bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Exodus 16
Exodus 16
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 17 →
1
ଅନନ୍ତର ସେମାନେ ଏଲୀମଠାରୁ ଯାତ୍ରା କଲେ, ଆଉ ମିସର ଦେଶ ଛାଡ଼ିଲା ଉତ୍ତାରେ ଦ୍ଵିତୀୟ ମାସର ପଞ୍ଚଦଶ ଦିନରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ତଳୀ ଏଲୀମ ଓ ସୀନୟର ମଧ୍ୟବର୍ତ୍ତୀ ସୀନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ ।
2
ସେତେବେଳେ ଇସ୍ରାଏଲ-ସନ୍ତାନମାନଙ୍କ ସମସ୍ତ ମଣ୍ତଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।
3
ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ତି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯେବେ ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ତଳୀକି କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ ।
4
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚଳିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା ।
5
ଷଷ୍ଠ ଦିନରେ ସେମାନେ ଯାହା ଆଣିବେ, ତାହା ରାନ୍ଧିଲେ ଦିନକୁ ଦିନ ଯାହା ସଂଗ୍ରହ କରନ୍ତି, ତାହା ଦୁଇଗୁଣ ହେବ ।
6
ଅନନ୍ତର ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣକୁ କହିଲେ, ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିସରଠାରୁ ବାହାର କରି ଆଣିଲେ, ଏହା ତୁମ୍ଭେମାନେ ସନ୍ଧ୍ୟା କାଳରେ ଜାଣିବ।
7
ପୁଣି ପ୍ରାତଃ କାଳରେ ସଦାପ୍ରଭୁଙ୍କର ମହିମା ଦେଖିବ; ଯେହେତୁ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ବଚସା ସେ ଶୁଣନ୍ତି; ଆମ୍ଭେମାନେ କିଏ ଯେ, ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ବଚସା କର?
8
ଆହୁରି ମୋଶା କହିଲେ, ସଦାପ୍ରଭୁ ସନ୍ଧ୍ୟା କାଳରେ ଭୋଜନ ନିମନ୍ତେ ତୁମ୍ଭମାନଙ୍କୁ ମାଂସ ଦେବେ ଓ ପ୍ରାତଃ କାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ; ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କର ବଚସା ସେ ଶୁଣନ୍ତି; ଆମ୍ଭେମାନେ କିଏ? ଆମ୍ଭମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେତୁମ୍ଭମାନଙ୍କର ବଚସା ହୁଏ ।
9
ଆଉ ମୋଶା ହାରୋଣଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁକୁ ଆସ, ସେ ତୁମ୍ଭମାନଙ୍କର ବଚସା ଶୁଣିଅଛନ୍ତି ।
10
ତହିଁରେ ହାରୋଣ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଏହା କହିବା ବେଳେ ସେମାନେ ପ୍ରାନ୍ତର ଆଡ଼େ ଅନାନ୍ତେ, ଦେଖ, ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା।
11
ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ,
12
ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଲୁ; ତୁମ୍ଭେ ସେମାନଙ୍କୁ କୁହ, ତୁମ୍ଭେମାନେ ସନ୍ଧ୍ୟା ବେଳେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ଵର, ତାହା ଜାଣିବ ।
13
ଅନନ୍ତର ସନ୍ଧ୍ୟା କାଳରେ ଭାଟୋଇ ପକ୍ଷୀଗଣ ଆସି ଛାଉଣି-ସ୍ଥାନ ଆଚ୍ଛାଦନ କଲେ, ପୁଣି ପ୍ରାତଃ କାଳରେ ଛାଉଣି-ସ୍ଥାନର ଚାରିଆଡ଼େ କାକର ପଡ଼ିଲା ।
14
ଏଉତ୍ତାରେ ପତିତ କାକର ଊର୍ଦ୍ଧ୍ଵଗତ ହେଲାରୁ ଭୂମିସ୍ଥିତ କାକରପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ପ୍ରାନ୍ତର ଉପରେ ପଡ଼ି ରହିଲା ।
15
ଆଉ ଇସ୍ରାଏଲ-ସନ୍ତାନଗଣ ତାହା ଦେଖି ପରସ୍ପର କହିଲେ, ଏ କଅଣ? (ମାନ୍-ହୁ?); ଯେହେତୁ ତାହା କଅଣ, ସେମାନେ ଜାଣିଲେ ନାହିଁ । ତହିଁରେ ମୋଶା କହିଲେ, ଏହା ତୁମ୍ଭମାନଙ୍କ ଭୋଜନ ନିମନ୍ତେ ସଦାପ୍ରଭୁଙ୍କ ଦତ୍ତ ଅନ୍ନ।
16
ଏ ବିଷୟରେ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଭୋଜନ ଶକ୍ତି ବୁଝି ତାହା ସଂଗ୍ରହ କର; ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ଆପଣା ଆପଣା ତମ୍ଵୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟାନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର ।
17
ତହିଁରେ ଇସ୍ରାଏଲ-ସନ୍ତାନମାନେ ସେହି ପ୍ରକାର କଲେ; କେହି ଅଧିକ କେହି ଅଳ୍ପ ସଞ୍ଚୟ କଲେ ।
18
ଅନନ୍ତର ସେମାନେ ଓମରରେ ତାହା ପରିମାଣ କରନ୍ତେ; ଯେ ଅଧିକ ସଂଗ୍ରହ କରିଥିଲା, ତାହାର ବଳକା ହେଲା ନାହିଁ, ପୁଣି ଯେ ଅଳ୍ପ ସଂଗ୍ରହ କରିଥିଲା, ତାହାର ଅଭାବ ହେଲା ନାହିଁ; ଏହି ପ୍ରକାରେ ସେମାନେ ଭୋଜନ ଶକ୍ତି ଅନୁସାରେ ସଂଗ୍ରହ କଲେ ।
19
ଅନନ୍ତର ମୋଶା ସେମାନଙ୍କୁ କହିଲେ, ତୁମ୍ଭେମାନେ କେହି ପ୍ରାତଃ କାଳ ପର୍ଯ୍ୟନ୍ତ କିଛି ରଖ ନାହିଁ ।
20
ତଥାପି ସେମାନେ ମୋଶାଙ୍କର କଥା ନ ମାନି କେହି କେହି ପ୍ରଭାତ ପର୍ଯ୍ୟନ୍ତ କିଛି କିଛି ରଖିଲେ; ମାତ୍ର ତହିଁରେ ପୋକ ଜନ୍ମିଲା ଓ ଦୁର୍ଗନ୍ଧ ହେଲା । ଏଣୁ ମୋଶା ସେମାନଙ୍କ ଉପରେ କ୍ରୋଧ କଲେ ।
21
ଏହିରୂପେ ପ୍ରତିଦିନ ପ୍ରାତଃ କାଳରେ ସେମାନେ ଆପଣା ଆପଣା ଭୋଜନ ଶକ୍ତି ଅନୁସାରେ ତାହା ସଂଗ୍ରହ କଲେ; ମାତ୍ର ପ୍ରଚଣ୍ତ ଖରା ହୁଅନ୍ତେ, ତାହା ତରଳି ଗଲା ।
22
ଅନନ୍ତର ଷଷ୍ଠ ଦିନରେ ସେମାନେ ଦୁଇଗୁଣ, ଅର୍ଥାତ୍, ପ୍ରତି ଜଣ ଦୁଇ ଦୁଇ ଓମର ଅନ୍ନ ସଂଗ୍ରହ କଲେ, ତହିଁରେ ମଣ୍ତଳୀର ଅଧ୍ୟକ୍ଷ ସମସ୍ତେ ଆସି ମୋଶାଙ୍କୁ ଜଣାଇଲେ ।
23
ସେତେବେଳେ ମୋଶା ସେମାନଙ୍କୁ କହିଲେ, ସଦାପ୍ରଭୁ ତାହା କହିଅଛନ୍ତି, ଯଥା, କାଲି ମହା ବିଶ୍ରାମ ଦିନ, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ; ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ; ଯାହା ପାକ କରିବାର, ତାହା ପାକ କର; ପୁଣି ଯାହା କିଛି ଅବଶିଷ୍ଟ ରହେ, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ ।
24
ତହିଁରେ ସେମାନେ ମୋଶାଙ୍କର ଆଜ୍ଞାନୁସାରେ ପ୍ରଭାତ ପର୍ଯ୍ୟନ୍ତ ତାହା ରଖିଲେ, ଆଉ ତାହା ଦୁର୍ଗନ୍ଧ ହେଲା ନାହିଁ, କି ତହିଁରେ କୌଣସି ପୋକ ଜନ୍ମିଲା ନାହିଁ ।
25
ଅନନ୍ତର ମୋଶା କହିଲେ, ଆଜି ତୁମ୍ଭେମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମବାର; ଆଜି ବିଲରେ ତାହା ପାଇବ ନାହିଁ ।
26
ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମବାର ଅଟେ, ତହିଁରେ କିଛି ମିଳିବ ନାହିଁ।
27
ତଥାପି ସପ୍ତମ ଦିନରେ ହିଁ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ ।
28
ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେମାନେ ଆମ୍ଭର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ?
29
ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁରୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି; ତୁମ୍ଭେମାନେ ପ୍ରତି ଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ଵ ସ୍ଵ ସ୍ଥାନରେ ଥାଅ ।
30
ତେବେ ଲୋକମାନେ ସପ୍ତମ ଦିନରେ ବିଶ୍ରାମ କଲେ ।
31
ପୁଣି ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ ମାନ୍ନା ଦେଲେ; ତାହା ଧନିଆ ପରିଶୁକ୍ଳବର୍ଣ୍ଣ ଓ ତାହାର ଆସ୍ଵାଦ ମଧୁମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା ।
32
ଅନନ୍ତର ମୋଶା କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, ସେ ତୁମ୍ଭମାନଙ୍କୁ ମିସର ଦେଶଠାରୁ ଆଣିବା ବେଳେ ପ୍ରାନ୍ତର ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେପରି ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି, ଏହେତୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣ ମାନ୍ନା ରଖ ।
33
ସେତେବେଳେ ମୋଶା ହାରୋଣଙ୍କୁ କହିଲେ, ତୁମ୍ଭେ ଗୋଟିଏ ପାତ୍ର ନେଇ ଏକ ଓମର ପରିମାଣ ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ; ତାହା ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ନିମନ୍ତେ ରଖାଯିବ।
34
ତହୁଁ ହାରୋଣ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସାକ୍ଷ୍ୟସିନ୍ଦୁକ ନିକଟରେ ରଖାଯିବା ନିମିତ୍ତ ତାହା ସଞ୍ଚୟ କରି ରଖିଲେ ।
35
ଇସ୍ରାଏଲ-ସନ୍ତାନମାନେ ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେହି ମାନ୍ନା ଭୋଜନ କଲେ ଓ କିଣାନ ଦେଶର ସୀମାରେ ଉପସ୍ଥିତ ନ ହେବା ଯାଏ ସେମାନେ ତାହା ଖାଇଲେ ।
36
ଏକ ଓମର ଐଫାର ଦଶମାଂଶ ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40