bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Ezekiel 23
Ezekiel 23
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 24 →
1
ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2
ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା;
3
ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ ।
4
ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା (ତାହାର ତମ୍ଵୁ) ଓ ତାହାର ଭଗିନୀର ନାମ ଅହଲୀବା (ତାହାର ମଧ୍ୟରେ ଆମ୍ଭର ତମ୍ଵୁ); ସେମାନେ ଆମ୍ଭର ହେଲେ ଓ ପୁତ୍ର କନ୍ୟା ପ୍ରସବ କଲେ । ପୁଣି, ନାମାନୁସାରେ ଶମରୀୟା ଅହଲା ଓ ଯିରୂଶାଲମ ଅହଲୀବା ଅଟେ ।
5
ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା,
6
ସେମାନେ ନୀଳାମ୍ଵର ପରିହିତ, ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ଓ ସମସ୍ତେ ମନୋହର ଯୁବା ଲୋକ ଓ ଅଶ୍ଵାରୋହୀ ଥିଲେ ।
7
ପୁଣି, ସେ ସେମାନଙ୍କର, ଅର୍ଥାତ୍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ଵାରା ଆପଣାକୁ ଭ୍ରଷ୍ଟା କଲା ।
8
ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ ।
9
ଏଥିପାଇଁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ, ଅର୍ଥାତ୍, ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା, ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ ।
10
ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାକୁ ସେମାନେ ଖଡ଼୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ତାଜ୍ଞା ସଫଳ କଲେ ।
11
ଆଉ, ତାହାର ଭଗିନୀ ଅହଲୀବା ଏହା ଦେଖିଲା; ତଥାପି ଆପଣା ପ୍ରେମାସକ୍ତିରେ ଓ ବେଶ୍ୟା-କ୍ରିୟାରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା, ତାହାର ଭଗିନୀର ବେଶ୍ୟା-କ୍ରିୟା ଅପେକ୍ଷା ତାହାର ବେଶ୍ୟା-କ୍ରିୟା ଅଧିକ ଥିଲା ।
12
ସେ ଆପଣା ପ୍ରତିବାସୀ ଅଶୂରୀୟ ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ପ୍ରତି ପ୍ରେମରେ ଆସକ୍ତା ହେଲା, ସେମାନେ ଅତ୍ୟ; ସୁନ୍ଦର ବସ୍ତ୍ର ପରିହିତ, ଅଶ୍ଵାରୋହୀ ଓ ସମସ୍ତେ ମନୋହର ଯୁବା ଲୋକ ଥିଲେ ।
13
ଆଉ, ଆମ୍ଭେ ଦେଖିଲୁ, ସେ ଭ୍ରଷ୍ଟା ହେଲା; ସେ ଦୁହେଁ ଏକ ପଥଗାମିନୀ ହେଲେ ।
14
ପୁଣି, ସେ ଆପଣା ବେଶ୍ୟା କ୍ରିୟା ବଢ଼ାଇଲା; କାରଣ ସେ କାନ୍ଥରେ ଚିତ୍ରିତ ପୁରୁଷମାନଙ୍କର, ଅର୍ଥାତ୍, କଲ୍ଦୀୟମାନଙ୍କର ସିନ୍ଦୂରଚିତ୍ରିତ ମୂର୍ତ୍ତି ଦେଖିଲା,
15
ସେମାନଙ୍କ କଟୀରେ ପଟୁକା ବନ୍ଧା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା, ସେସମସ୍ତେ ଦେଖିବାକୁ କଲ୍ଦୀୟ ଦେଶଜାତ ବାବିଲୀୟମାନଙ୍କ ରୂପବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ ।
16
ପୁଣି, ସେ ସେମାନଙ୍କୁ ଦେଖିବାମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍ଦୀୟ ଦେଶକୁ ସେମାନଙ୍କ ନିକଟକୁ ଦୂତ ପଠାଇଲା ।
17
ତହିଁରେ ବାବିଲୀୟ ଲୋକମାନେ ତାହାର ନିକଟକୁ ଆସି ପ୍ରେମଶଯ୍ୟାରେ ଶୟନ କଲେ ଓ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଦ୍ଵାରା ତାହାକୁ ଅଶୁଚି କଲେ, ପୁଣି ସେମାନଙ୍କ ଦ୍ଵାରା ଭ୍ରଷ୍ଟା ହେଲା ଉତ୍ତାରେ ତାହାର ପ୍ରାଣ ସେମାନଙ୍କଠାରୁ ବିମୁଖ ହେଲା ।
18
ଏହିରୂପେ ସେ ଆପଣା ବେଶ୍ୟା-କ୍ରିୟା ପ୍ରକାଶ କଲା ଓ ଆପଣା ଉଲଙ୍ଗତା ଅନାବୃତ କଲା; ତହୁଁ ଆମ୍ଭର ପ୍ରାଣ ଯେପରି ତାହାର ଭଗିନୀଠାରୁ ବିମୁଖ ହୋଇଥିଲା, ସେପରି ତାହାଠାରୁ ହିଁ ବିମୁଖ ହେଲା ।
19
ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା, ତାହା ସ୍ମରଣ କରି ଆପଣାର ବେଶ୍ୟା କ୍ରିୟା ବଢ଼ାଇଲା ।
20
ଆଉ, ଗର୍ଦ୍ଦଭଗଣର ପରି ମାଂସବିଶିଷ୍ଟ ଓ ଅଶ୍ଵଗଣର ପରି ରେତଃବିଶିଷ୍ଟ, ସେମାନଙ୍କ ଉପପତି-ମାନଙ୍କଠାରେ ସେ ଆସକ୍ତା ହେଲା ।
21
ଏହି ପ୍ରକାରେ ମିସ୍ରୀୟମାନେ ଯେଉଁ ସମୟରେ ଯୌବନକାଳୀନ ସ୍ତନ ବୋଲି ତୁମ୍ଭର କୁଚାଗ୍ର ଟିପିଥିଲେ, ତୁମ୍ଭେ ଆପଣା ଯୌବନ କାଳର ସେହି ଲମ୍ପଟାଚରଣ ସ୍ମରଣ କରୁଅଛ ।
22
ଏନିମନ୍ତେ ହେ ଅହଲୀବେ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ତୁମ୍ଭର ସେହି ପ୍ରେମିକମାନଙ୍କୁ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଉଠାଇବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା;
23
ବାବିଲୋନୀୟମାନଙ୍କୁ ଓ ସମୁଦାୟ କଲ୍ଦୀୟ ଲୋକଙ୍କୁ, ପକୋଦ, ଶୋୟା ଓ କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା; ସେସମସ୍ତେ ମନୋହର ଯୁବା ଲୋକ । ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତା, ଅଧିପତିଗଣ ଓ ବିଖ୍ୟାତ ଲୋକ, ସମସ୍ତେ ଅଶ୍ଵାରୋହୀ ।
24
ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ ।
25
ପୁଣି, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭର ଅନ୍ତର୍ଜ୍ଵାଳା ରଖିବା, ତହିଁରେ ସେମାନେ କୋପରେ ତୁମ୍ଭ ପ୍ରତି ବ୍ୟବହାର କରିବେ; ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଖଡ଼୍ଗରେ ପତିତ ହେବେ; ସେମାନେ ତୁମ୍ଭର ପୁତ୍ର କନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଅଗ୍ନି ଦ୍ଵାରା ଗ୍ରାସିତ ହେବେ ।
26
ସେମାନେ ମଧ୍ୟ ତୁମ୍ଭକୁ ବିବସ୍ତ୍ରା କରିବେ ଓ ତୁମ୍ଭର ସୁନ୍ଦର ଅଳଙ୍କାରସବୁ ନେଇଯିବେ ।
27
ଏହିରୂପେ ଆମ୍ଭେ ତୁମ୍ଭର ଲମ୍ପଟାଚରଣ ଓ ମିସର ଦେଶରୁ ଶିକ୍ଷିତ ତୁମ୍ଭର ବ୍ୟଭିଚାର କ୍ରିୟା ନିବୃତ୍ତ କରାଇବା; ତହିଁରେ ତୁମ୍ଭେ ସେମାନଙ୍କ ପ୍ରତି ଆଉ ଅନାଇବ ନାହିଁ, କି ମିସରକୁ ଆଉ ସ୍ମରଣ କରିବ ନାହିଁ ।
28
କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପଣ କରିବା;
29
ତହିଁରେ ସେମାନେ ଘୃଣା ଭାବରେ ତୁମ୍ଭ ପ୍ରତି ବ୍ୟବହାର କରିବେ ଓ ତୁମ୍ଭର ସକଳ ପରିଶ୍ରମର ଫଳ ହରଣ କରିବେ, ଆଉ ତୁମ୍ଭକୁ ଉଲଙ୍ଗିନୀ ଓ ବିବସ୍ତ୍ର କରି ଛାଡ଼ି ଦେବେ; ତହିଁରେ ତୁମ୍ଭର ବ୍ୟଭିଚାର ଘଟିତ ଉଲଙ୍ଗତା, ତୁମ୍ଭର ଲମ୍ପଟାଚରଣ ଓ ବେଶ୍ୟା-କ୍ରିୟା ପ୍ରକାଶିତ ହେବ ।
30
ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟ ଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ଵାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ ।
31
ତୁମ୍ଭେ ଆପଣାର ଭଗିନୀର ପଥରେ ଗମନ କରିଅଛ; ଏଥିପାଇଁ ଆମ୍ଭେ ତାହାର ପାନପାତ୍ର ତୁମ୍ଭ ହସ୍ତରେ ଦେବା ।
32
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆପଣା ଭଗିନୀର ପାତ୍ରରେ ପାନ କରିବ, ତାହା ଗଭୀର ଓ ବଡ଼; ତୁମ୍ଭେ ହାସ୍ୟ ଓ ଉପହାସର ବିଷୟ ହେବ; ସେହି ପାତ୍ର ବହୁତ ଧାରଣ କରେ ।
33
ତୁମ୍ଭେ ମତ୍ତତା ଓ ଶୋକରେ ପରିପୂର୍ଣ୍ଣ ହେବ, ବିସ୍ମୟ ଓ ଧ୍ଵଂସରୂପ ପାତ୍ରରେ, ତୁମ୍ଭ ଭଗିନୀ ଶମରୀୟାର ପାତ୍ରରେ ପରିପୂର୍ଣ୍ଣ ହେବ ।
34
ତୁମ୍ଭେ ତାହା ନିଗାଡ଼ି ପାନ କରିବ ଓ ତହିଁର ଭଗ୍ନଖଣ୍ତ ଚୋବାଇ ଆପଣା ସ୍ତନ ବିଦୀର୍ଣ୍ଣ କରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି;
35
ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର ।
36
ସଦାପ୍ରଭୁ ଆହୁରି ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;
37
କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟ ଦେଇ ଗମନ କରାଇ ଅଛନ୍ତି ।
38
ଆହୁରି, ସେମାନେ ଆମ୍ଭ ପ୍ରତି ଏହି କାର୍ଯ୍ୟ କରିଅଛନ୍ତି; ସେମାନେ ଏକ ଦିନରେ ଆମ୍ଭର ଧର୍ମଧାମ ଅଶୁଚି ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛନ୍ତି ।
39
କାରଣ ସେମାନେ ଆପଣାମାନଙ୍କର ପ୍ରତିମାଗଣର ଉଦ୍ଦେଶ୍ୟରେ ଆପଣା ଆପଣା ସନ୍ତାନଗଣକୁ ବଧ କଲା ଉତ୍ତାରେ ସେହି ଦିନ ଆମ୍ଭର ଧର୍ମଧାମ ଅପବିତ୍ର କରିବା ପାଇଁ ତହିଁ ମଧ୍ୟକୁ ଆସିଲେ; ଆଉ, ଦେଖ, ସେମାନେ ଆମ୍ଭ ଗୃହ ମଧ୍ୟରେ ଏହି ପ୍ରକାର କରିଅଛନ୍ତି ।
40
ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;
41
ପୁଣି, ରାଜକୀୟ ଶଯ୍ୟାରେ ବସି ତହିଁର ସମ୍ମୁଖରେ ମେଜ ସଜାଇ ତାହା ଉପରେ ଆମ୍ଭର ଧୂପ ଓ ଆମ୍ଭର ତୈଳ ରଖିଲ ।
42
ଆଉ, ତାହା ସଙ୍ଗେ ନିଶ୍ଚି; ଲୋକାରଣ୍ୟର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ ।
43
ତେବେ ବ୍ୟଭିଚାର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀ ବିଷୟରେ ଆମ୍ଭେ କହିଲୁ, ଏବେ ସେମାନେ ତାହା ସଙ୍ଗେ ବ୍ୟଭିଚାର କାର୍ଯ୍ୟ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ ।
44
ପୁଣି, ଲୋକେ ଯେପରି ବେଶ୍ୟା ନିକଟକୁ ଗମନ କରନ୍ତି, ସେପରି ସେମାନେ ତାହା ନିକଟକୁ ଗମନ କଲେ; ଏହି ପ୍ରକାରେ ସେମାନେ ଅହଲା ଓ ଅହଲୀବା, ଏହି ଲମ୍ପଟା ସ୍ତ୍ରୀମାନଙ୍କ ନିକଟକୁ ଗମନ କଲେ ।
45
ମାତ୍ର ଧାର୍ମିକ ଲୋକମାନେ ବ୍ୟଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସାରେ ସେମାନଙ୍କର ବିଚାର କରିବେ; ଯେହେତୁ ସେମାନେ ବ୍ୟଭିଚାରିଣୀ ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ।
46
କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଜନସମାଜ ଆଣିବା, ପୁଣି ଏଣେତେଣେ ଟଳଟଳ ଓ ଲୁଟିତ ହେବା ପାଇଁ ସେମାନଙ୍କୁ ସମର୍ପଣ କରିବା ।
47
ପୁଣି, ସେହି ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ଼୍ଗରେ ବଧ କରିବେ; ସେମାନେ ସେମାନଙ୍କର ପୁତ୍ର କନ୍ୟାଗଣକୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ।
48
ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ ।
49
ପୁଣି, ଲୋକମାନେ ତୁମ୍ଭମାନଙ୍କ ଲମ୍ପଟାଚରଣର ପ୍ରତିଫଳ ତୁମ୍ଭମାନଙ୍କ ଉପରେ ବର୍ତ୍ତାଇବେ ଓ ତୁମ୍ଭେମାନେ ଆପଣାମାନଙ୍କର ପ୍ରତିମାଗଣ ସମ୍ଵନ୍ଧୀୟ ପାପସକଳର ଭାର ବହିବ; ତହିଁରେ ଆମ୍ଭେ ଯେ ପ୍ରଭୁ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48