bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Genesis 26
Genesis 26
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 27 →
1
ପୂର୍ବେ ଅବ୍ରହାମଙ୍କର, ବର୍ତ୍ତମାନ ସମୟରେ ଯେରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ, ଇସ୍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁଗଲେ ।
2
ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ତୁମ୍ଭେ ମିସର ଦେଶକୁ ଯାଅ ନାହିଁ; ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର ।
3
ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା ଓ ତୁମ୍ଭ ପିତା ଅବ୍ରହାମ ନିକଟରେ ଆପଣା କୃତ ଶପଥର ନିୟମ ସଫଳ କରିବା ।
4
ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହି ସବୁ ଦେଶ ଦେବା ଓ ତୁମ୍ଭର ବଂଶ ଦ୍ଵାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ ।
5
ଯେହେତୁ ଅବ୍ରହାମ ଆମ୍ଭର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି ।
6
ତହିଁରେ ଇସ୍ହାକ ଗରାରଠାରେ ବାସ କଲେ ।
7
ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ କହିଲେ, ସେ ମୋହର ଭଗିନୀ; ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବା ବଧ କରିବେ, ଏହା ଭାବି ସେ ତାହାକୁ ଆପଣାର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ; ଯେହେତୁ ସେ ପରମସୁନ୍ଦରୀ ଥିଲା ।
8
ପୁଣି ସେହି ସ୍ଥାନରେ ବହୁ କାଳ ବାସ କଲା ଉତ୍ତାରେ ଏକ ସମୟରେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ବାଟେ ନିରୀକ୍ଷଣ କରି ଇସ୍ହାକଙ୍କୁ ଆପଣା ଭାର୍ଯ୍ୟା ରିବିକା ସହିତ କୌତୁକ କରୁଥିବାର ଦେଖିଲେ ।
9
ତେଣୁ ଅବିମେଲକ ଇସ୍ହାକଙ୍କୁ ଡକାଇ କହିଲେ, ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ? ସେତେବେଳେ ଇସ୍ହାକ ଉତ୍ତର କଲେ, ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁ ହେବ ।
10
ତହିଁରେ ଅବିମେଲକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏ କି ବ୍ୟବହାର କଲ? କୌଣସି ଲୋକ ତୁମ୍ଭ ଭାର୍ଯ୍ୟା ସଙ୍ଗେ ଅନାୟାସରେ ଶୟନ କରି ପାରନ୍ତା, ତାହାହେଲେ ତୁମ୍ଭେ ଆମ୍ଭମାନଙ୍କୁ ଦୋଷଗ୍ରସ୍ତ କରନ୍ତ ।
11
ଅନନ୍ତର ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, ଯେ କେହି ସେହି ମନୁଷ୍ୟକୁ କିଅବା ତାହାରଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ତ ଅବଶ୍ୟ ହେବ ।
12
ଅନନ୍ତର ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ ।
13
ଏନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ୍ ହେଲେ
14
ଏବଂ ତାଙ୍କର ମେଷଧନ ଓ ଗୋଧନ, ପୁଣି ଅନେକ ଦାସଦାସୀ ହେଲେ; ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ ।
15
ଏଣୁ ତାଙ୍କର ପିତା ଅବ୍ରହାମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟୀୟ ଲୋକମାନେ ମୃତ୍ତିକା ଦ୍ଵାରା ସେ ସବୁ ପୋତି ପକାଇଲେ ।
16
ଅନନ୍ତର ଅବିମେଲକ ଇସ୍ହାକଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ଅଧିକ ବଳବାନ ହୋଇଅଛ ।
17
ତହିଁରେ ଇସ୍ହାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ଵୁ ସ୍ଥାପନ କରି ସେହିଠାରେ ବାସ କଲେ ।
18
ପୁଣି ଆପଣା ପିତା ଅବ୍ରହାମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସଜଳ କୂପ ଅବ୍ରହାମଙ୍କ ମୃତ୍ୟୁ ଉତ୍ତାରେ ପଲେଷ୍ଟୀୟମାନେ ପୋତି ପକାଇଥିଲେ, ସେ ସମସ୍ତ ଇସ୍ହାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ ।
19
ଆଉ ଇସ୍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ ।
20
ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍ହାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର; ଏଣୁ ସେ ସେହି କୂପର ନାମ ଏଷକ (ବିବାଦ) ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ ।
21
ଅନନ୍ତର ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ; ତହୁଁ ଇସ୍ହାକ ତହିଁର ନାମ ସିଟ୍ନା (ଶତ୍ରୁତା) ରଖିଲେ ।
22
ପୁଣି, ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ । ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହୋବୋତ୍ (ପ୍ରଶସ୍ତ ସ୍ଥାନ) ରଖିଲେ; କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା ।
23
ଅନନ୍ତର ସେ ସେହି ସ୍ଥାନରୁ ବେରଶେବାକୁ ଗଲେ ।
24
ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ପିତା ଅବ୍ରହାମର ପରମେଶ୍ଵର ଅଟୁ; ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରହାମ ଲାଗି ତୁମ୍ଭର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା ।
25
ଅନନ୍ତର ଇସ୍ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ । ଅନନ୍ତର ସେ ସେହି ସ୍ଥାନରେ ତମ୍ଵୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟାଏ କୂପ ଖୋଳିଲେ ।
26
ଏଥିଉତ୍ତାରେ ଅବିମେଲକ ଅହୁଷତ୍ ନାମକ ଆପଣା ମିତ୍ରକୁ ଓ ଫୀଖୋଲ ନାମକ ସେନାପତିକି ସଙ୍ଗରେ ଘେନି ଗରାରଠାରୁ ଇସ୍ହାକଙ୍କ ନିକଟକୁ ଗଲେଣ ।
27
ତହିଁରେ ଇସ୍ହାକ ସେମାନଙ୍କୁ କହିଲେ, ତୁମ୍ଭେମାନେ ତ ମୋତେ ଘୃଣା କରୁଅଛ, ପୁଣି ଆପଣାମାନଙ୍କ ମଧ୍ୟରୁ ମୋତେ ଦୂର କରି ଦେଇଥିଲ, ଏବେ ମୋʼ ନିକଟକୁ କି ନିମନ୍ତେ ଆସିଲ?
28
ତହିଁରେ ସେମାନେ ଉତ୍ତର କଲେ, ସଦାପ୍ରଭୁ ତୁମ୍ଭର ସହାୟ ଅଟନ୍ତି, ଏହା ଆମ୍ଭେମାନେ ସ୍ପଷ୍ଟ ଦେଖିଲୁ; ଏହେତୁ କହିଲୁ, ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ରାଣ ଥାଉ ଓ ଆମ୍ଭମାନଙ୍କ ସହିତ ତୁମ୍ଭର ଏହି ଏକ ନିୟମ ହେଉ;
29
ଆମ୍ଭେମାନେ ଯେପରି ତୁମ୍ଭକୁ ସ୍ପର୍ଶ କରିନାହୁଁ ଓ ତୁମ୍ଭର ମଙ୍ଗଳ ବିନୁ ଆଉ କିଛି କରିନାହୁଁ, ବରଞ୍ଚ ତୁମ୍ଭକୁ ଶାନ୍ତିରେ ବିଦାୟ କରିଅଛୁ, ସେପରି ତୁମ୍ଭେ ଆମ୍ଭମାନଙ୍କୁ ହିଂସା କରିବ ନାହିଁ; ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ।
30
ସେତେବେଳେ ଇସ୍ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ ।
31
ଅନନ୍ତର ସେମାନେ ଶୀଘ୍ର ପ୍ରଭାତରେ ଉଠି ପରସ୍ପର ଶପଥ କଲେ । ପୁଣି ଇସ୍ହାକ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାଙ୍କ ନିକଟରୁ ପ୍ରସ୍ଥାନ କଲେ ।
32
ସେହି ଦିନ ଇସ୍ହାକଙ୍କର ଦାସମାନେ ଆସି ଆପଣାମାନଙ୍କ ଖୋଦିତ କୂପ ବିଷୟରେ ସମ୍ଵାଦ ଦେଇ ତାଙ୍କୁ କହିଲେ, ଜଳ ପାଇଲୁ ।
33
ଏହେତୁ ସେ ସେହି କୂପର ନାମ ଶେବା ରଖିଲେ, ପୁଣି ଆଜିଯାଏ ସେହି ସ୍ଥାନର ନଗର ବେରଶେବା ନାମରେ ଖ୍ୟାତ ଅଟେ ।
34
ଅନନ୍ତର ଏଷୌ ଚାଳିଶ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ ।
35
ମାତ୍ର ସେମାନେ ଇସ୍ହାକ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50