bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Esther 7
Esther 7
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 8 →
1
ଏହି ରୂପେ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍ ଭୋଜନ କରିବାକୁ ଉପସ୍ଥିତ ହେଲେ ।
2
ରାଜା ସେହି ଦ୍ଵିତୀୟ ଦିନ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲା, ଆଗୋ ଏଷ୍ଟର ରାଣୀ, ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ପ୍ରାର୍ଥନା କଅଣ? ତାହା ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ସିଦ୍ଧ କରାଯିବ ।
3
ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲା, ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆ ଯାଉନ୍ତୁ ।
4
କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରୀତ ହୋଇଅଛୁ । ଯେବେ ଆମ୍ଭେମାନେ କେବଳ ଦାସ ଦାସୀ ହେବା ପାଇଁ ବିକ୍ରୀତ ହୋଇଥାʼନ୍ତୁ, ତେବେ ଶତ୍ରୁ ମହାରାଜଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି ।
5
ଏଥିରେ ଅକ୍ଷଶ୍ଵେରଶ ରାଜା ଏଷ୍ଟର ରାଣୀକି କହିଲା, ଯେ ଏପରି କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି, ସେ କିଏ? ଓ ସେ କେଉଁଠାରେ ଅଛି?
6
ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ୍ ଏକ ଜଣ ବିପକ୍ଷ ଓ ଶତ୍ରୁ; ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା ।
7
ଆଉ, ରାଜା କ୍ରୋଧରେ ଦ୍ରାକ୍ଷାରସ-ପାନଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା; ତହିଁରେ ରାଜା ଦ୍ଵାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣ ମାଗିବାକୁ ଠିଆ ହେଲା ।
8
ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସ-ପାନଶାଳାକୁ ଲେଉଟି ଆସିଲା; ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା, ହାମନ୍ ତହିଁ ଉପରେ ପଡ଼ିଥିଲା; ତେଣୁ ରାଜା କହିଲା, ଏ କʼଣ ଗୃହ ମଧ୍ୟରେ ମୋʼ ସାକ୍ଷାତରେ ରାଣୀକି ବଳାତ୍କାର କରିବ? ଏହି କଥା ରାଜା ମୁଖରୁ ବାହାରିବାମାତ୍ର ଲୋକମାନେ ହାମନ୍ର ମୁଖ ଢାଙ୍କି ପକାଇଲେ ।
9
ଅନନ୍ତର ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, ଦେଖନ୍ତୁ, ମହାରାଜଙ୍କ ପକ୍ଷରେ ହିତଜନକ ସମ୍ଵାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନର ଗୃହରେ ସ୍ଥାପିତ ହୋଇଅଛି, ରାଜା କହିଲା, ତହିଁ ଉପରେ ଏହାକୁ ଫାଶୀ ଦିଅ ।
10
ଏଥିରେ ହାମନ୍ ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶୀକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମନ୍କୁ ଫାଶୀ ଦେଲେ; ତହିଁରେ ରାଜାର କ୍ରୋଧ ଶା; ହେଲା ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 8 →
All chapters:
1
2
3
4
5
6
7
8
9
10