bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Exodus 22
Exodus 22
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 23 →
1
ଯେବେ କେହି ଗୋରୁ କି ମେଷ ଚୋରି କରି ବଧ କରେ ଅବା ବିକ୍ରୟ କରେ, ତେବେ ସେ ଏକ ଗୋରୁ ପରିଶୋଧରେ ପାଞ୍ଚ ଗୋରୁ ଓ ଏକ ମେଷ ପରିଶୋଧରେ ଚାରି ମେଷ ଦେବ।
2
ଆଉ ଚୋର ସିନ୍ଧି କାଟିଧରା ପଡ଼ିଲେ, ଯେବେ କେହି ତାହାକୁ ମାରୁ ମାରୁ ମାରି ପକାଏ, ତେବେ ସେ ରକ୍ତପାତର ଦୋଷୀ ହେବ ନାହିଁ ।
3
ମାତ୍ର ଯେବେ ସୂର୍ଯ୍ୟୋଦୟ ଉତ୍ତାରେ ତାହାକୁ ବଧ କରେ, ତେବେ ସେ ରକ୍ତପାତର ଦୋଷୀ ହେବ; ଆଉ ଚୋରାଦ୍ରବ୍ୟ ପରିଶୋଧ କରିବା ଚୋରର କର୍ତ୍ତବ୍ୟ; ଯେବେ ତାହାର କିଛି ନ ଥାଏ, ତେବେ ଚୋରି ହେତୁରୁ ସେ ବିକାଯିବ।
4
ଗୋରୁ କି ଗର୍ଦ୍ଦଭ କି ମେଷାଦି ଚୋରାଦ୍ରବ୍ୟ ଯେବେ ଚୋର ହସ୍ତରେ ଜୀବିତ ମିଳେ, ତେବେ ସେ ତହିଁର ଦୁଇଗୁଣ ଦେବ ।
5
ଆଉ କେହି ଯେବେ ଅନ୍ୟର କ୍ଷେତ୍ରରେ କି ଦ୍ରାକ୍ଷାକ୍ଷେତ୍ରରେ ଗୋରୁ ଚରାଏ, କିଅବା ଆପଣା ପଶୁକୁ ଛାଡ଼ି ଦେଲେ ଯେବେ ସେ ଅନ୍ୟର କ୍ଷେତ୍ରରେ ଚରେ, ତେବେ ସେ ଲୋକ ତହିଁର ପରିବର୍ତ୍ତେ ତାହାକୁ ଆପଣା କ୍ଷେତ୍ରର ଉତ୍ତମ ଶସ୍ୟ ଅବା ଆପଣା ଦ୍ରାକ୍ଷାକ୍ଷେତ୍ରର ଉତ୍ତମ ଫଳ ଦେବ ।
6
ଆଉ ଅଗ୍ନି ଜ୍ଵଳି କଣ୍ଟକ ବନରେ ଲାଗିଲେ ଯେବେ କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ୍ର ପୋଡ଼ିଯାଏ, ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ ।
7
ଆଉ, କେହି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ, ତାହା ଯେବେ କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇଗୁଣ ଦେବ ।
8
ଯେବେ ଚୋର ଧରା ନ ପଡ଼େ, ତେବେ ଗୃହସ୍ଵାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏହା ଜଣା ଯିବା ନିମନ୍ତେ ସେପରମେଶ୍ଵରଙ୍କ ସାକ୍ଷାତରେ ଉପସ୍ଥିତ ହେବ ।
9
ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍, ଗୋରୁ କି ଗର୍ଦ୍ଦଭ କି ମେଷ କି ବସ୍ତ୍ରାଦି, ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ, ଏହା ସେହି ଦ୍ରବ୍ୟ, ତେବେ ଉଭୟ ପକ୍ଷର କଥା ପରମେଶ୍ଵରଙ୍କସାକ୍ଷାତରେ ଉପସ୍ଥିତ ହେବ; ତହିଁରେ ପରମେଶ୍ଵରଯାହାକୁ ଦୋଷୀ କରିବେ, ସେ ଆପଣା ପ୍ରତିବାସୀକି ଦୁଇଗୁଣ ଦେବ ।
10
କେହି ପ୍ରତିବାସୀ ନିକଟରେ ଆପଣା ଗଧ, କି ଗୋରୁ, କି ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଲେ ଯେବେ କାହାରି ନ ଦେଖିବାରେ ସେହି ପଶୁ ମରେ, ଅବା ଭଗ୍ନାଙ୍ଗ ହୁଏ କିଅବା ଅଡ଼ାଇ ନିଆଯାଏ,
11
ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥହେବ; ପଶୁସ୍ଵାମୀ ସେହି ଶପଥ ଗ୍ରହଣ କରିବ, ପୁଣି ସେ ପରିଶୋଧ କରିବ ନାହିଁ ।
12
ମାତ୍ର ଯେବେ ତାହା ନିକଟରୁ ଚୋରି ଯାଏ, ତେବେ ସେ ତାହାର ସ୍ଵାମୀକି ତାହାର ମୂଲ୍ୟ ଦେବ ।
13
ଯେବେ ସେହି ପଶୁ ବିଦୀର୍ଣ୍ଣହୁଏ, ତେବେ ସେ ପ୍ରମାଣ ନିମନ୍ତେ ତାହା ଆଣୁ; ସେ ସେହି ବିଦୀର୍ଣ୍ଣ ପଶୁର ମୂଲ୍ୟ ଦେବ ନାହିଁ ।
14
ଆଉ, କେହି ଯେବେ ଆପଣା ପ୍ରତିବାସୀର ପଶୁ ମାଗି ନିଏ ଓ ତାହାର ସ୍ଵାମୀ ତାହା ସହିତ ନ ଥାଇ ସେ ଭଗ୍ନାଙ୍ଗ ହୁଏ କି ମରେ, ତେବେ ସେ ନିତା; ତାହାର ମୂଲ୍ୟ ଦେବ ।
15
ମାତ୍ର ଯେବେ ତାହାର ସ୍ଵାମୀ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯେବେ ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ । ନୈତିକ ଧର୍ମ ସଂକ୍ରାନ୍ତୀୟ ବ୍ୟବସ୍ଥା
16
ଆଉ, କେହି ଯେବେ ଅବାଗ୍ଦତ୍ତା କନ୍ୟାକୁ ଫୁସଲାଇ ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ ।
17
ଯେବେ ପିତା ତାହା ସହିତ ଆପଣା କନ୍ୟାର ବିବାହ ଦେବାକୁ ନିତା; ଅସମ୍ମତ ହୁଏ, ତେବେ ସେ କନ୍ୟା ମୂଲ୍ୟରବ୍ୟବସ୍ଥାନୁସାରେ ରୂପା ତୌଲି ଦେବ ।
18
ତୁମ୍ଭେ ମାୟାବିନୀକି ଜୀବିତା ରଖିବ ନାହିଁ ।
19
ଯେ କେହି ପଶୁ ସହିତ ଶୃଙ୍ଗାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ।
20
ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ,ସେ ବର୍ଜ୍ଜନୀୟ ରୂପେ ବିନଷ୍ଟ ହେବ ।
21
ତୁମ୍ଭେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
22
ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ।
23
ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାରେ କ୍ଲେଶ ଦେଲେ, ସେମାନେ ଯେବେ ଆମ୍ଭ ନିକଟରେ ଖାଲି ଡାକ ପକାଇବେ, ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା ।
24
ପୁଣି ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହେଲେ, ଆମ୍ଭେ ତୁମ୍ଭମାନଙ୍କୁ ଖଡ଼୍ଗ ଦ୍ଵାରା ମାରିବା; ତହିଁରେ ତୁମ୍ଭମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ ।
25
ତୁମ୍ଭେ ଯେବେ ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକକୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ ।
26
ଯେବେ ତୁମ୍ଭେ ଆପଣା ପ୍ରତିବାସୀର ବସ୍ତ୍ର ବନ୍ଧକ ରଖିବ, ତେବେ ତୁମ୍ଭେ ସୂର୍ଯ୍ୟାସ୍ତ ପୂର୍ବେ ତାହା ତାହାକୁ ଫେରାଇ ଦେବ।
27
କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ? ପୁଣି ସେ ଯେବେ ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ।
28
ତୁମ୍ଭେ ଆପଣା ପରମେଶ୍ଵରଙ୍କୁ ଅବଜ୍ଞା କରିବ ନାହିଁ, ପୁଣି ଆପଣା ଲୋକମାନଙ୍କର ଅଧ୍ୟକ୍ଷକୁ ଶାପ ଦେବ ନାହିଁ ।
29
ତୁମ୍ଭେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ (ଫଳାଦିର) ରସରୁ ଉତ୍ସର୍ଗ କରିବାକୁ ବିଳମ୍ଵ କରିବ ନାହିଁ । ତୁମ୍ଭେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭଙ୍କୁ ଦେବ ।
30
ପୁଣି ଆପଣା ଗୋରୁ ଓ ମେଷାଦି ପ୍ରତି ତଦ୍ରୂପ କରିବ; ସେ ସାତ ଦିନ ଆପଣା ମାତା ସହିତ ରହିବ, ଅଷ୍ଟମ ଦିନରେ ତୁମ୍ଭେ ତାହା ଆମ୍ଭଙ୍କୁ ଦେବ ।
31
ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ; ଏନିମନ୍ତେ ପଶୁ ଦ୍ଵାରା କ୍ଷେତ୍ରରେ ବିଦୀର୍ଣ୍ଣ ମାଂସ ଖାଇବ ନାହିଁ; ତୁମ୍ଭେମାନେ ତାହା କୁକ୍କୁରମାନଙ୍କ ଆଗରେ ପକାଇ ଦେବ ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40