଣା ଭାର୍ଯ୍ୟା ସେରଶ୍କୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା; ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ଭାର୍ଯ୍ୟା ସେରଶ୍ ତାହାକୁ କହିଲେ, ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାକୁ ଜୟ କରି ପାରିବ ନାହିଁ; ମାତ୍ର ତାହାର ସାକ୍ଷାତରେ ନିତା; ପତିତ ହେବ ।
14
ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜନପୁଂସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜକୁ ହାମନ୍କୁ ନେବା ପାଇଁ ଚଞ୍ଚଳ ହେଲେ ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 7 →
All chapters:
1
2
3
4
5
6
7
8
9
10