bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Genesis 46
Genesis 46
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 45
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 47 →
1
ଅନନ୍ତର ଇସ୍ରାଏଲ ଆପଣା ସର୍ବସ୍ଵ ଘେନି ଯାତ୍ରା କଲେ, ପୁଣି ବେରଶେବାରେ ଉତ୍ତରି ସେଠାରେ ଆପଣା ପିତା ଇସ୍ହାକଙ୍କର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ ।
2
ତହିଁରେ ପରମେଶ୍ଵର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, ହେ ଯାକୁବ, ହେ ଯାକୁବ । ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି ।
3
ସେତେବେଳେ ସେ କହିଲେ, ଆମ୍ଭେ ପରମେଶ୍ଵର, ତୁମ୍ଭ ପିତାର ପରମେଶ୍ଵର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା ।
4
ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ ।
5
ଅନନ୍ତର ଯାକୁବ ବେରଶେବାଠାରୁ ଯାତ୍ରା କଲେ; ପୁଣି ତାଙ୍କୁ ବହିବା ନିମନ୍ତେ ଫାରୋ ଯେଉଁ ଶକଟ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇ ଗଲେ ।
6
ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ଉତ୍ତରିଲେ ।
7
ଏହି ପ୍ରକାରେ ଯାକୁବ ଆପଣା ପୁତ୍ର ପୌତ୍ର ଓ ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ ।
8
ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ । ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ ।
9
ରୁବେନର ପୁତ୍ର ହନୋକ୍ ଓ ପଲ୍ଲୁ ଓ ହିଷ୍ରୋନ୍ ଓ କର୍ମି ।
10
ଶିମୀୟୋନର ପୁତ୍ର ଯିମୁଏଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ ।
11
ଲେବୀର ପୁତ୍ର ଗେର୍ଶୋନ୍ ଓ କହାତ୍ ଓ ମରାରି ।
12
ଯିହୁଦାର ପୁତ୍ର ଏର୍ ଓ ଓଜନ ଓ ଶେଲା ଓ ପେରସ୍ ଓ ସେରହ; ମାତ୍ର ଏର୍ ଓ ଓନନ୍ କିଣାନ ଦେଶରେ ମରିଥିଲେ । ପେରସ୍ର ପୁତ୍ର ହିଷ୍ରୋନ୍ ଓ ହାମୂଲ ।
13
ଇଷାଖରର ସନ୍ତାନ ତୋଲୟ ଓ ପୂୟ ଓ ଯୋବ ଓ ଶିମ୍ରୋନ୍ ।
14
ସବୂଲୂନର ପୁତ୍ର ସେରଦ ଓ ଏଲୋନ୍ ଓ ଯହଲେଲ ।
15
ଏମାନେ ଓ କନ୍ୟା ଦୀଣା ପଦ୍ଦନ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ । ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ ।
16
ଗାଦର ପୁତ୍ର ସିଫୋନ୍ ଓ ହଗି ଓ ଶୂନୀ ଓ ଇଷବୋନ୍ ଓ ଏରି ଓ ଅରୋଦୀ ଓ ଅରେଲୀ ।
17
ଆଶେରର ପୁତ୍ର ଯିମ୍ନା ଓ ଯିଶ୍ବା ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କ ଭଗିନୀ ସେରହ । ପୁଣି ବରୀୟର ପୁତ୍ର ହେବର ଓ ମଲ୍କୀୟେଲ ।
18
ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା । ଏମାନେ ଷୋଳ ପ୍ରାଣୀ ।
19
ପୁଣି ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମିନ।
20
ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା ।
21
ପୁଣି ବିନ୍ୟାମିନର ସନ୍ତାନ ବେଲା ଓ ବେଖର ଓ ଅସ୍ବେଲ ଓ ଗେରା ଓ ନାମନ ଓ ଏହୀ ଓ ରୋଶ ଓ ମୁପ୍ପୀମ ଓ ହୁପ୍ପୀମ ଓ ଅର୍ଦ ।
22
ଏହି ଚୌଦ ପ୍ରାଣୀ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ ।
23
ଆଉ ଦାନର ପୁତ୍ର ହୁଶୀମ ।
24
ନପ୍ତାଲିର ପୁତ୍ର ଯହସିୟେଲ ଓ ଗୁନି ଓ ୟେତ୍ସର ଓ ଶିଲେମ ।
25
ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ପ୍ରାଣୀ ।
26
ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ ।
27
ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇ ଥିଲେ, ସେମାନେ ଦୁଇ ପ୍ରାଣୀ । ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ ।
28
ଅନନ୍ତର ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ ।
29
ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ୍ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ବେଳ ଯାଏ ରୋଦନ କଲେ ।
30
ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜିଯାଏ ବଞ୍ଚିଅଛ ।
31
ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, ମୁଁ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି ।
32
ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ଆଣିଅଛନ୍ତି ।
33
ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ତୁମ୍ଭମାନଙ୍କର କେଉଁ ବ୍ୟବସାୟ? ଏ କଥା ଯେତେବେଳେ ପଚାରିବେ,
34
ସେତେବେଳେ ତୁମ୍ଭେମାନେ କହିବ, ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାସ୍ପଦ ଅଟନ୍ତି ।
← Chapter 45
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 47 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50