bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Leviticus 4
Leviticus 4
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 5 →
1
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯେବେ କୌଣସି ପ୍ରାଣୀ ତହିଁ ମଧ୍ୟରୁ କୌଣସି କର୍ମ କରି ଭ୍ରାନ୍ତିରେ ପାପ କରେ;
3
ବିଶେଷତଃ ଅଭିଷିକ୍ତ ଯାଜକ ଯେବେ ଲୋକମାନଙ୍କର ଦୋଷଜନକ ପାପ କରେ; ତେବେ ସେ ଆପଣା କୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁ; ଏକ ଗୋବତ୍ସ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ ।
4
ପୁଣି ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତନିର୍ଭର ଦେଇ ସଦାପ୍ରଭୁଙ୍କ ଛାମୁରେ ତାକୁ ବଧ କରିବ ।
5
ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ଵୁ ମଧ୍ୟକୁ ଆଣିବ ।
6
ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନର ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ ।
7
ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ଵୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ଵୁର ଦ୍ଵାରସ୍ଥିତ ହୋମବେଦି ମୂଳରେ ଢାଳିବ ।
8
ଆଉ, ପାପାର୍ଥକ ବଳି ରୂପ ଗୋବତ୍ସର ସମସ୍ତ ମେଦ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ
9
ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଗୁରୁଦା ସହିତ ନେବ ।
10
ମଙ୍ଗଳାର୍ଥକ ବଳିର ଗୋରୁ ହେଲେ ଯେରୂପ କରିବାକୁ ହୁଏ, ସେରୂପ କରିବ; ପୁଣି ଯାଜକ ହୋମବେଦି ଉପରେ ତାହା ଦଗ୍ଧ କରିବ ।
11
ଆଉ, ସେହି ଗୋବତ୍ସର ଚର୍ମ ଓ ସମସ୍ତ ମାଂସ ଓ ମସ୍ତକ ଓ ପଦ ଓ ଅନ୍ତ୍ର ଓ ଗୋମୟ,
12
ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍, ଭସ୍ମନିକ୍ଷେପ-ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମନିକ୍ଷେପ-ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ ।
13
ଆଉ, ଇସ୍ରାଏଲର ସମଗ୍ର ମଣ୍ତଳୀ ଯେବେ ଭ୍ରାନ୍ତ ହୁଅନ୍ତି ଓ ତାହା ସମାଜର ଦୃଷ୍ଟି ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯେବେ କୌଣସି କର୍ମ କରି ଦୋଷୀ ହୁଅନ୍ତି;
14
ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ, ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ, ପୁଣି ସମାଗମ-ତମ୍ଵୁ ନିକଟକୁ ତାହା ଆଣିବେ ।
15
ଏଉତ୍ତାରେ ମଣ୍ତଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ-ମସ୍ତକରେ ହସ୍ତନିର୍ଭର ଦେବେଣ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ ।
16
ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ଵୁ ମଧ୍ୟକୁ ଆଣିବ ।
17
ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ ।
18
ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ଵୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ଵୁର ଦ୍ଵାର ସମୀପସ୍ଥ ହୋମବେଦି ମୂଳରେ ଆଉ ସବୁ ରକ୍ତ ଢାଳିବ ।
19
ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ ।
20
ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ତଦ୍ରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ ।
21
ଅନନ୍ତର ସେ ଗୋବତ୍ସକୁ ଛାଉଣିର ବାହାରେ ନେଇ ପ୍ରଥମ ଗୋବତ୍ସନ୍ୟାୟ ତାକୁ ଦଗ୍ଧ କରିବ; ତାହା ସମାଜର ପାପାର୍ଥକ ବଳିଦାନ ।
22
ଆଉ, ଯେବେ କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ଵର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭ୍ରାନ୍ତିରେ କରି ଦୋଷୀ ହୁଏ;
23
ତେବେ ସେ ଯେଉଁ ବିଷୟରେ ପାପ କରିଅଛି, ତାହାର ସେହି ପାପ ତାହାକୁ ଜ୍ଞାତ କରାଗଲେ, ସେ ଏକ ନିଖୁ; ପୁଂଛାଗ ଉପହାର ଆଣିବ ।
24
ପୁଣି, ସେ ସେହି ଛାଗ ମସ୍ତକରେ ହସ୍ତନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ; ତାହା ପାପାର୍ଥକ ବଳିଦାନ ।
25
ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି-ମୂଳରେ ଢାଳିବ ।
26
ପୁଣି ମଙ୍ଗଳାର୍ଥକ ବଳିଦାନର ମେଦନ୍ୟାୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ ।
27
ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯେବେ ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭ୍ରାନ୍ତିରେ ପାପ କରି ଦୋଷୀ ହୁଏ
28
ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ଯେବେ ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଏକ ନିଖୁ; ଛାଗୀ ଉପହାର ଆଣିବ ।
29
ପୁଣି ସେ ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ସେହି ପାପାର୍ଥକ ବଳି ବଧ କରିବ ।
30
ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ବେଦିମୂଳରେ ଢାଳିବ ।
31
ପୁଣି, ମଙ୍ଗଳାର୍ଥକ ବଳିରୁ ନୀତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ; ତହୁଁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦି ଉପରେ ତାହା ଦଗ୍ଧ କରିବ; ଏହିରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ ।
32
ଯେବେ ସେ ପାପାର୍ଥକ ବଳିଦାନ ନିମନ୍ତେ ମେଷବତ୍ସା ଆଣେ, ତେବେ ନିଖୁ; ମେଷବତ୍ସା ଆଣିବ ।
33
ପୁଣି ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ପାପାର୍ଥକ ବଳିକି ବଧ କରିବ ।
34
ତହୁଁ ଯାଜକ ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ବେଦିମୂଳରେ ଢାଳିବ ।
35
ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନୀତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27