bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Leviticus 13
Leviticus 13
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 14 →
1
ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2
ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠ ରୋଗର ଘା ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ ।
3
ତହୁଁ ଯାଜକ ତାହା ଶରୀରର ଚର୍ମସ୍ଥିତ ଘା ଦେଖିବ; ଆଉ ଯେବେ ଘା ର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ପୁଣି ଘା ଯେବେ ତାହା ଶରୀରର ଚର୍ମଠାରୁ ନୀଚ ଦିଶେ, ତେବେ ତାହା କୁଷ୍ଠ ରୋଗର ଘା ଅଟେ; ଆଉ ଯାଜକ ତାହାକୁ ଦେଖିବ ଓ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ ।
4
ପୁଣି, ଚିକ୍କଣ ଚିହ୍ନ ଯେବେ ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା ହୋଇଅଛି, ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ ।
5
ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ତାହାର ଦୃଷ୍ଟିରେ ସେହି ଘା ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ରୁଦ୍ଧ କରି ରଖିବ ।
6
ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ ଦେଖ, ଯେବେ ଘା ମଳିନ ହୋଇଥାଏ ଓ ଘା ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା ପାମା ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ
7
ମାତ୍ର ସେ ଶୌଚ ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯେବେ ତାହାର ପାମା ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ ।
8
ତହିଁରେ ପାମା ତାହାର ଚର୍ମରେ ବ୍ୟାପିଲା, ଏପରି ଯେବେ ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ।
9
କୌଣସି ମନୁଷ୍ୟଠାରେ କୁଷ୍ଠ ରୋଗର ଘା ହେଲେ, ସେ ଯାଜକ ନିକଟକୁ ଅଣାଯିବ;
10
ତହୁଁ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ,
11
ତେବେ ତାହାର ଶରୀରର ଚର୍ମରେ ତାହା ପୁରାତନ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେ ତାହାକୁ ରୁଦ୍ଧ କରିବ ନାହିଁ, କାରଣ ସେ ଅଶୁଚି ।
12
ଆଉ, ଯେବେ କୁଷ୍ଠ ରୋଗ ଚର୍ମରେ ଫୁଟି ବାହାରେ ଓ ଯେତେ ଦୂର ଯାଜକକୁ ଦେଖାଯାଏ, ତଦନୁସାରେ ଘାʼଯୁକ୍ତ ଲୋକର ମସ୍ତକଠାରୁ ପାଦ ପର୍ଯ୍ୟନ୍ତ ଚର୍ମ କୁଷ୍ଠ ରୋଗରେ ଆଚ୍ଛନ୍ନ ହୋଇଥାଏ,
13
ତେବେ ଯାଜକ ଦେଖିବ; ଆଉ ଦେଖ, ଯେବେ କୁଷ୍ଠ ରୋଗ ତାହାର ସର୍ବାଙ୍ଗ ଆଚ୍ଛନ୍ନ କରିଥାଏ, ତେବେ ସେ ରୋଗୀକି ଶୁଚି ବୋଲି ପ୍ରକାଶ କରିବ; ସର୍ବାଙ୍ଗ ଶ୍ଵେତବର୍ଣ୍ଣ ହୋଇଅଛି; ସେ ଶୁଚି ।
14
ମାତ୍ର ଯେତେବେଳେ କଞ୍ଚା ମାଂସ ତାହା ଦେହରେ ପ୍ରକାଶ ପାଏ, ସେତେବେଳେ ସେ ଅଶୁଚି ହେବ ।
15
ଆଉ, ଯାଜକ ସେହି କଞ୍ଚା ମାଂସ ଦେଖି ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେହି କଞ୍ଚା ମାଂସ ଅଶୁଚି; ତାହା କୁଷ୍ଠ ରୋଗ ।
16
ଅଥବା ଯେବେ ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ,
17
ଆଉ, ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ସେହି ଘା ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ସେ ଘାʼଯୁକ୍ତ ଲୋକକୁ ଶୁଚି ବୋଲି ପ୍ରକାଶ କରିବ; ସେ ଶୁଚି ।
18
ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ
19
ଯେବେ ସେହି ବଥସ୍ଥାନରେ ଶ୍ଵେତବର୍ଣ୍ଣ ଫୁଲା ଅବା ରକ୍ତଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ତାହା ଯାଜକକୁ ଦେଖାଇବ;
20
ତହିଁରେ ଯାଜକ ତାହା ଦେଖିବ, ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘାଆ ।
21
ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ତହିଁରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ ।
22
ଆଉ, ଯେବେ ତାହା ଚର୍ମରେ ବ୍ୟାପେ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଘାଆ ।
23
ମାତ୍ର ଯେବେ ସେହି ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ ।
24
କିଅବା ଯେବେ ମାଂସର ଚର୍ମରେ ଅଗ୍ନିଦାହ ହୁଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତଶ୍ଵେତବର୍ଣ୍ଣ ଅବା ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ;
25
ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଚିକ୍କଣ ଚିହ୍ନରେ ଥିବା ଲୋମ ଶ୍ଵେତବର୍ଣ୍ଣ ହୁଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠ ରୋଗ, ତାହା ଅଗ୍ନିଦାହରୁ ଉତ୍ପନ୍ନ ହୋଇଅଛି; ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ ।
26
ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଚିକ୍କଣ ଚିହ୍ନରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ ।
27
ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ଯେବେ ତାହା ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ ।
28
ଆଉ, ଯେବେ ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଏ ଓ ଚର୍ମରେ ବୃଦ୍ଧି ନ ପାଇ ମଳିନ ହୋଇଥାଏ; ତେବେ ତାହା ଦାହର ଫୁଲା, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ଯେହେତୁ ତାହା ଅଗ୍ନିକୃତ କ୍ଷତର ଚିହ୍ନ ।
29
ଆଉ, ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା ହେଲେ ଯାଜକ ସେହି ଘା ଦେଖିବ;
30
ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁରେ ହଳଦି ବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ ।
31
ଆଉ, ଯାଜକ ଛଉର ଘାଆ ଦେଖନ୍ତେ, ଯେବେ ଦେଖ, ତାହା ଚର୍ମର ନୀଚସ୍ଥ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଛଉ-ଘାʼଯୁକ୍ତ ଲୋକକୁ ସାତ ଦିନ ରୁଦ୍ଧ କରି ରଖିବ ।
32
ତହୁଁ ସପ୍ତମ ଦିନରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣ ଲୋମ ହୋଇ ନ ଥାଏ; ଆଉ, ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ,
33
ତେବେ ସେ ଲଣ୍ତା ହେବ, ମାତ୍ର ଛଉ-ସ୍ଥାନ ଲଣ୍ତା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ରୁଦ୍ଧ କରି ରଖିବ ।
34
ପୁଣି, ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ; ଆଉ ଦେଖ, ଯେବେ ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ ।
35
ମାତ୍ର ତାହାର ଶୁଚି ହେଲା ଉତ୍ତାରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ,
36
ତେବେ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ଛଉ ଚର୍ମରେ ବୃଦ୍ଧି ପାଇଥାଏ, ତେବେ ଯାଜକ ହଳଦିବର୍ଣ୍ଣ ଲୋମର ଅନ୍ଵେଷଣ କରିବ ନାହିଁ; ସେ ଅଶୁଚି ।
37
ମାତ୍ର ତାହାର ଦୃଷ୍ଟିରେ ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉର ଆରୋଗ୍ୟ ହୋଇଅଛି; ସେ ଶୁଚି ହୋଇଅଛି; ଆଉ, ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ ।
38
ପୁଣି, ଯେବେ କୌଣସି ପୁରୁଷ କି ସ୍ତ୍ରୀର ଶରୀରର ଚର୍ମରେ ଚିକ୍କଣ ଚିହ୍ନମାନ, ଅର୍ଥାତ୍, ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନମାନ ହୁଏ;
39
ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ଵେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ ଜାଦୁରୋଗ; ସେ ଲୋକ ଶୁଚି ।
40
ଆଉ, ଯେବେ କୌଣସି ମନୁଷ୍ୟର ମସ୍ତକରୁ କେଶ ଉପୁଡ଼ିଯାଏ, ତେବେ ସେ ଚନ୍ଦା; ତଥାପି ସେ ଶୁଚି ଅଟେ ।
41
ଆଉ, ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା-କପାଳ; ତଥାପି ସେ ଶୁଚି ।
42
ମାତ୍ର ଯେବେ ଚନ୍ଦା-ମୁଣ୍ତରେ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆ ହୁଏ; ତେବେ ତାହା ତାହାର ଚନ୍ଦାମୁଣ୍ତରେ କି ଚନ୍ଦା-କପାଳରେ ଉତ୍ପନ୍ନ କୁଷ୍ଠ ରୋଗ ।
43
ତହୁଁ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଶରୀରର ଚର୍ମସ୍ଥିତ କୁଷ୍ଠ ପରି ଚନ୍ଦା-ମୁଣ୍ତ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆର ଫୁଲା ଦେଖାଯାଏ;
44
ତେବେ ସେ କୁଷ୍ଠୀ, ସେ ଅଶୁଚି ଅଟେ; ଯାଜକ ତାହାକୁ ଅବଶ୍ୟ ଅଶୁଚି ବୋଲି ପ୍ରକାଶ କରିବ; ତାହାର ମସ୍ତକରେ ଘାଆ ହୋଇଅଛି ।
45
ଆଉ, ଯେଉଁ କୁଷ୍ଠୀର ଘାଆ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି “ଅଶୁଚି ଅଶୁଚି” ବୋଲି ଡାକ ପକାଇବ ।
46
ତାହାଠାରେ ଯେତେ ଦିନ ଘାଆ ଥିବ, ସେତେ ଦିନ ସେ ଅଶୁଚି ରହିବ; ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେତାହାର ବାସସ୍ଥାନ ହେବ ।
47
ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠ ରୋଗର ଦାଗ ହୁଏ,
48
ତାହା ଲୋମବସ୍ତ୍ର ହେଉ କି ମସିନାବସ୍ତ୍ର ହେଉ, ଅବା ଲୋମ କି ମସିନାର ଟାଣୀରେ କି ପଡୀୟାଣରେ ହେଉ; କିଅବା ଚର୍ମରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ହେଉ;
49
ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ କି ଟାଣୀରେ କି ପଡୀୟାଣରେ କିମ୍ଵା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ଶାଗୁଆ ବର୍ଣ୍ଣ କି ରକ୍ତ ବର୍ଣ୍ଣ ହୁଏ, ତେବେ ତାହା କୁଷ୍ଠ ରୋଗର ଦାଗ; ପୁଣି, ତାହା ଯାଜକକୁ ଦେଖାଇ ଦିଆଯିବ ।
50
ତହିଁରେ ଯାଜକ ସେହି ଦାଗ ଦେଖିବ, ପୁଣି ଯହିଁରେ ସେହି ଦାଗ ଥାଏ, ତାହା ସାତ ଦିନ ରୁଦ୍ଧ କରି ରଖିବ ।
51
ତହୁଁ ସେ ସପ୍ତମ ଦିନରେ ସେହି ଦାଗ ଦେଖିବ; ଯେବେ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମରେ, ଯେକୌଣସି ଚର୍ମନିର୍ମିତ ବସ୍ତୁରେ ଯେବେ ସେହି ଦାଗ ବଢ଼ିଥାଏ, ତେବେ ତାହା କ୍ଷୟ କୁଷ୍ଠ; ତାହା ଅଶୁଚି ଅଟେ ।
52
ଏଣୁ ବସ୍ତ୍ରରେ ଅବା ଲୋମନିର୍ମିତ କି ମସିନାନିର୍ମିତ ଟାଣୀରେ ବା ପଡୀୟାଣରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ସେହି ଦାଗ ଥାଏ, ତାହା ସେ ଦଗ୍ଧ କରିବ; କାରଣ ତାହା କ୍ଷୟ କୁଷ୍ଠ; ତାହା ଅଗ୍ନିରେ ଦଗ୍ଧ ହେବ ।
53
ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଦାଗ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ବଢ଼ି ନ ଥାଏ;
54
ତେବେ ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟ ଧୋଇବାକୁ ଆଜ୍ଞା ଦେବ, ପୁଣି ସେ ଆଉ ସାତ ଦିନ ତାହା ରୁଦ୍ଧ କରି ରଖିବ;
55
ଆଉ ସେହି ଦାଗ ଧୁଆଗଲା ଉତ୍ତାରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି; ତୁମ୍ଭେ ତାହା ଅଗ୍ନିରେ ଦଗ୍ଧ କରିବ; ଚନ୍ଦା ଭିତରେ କି ବାହାରେ ଥିଲେ ତାହା କ୍ଷୟକାରକ ।
56
ମାତ୍ର ଧୁଆଗଲା ଉତ୍ତାରେ ଯାଜକ ଦେଖନ୍ତେ, ଯେବେ ଦେଖ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ କିଅବା ଟାଣୀରୁ କି ପଡୀୟାଣରୁ ତାହା ଚିରି ପକାଇବ ।
57
ତଥାପି ଯେବେ ସେହି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ତାହା ଦେଖାଯାଏ, ତେବେ ତାହା ବଢ଼ୁଅଛି; ଯହିଁରେ ସେହି ଦାଗ ଥାଏ, ତାହା ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ ।
58
ପୁଣି ଯେଉଁ ବସ୍ତ୍ର କି ଟାଣୀ କି ପଡୀୟାଣ କି ଚର୍ମନିର୍ମିତ କୌଣସି ଦ୍ରବ୍ୟ ଧୌତ କରିବ, ତହିଁରୁ ଯେବେ ସେହି ଦାଗ ଯାଏ, ତେବେ ଦ୍ଵିତୀୟ ଥର ତାହା ଧୁଆଯିବ; ତହିଁରେ ତାହା ଶୁଚି ହେବ ।
59
ଲୋମ କି ମସିନାନିର୍ମିତ ବସ୍ତ୍ରର କିଅବା ଟାଣୀର କି ପଡୀୟାଣର କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟର କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରକାଶ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହି ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
Recommended Reading
Commentary
Leviticus Commentaries
→
Devotional
Leviticus Devotional Guide
→
Get This Bible
Re-edited Study Bible
→