bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Ezekiel 40
Ezekiel 40
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 39
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 41 →
1
ଆମ୍ଭମାନଙ୍କ ନିର୍ବାସନର ପଚିଶ ବର୍ଷରେ, ବର୍ଷର ଆରମ୍ଭରେ ମାସର ଦଶମ ଦିନରେ, ଅର୍ଥାତ୍, ନଗର ନିପାତିତ ହେଲା ଉତ୍ତାରେ ଚତୁର୍ଦ୍ଦଶ ବର୍ଷର ଉକ୍ତ ଦିବସରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠିତ ଥିଲା ଓ ସେ ମୋତେ ସେସ୍ଥାନରେ ଉପସ୍ଥିତ କରାଇଲେ ।
2
ଈଶ୍ଵରୀୟ ଦର୍ଶନ ଯୋଗେ ସେ ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ, ତହିଁ ଉପରେ, ଦକ୍ଷିଣ ଦିଗରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା ।
3
ସେ ମୋତେ ସେସ୍ଥାନକୁ ନେଇଗଲେ, ଆଉ ଦେଖ, ସେଠାରେ ଏକ ପୁରୁଷ ଥିଲେ, ପିତ୍ତଳର ଆଭା ତୁଲ୍ୟ ତାଙ୍କର ଆଭା, ତାଙ୍କ ହସ୍ତରେ ଛଣପଟର ଏକ ରଜ୍ଜୁ ଓ ପରିମାପକ ଏକ ନଳ ଥିଲା ଓ ସେ ଦ୍ଵାରରେ ଠିଆ ହୋଇଥିଲେ ।
4
ଏଥିରେ ସେ ପୁରୁଷ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା ଦେଖାଇବା, ସେସବୁ ତୁମ୍ଭେ ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ତହିଁରେ ମନୋନିବେଶ କର; କାରଣ ଆମ୍ଭେ ଯେପରି ସେସବୁ ତୁମ୍ଭକୁ ଦେଖାଉ, ଏ ଅଭିପ୍ରାୟରେ ତୁମ୍ଭେ ଏଠାକୁ ଆନୀତ ହୋଇଅଛ; ତୁମ୍ଭେ ଯାହା ଯାହା ଦେଖିବ, ତାହାସବୁ ଇସ୍ରାଏଲ-ବଂଶକୁ ଜ୍ଞାତ କରାଅ ।
5
ଆଉ ଦେଖ, ଗୃହର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା ଓ ସେହି ପୁରୁଷଙ୍କ ହସ୍ତରେ ଏକ ପରିମାପକ ନଳ ଥିଲା, ତାହା ଛଅ ହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ; ତହିଁରେ ସେ ଗୃହର ସ୍ଥୂଳତା ଏକ ନଳ ଓ ଉଚ୍ଚତା ଏକ ନଳ ମାପିଲେ ।
6
ଏଉତ୍ତାରେ ସେ ପୂର୍ବାଭିମୁଖ ଦ୍ଵାରକୁ ଆସି ତହିଁର ପାବଚ୍ଛ ଦେଇ ଉପରକୁ ଉଠିଲେ; ଆଉ, ଦ୍ଵାରର ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ନଳ ଓ ଅନ୍ୟ ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ନଳ ମାପିଲେ ।
7
ପୁଣି, ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ନଳ ଦୀର୍ଘ ଓ ଏକ ନଳ ପ୍ରସ୍ଥ ଥିଲା; ଆଉ, ପ୍ରତ୍ୟେକ କ୍ଷୁଦ୍ର କୋଠରିର ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ଥିଲା ଓ ଗୃହାଭିମୁଖ ଦ୍ଵାରର ବରଣ୍ତା ନିକଟସ୍ଥ ଦ୍ଵାରର ସମ୍ମୁଖ ସ୍ଥାନ ଏକ ନଳ ଥିଲା ।
8
ଗୃହାଭିମୁଖ ଦ୍ଵାରର ବରଣ୍ତା ମଧ୍ୟ ସେ ଏକ ନଳ ମାପିଲେ ।
9
ତହୁଁ ସେ ଦ୍ଵାରର ବରଣ୍ତା ଆଠ ହାତ ମାପିଲେ ଓ ତହିଁର ଉପସ୍ତମ୍ଭସକଳ ଦୁଇ ହାତ ଥିଲା; ପୁଣି, ଦ୍ଵାରର ବରଣ୍ତା ଗୃହ ଆଡ଼େ ଥିଲା ।
10
ଆଉ, ପୂର୍ବାଭିମୁଖ ଦ୍ଵାରର କ୍ଷୁଦ୍ର କୋଠରି ଏପାଖରେ ତିନି ଓ ସେପାଖରେ ତିନି ଥିଲା; ସେ ତିନିର ମାପ ଏକ ସମାନ ଥିଲା; ଆଉ, ଏପାଖ ଓ ସେପାଖ ସ୍ତମ୍ଭସବୁର ଏକ ସମାନ ମାପ ଥିଲା ।
11
ପୁଣି, ସେ ଦ୍ଵାରର ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ଓ ଦ୍ଵାରର ଦୀର୍ଘତା ତେର ହାତ ମାପିଲେ,
12
ଆଉ କ୍ଷୁଦ୍ର କୋଠରିସକଳର ସମ୍ମୁଖରେ, ଏପାଖରେ ଏକ ହାତ, ସେପାଖରେ ଏକ ହାତ ପ୍ରା; ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ପାଖରେ ଛଅ ହାତ, ଅନ୍ୟ ପାଖରେ ଛଅ ହାତ ଥିଲା ।
13
ପୁଣି, ସେ ଏକ କ୍ଷୁଦ୍ର କୋଠରିର ଛାତଠାରୁ ଅନ୍ୟ କ୍ଷୁଦ୍ର କୋଠରିର ଛାତ ପର୍ଯ୍ୟନ୍ତ ଦ୍ଵାରର ପ୍ରସ୍ଥ ପଚିଶ ହାତ ମାପିଲେ; ଦ୍ଵାର ସମ୍ମୁଖରେ ଦ୍ଵାର ଥିଲା ।
14
ଉପସ୍ତମ୍ଭସକଳ ମଧ୍ୟ ସେ ଷାଠିଏ ହାତ ମାପିଲେ; ପୁଣି, ପ୍ରାଙ୍ଗଣ ଉପସ୍ତମ୍ଭ ପର୍ଯ୍ୟନ୍ତ ଗଲା, ଚାରିଆଡ଼େ ଦ୍ଵାର ଥିଲା ।
15
ପୁଣି, ପ୍ରବେଶାର୍ଥକ ଦ୍ଵାରର ଅଗ୍ରଭାଗରୁ ଅନ୍ତରସ୍ଥ ବରଣ୍ତାର ଅଗ୍ରଭାଗ ପର୍ଯ୍ୟନ୍ତ ପଚାଶ ହାତ ଥିଲା ।
16
ପୁଣି, ଦ୍ଵାର ଭିତରେ ଚାରିଆଡ଼େ କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭସକଳର ବନ୍ଦ ଜଳାକବାଟି ଥିଲା ଓ ମଣ୍ତପସକଳରେ ମଧ୍ୟ ତଦ୍ରୂପ ଥିଲା, ଆଉ ଜଳାକବାଟି ସବୁ ଭିତରେ ଚାରିଆଡ଼େ ଥିଲା ଓ ପ୍ରତ୍ୟେକ ଉପସ୍ତମ୍ଭ ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା ।
17
ତହୁଁ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣିଲେ, ଆଉ ଦେଖ, ପ୍ରାଙ୍ଗଣର ଚାରିଆଡ଼େ କେତେକ କୋଠରି ଓ ନିର୍ମିତ ଚଟାଣ ଥିଲା; ସେହି ଚଟାଣ ଉପରେ ତିରିଶ କୋଠରି ଥିଲା ।
18
ପୁଣି, ସେହି ଚଟାଣ ଦ୍ଵାରସକଳର ପାର୍ଶ୍ଵରେ, ଦ୍ଵାରର ଦୀର୍ଘତାନୁସାରେ ଥିଲା, ଏହା ନିମ୍ନତର ଚଟାଣ ।
19
ତେବେ ସେ ନିମ୍ନତର ଦ୍ଵାରର ଅଗ୍ରଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ, ପୂର୍ବ ଓ ଉତ୍ତର ଉଭୟ ଦିଗରେ ଏକଶହ ହାତ ।
20
ପୁଣି, ସେ ବାହାର ପ୍ରାଙ୍ଗଣର ଦ୍ଵାରର ଦୀର୍ଘତା ଓ ପ୍ରସ୍ଥ ମାପିଲେ ।
21
ଆଉ, ତହିଁର ଏକ ପାର୍ଶ୍ଵରେ ତିନି, ଅନ୍ୟ ପାର୍ଶ୍ଵରେ ତିନି କ୍ଷୁଦ୍ର କୋଠରି ଓ ତହିଁର ଉପସ୍ତମ୍ଭ ଓ ମଣ୍ତପସକଳର ପରିମାଣ ପ୍ରଥମ ଦ୍ଵାରର ପରିମାଣ ତୁଲ୍ୟ, ଅର୍ଥାତ୍, ତହିଁର ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା ।
22
ପୁଣି, ତହିଁର ଜଳାକବାଟି ଓ ମଣ୍ତପ ଓ ଖର୍ଜ୍ଜୁରବୃକ୍ଷର ଆକୃତିସକଳ ପୂର୍ବାଭିମୁଖ ଦ୍ଵାରର ପରିମାଣାନୁସାରେ ଥିଲା; ଲୋକମାନେ ସାତ ପାବଚ୍ଛ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ତପ ତହିଁ ସମ୍ମୁଖରେ ଥିଲା ।
23
ଆଉ, ଉତ୍ତର ଓ ପୂର୍ବ ଦୁଇଆଡ଼େ, ଅନ୍ୟ ଦ୍ଵାରର ସମ୍ମୁଖରେ ଭିତର ପ୍ରାଙ୍ଗଣକୁ ଗୋଟିଏ ଦ୍ଵାର ଥିଲା; ପୁଣି, ସେ ଏକ ଦ୍ଵାରଠାରୁ ଅନ୍ୟ ଦ୍ଵାର ପର୍ଯ୍ୟନ୍ତ ଏକଶହ ହାତ ମାପିଲେ ।
24
ଅନନ୍ତର ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ, ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ଵାର ଥିଲା; ଆଉ, ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ତପସକଳ ପରିମାଣ କଲେ।
25
ପୁଣି, ତହିଁରେ ଓ ତହିଁର ମଣ୍ତପସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା; ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା ।
26
ତହିଁ ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା ଓ ତହିଁର ମଣ୍ତପ ତହିଁ ସମ୍ମୁଖରେ ଥିଲା; ପୁଣି, ତହିଁର ଉପସ୍ତମ୍ଭସକଳର ଏପାଖରେ ସେପାଖରେ ଏକ ଏକ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା ।
27
ଆଉ, ଦକ୍ଷିଣ ଆଡ଼େ ଭିତର ପ୍ରାଙ୍ଗଣକୁ ଏକ ଦ୍ଵାର ଥିଲା; ତହୁଁ ସେ ଦକ୍ଷିଣ ଆଡ଼ର ଏକ ଦ୍ଵାରଠାରୁ ଅନ୍ୟ ଦ୍ଵାର ପର୍ଯ୍ୟନ୍ତ ଏକଶତ ହାତ ମାପିଲେ ।
28
ଏଉତ୍ତାରେ ସେ ମୋତେ ଦକ୍ଷିଣ ଦ୍ଵାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣ ଦ୍ଵାର ମାପିଲେ;
29
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ତପସକଳ ସେହି ପରିମାଣାନୁସାରେ ମାପିଲେ; ଆଉ, ତହିଁରେ ଓ ତହିଁର ମଣ୍ତପରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ପଚାଶ ହାତ ଦୀର୍ଘ ଓ ପଚିଶ ହାତ ପ୍ରସ୍ଥ ଥିଲା ।
30
ପୁଣି, ତହିଁର ଚାରିଆଡ଼େ ପଚିଶ ହାତ ଦୀର୍ଘ ପାଞ୍ଚ ହାତ ପ୍ରସ୍ଥ ମଣ୍ତପ ଥିଲା ।
31
ଆଉ, ତହିଁର ମଣ୍ତପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ଆଉ, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା ।
32
ଅନନ୍ତର ସେ ମୋତେ ପୂର୍ବଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣ ଅନୁସାରେ ଦ୍ଵାର ମାପିଲେ ।
33
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ତପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ତପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ ।
34
ଆଉ, ତହିଁର ମଣ୍ତପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଗୋଟି ପାବଚ୍ଛ ଥିଲା ।
35
ତହୁଁ ସେ ମୋତେ ଉତ୍ତର ଦ୍ଵାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ;
36
ତହିଁର କ୍ଷୁଦ୍ର କୋଠରି, ଉପସ୍ତମ୍ଭ ଓ ମଣ୍ତପସକଳ (ମାପିଲେ); ଆଉ, ତହିଁରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ ।
37
ପୁଣି ତହିଁର ଉପସ୍ତମ୍ଭସକଳ ତାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା; ଆଉ, ସେହି ଉପସ୍ତମ୍ଭସକଳର ଉପରେ ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଗୋଟି ପାବଚ୍ଛ ଥିଲା ।
38
ପୁଣି, ଦ୍ଵାରମାନର ନିକଟସ୍ଥ ଉପସ୍ତମ୍ଭସକଳର ପାଖରେ ଦ୍ଵାରବିଶିଷ୍ଟ ଏକ କୋଠରି ଥିଲା; ସେଠାରେ ସେମାନେ ହୋମ-ବଳି ଧୌତ କଲେ
39
ଆଉ, ତହିଁ ଉପରେ ହୋମାର୍ଥକ, ପାପାର୍ଥକ ଓ ଦୋଷାର୍ଥକ ବଳି ବଧ କରିବା ପାଇଁ ଦ୍ଵାର ବରଣ୍ତାର ଏପାଖରେ ଦୁଇ ମେଜ ଓ ସେପାଖରେ ଦୁଇ ମେଜ ଥିଲା ।
40
ପୁଣି, ଦ୍ଵାରର ପାର୍ଶ୍ଵରେ ବାହାରେ ଓ ଉତ୍ତର ଦ୍ଵାର ଉପରକୁ ଯିବାର ପ୍ରବେଶ-ସ୍ଥାନ ନିକଟରେ ଏପାଖରେ ଦୁଇ ମେଜ ଥିଲା ଓ ଦ୍ଵାର ବରଣ୍ତାର ସେପାଖରେ ଦୁଇ ମେଜ ଥିଲା;
41
ଦ୍ଵାର ପାର୍ଶ୍ଵର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା ।
42
ଆଉ, ହୋମ-ବଳି ନିମନ୍ତେ କଟା ପ୍ରସ୍ତରର ଚାରି ମେଜ ଥିଲା, ତହିଁର ଦୀର୍ଘତା ଦେଢ଼ ହାତ ଓ ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚ ଏକ ହାତ; ତହିଁ ଉପରେ ହୋମ ଓ ପ୍ରାୟଶ୍ଚିତ୍ତାର୍ଥକ-ବଳି ବଧ କରିବାର ଅସ୍ତ୍ର ରଖାଗଲା ।
43
ପୁଣି, ଚାରି ଅଙ୍ଗୁଳି ଦୀର୍ଘ ଆଙ୍କୁଡ଼ିମାନ ଭିତର ଚାରିଆଡ଼େ ଲଗା ହୋଇଥିଲା; ଆଉ, ମେଜମାନର ଉପରେ ଉପହାରାର୍ଥକ ମାଂସ ରଖାଗଲା ।
44
ଆଉ, ଭିତର ଦ୍ଵାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରି ଥିଲା, ସେସବୁ ଉତ୍ତର ଦ୍ଵାରର ପାର୍ଶ୍ଵସ୍ଥିତ ଓ ସେସବୁର ମୁଖ ଦକ୍ଷିଣ ଆଡ଼େ ଥିଲା; ପୂର୍ବ ଦ୍ଵାରର ପାର୍ଶ୍ଵସ୍ଥିତ ଗୋଟିଏ କୋଠରିର ମୁଖ ଉତ୍ତର ଆଡ଼େ ଥିଲା ।
45
ପୁଣି, ସେ ମୋତେ କହିଲେ, ଏହି ଦକ୍ଷିଣାଭିମୁଖ କୋଠରିଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।
46
ଆଉ, ଯେଉଁ କୋଠରିର ମୁଖ ଉତ୍ତର ଆଡ଼େ ଅଛି, ତାହା ଯଜ୍ଞବେଦିର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି; ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟକୁ ଆସନ୍ତି ।
47
ଏଉତ୍ତାରେ ସେ ପ୍ରାଙ୍ଗଣ ମାପିଲେ, ତାହା ଏକଶହ ହାତ ଦୀର୍ଘ, ଏକଶହ ହାତ ପ୍ରସ୍ଥ, ଚାରିଆଡ଼େ ଏକ ସମାନ ଥିଲା ଓ ଗୃହ ସମ୍ମୁଖରେ ଯଜ୍ଞବେଦି ଥିଲା ।
48
ତେବେ ସେ ମୋତେ ଗୃହର ବରଣ୍ତାକୁ ଆଣି ବରଣ୍ତାରେ ସ୍ଥିତ ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ, ସେ ପ୍ରତ୍ୟେକ ଏପାଖେ ପାଞ୍ଚ ହାତ, ସେପାଖେ ପାଞ୍ଚ ହାତ; ପୁଣି, ଦ୍ଵାରର ପ୍ରସ୍ଥ ଏପାଖେ ତିନି ହାତ, ସେପାଖେ ତିନି ହାତ ଥିଲା ।
49
ବରଣ୍ତାର ଦୀର୍ଘ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ ଏଗାର ହାତ ଓ ପାବଚ୍ଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏପାଖେ ଏକ ଓ ସେପାଖେ ଏକ ସ୍ତମ୍ଭ ଥିଲା ।
← Chapter 39
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 41 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48