bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Ruth 2
Ruth 2
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ନୟମୀର ସ୍ଵାମୀ ଏଲିମେଲକ ବଂଶୀୟ ବୋୟଜ ନାମରେ ଏକ ଜଣ ମହାବିକ୍ରମଶାଳୀ ଜ୍ଞାତି ଥିଲା ।
2
ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଶ୍ଚାତ୍ ପଶ୍ଚାତ୍ ଶସ୍ୟଶିଷା ସାଉଣ୍ଟିବି; ତହିଁରେ ସେ ତାହାକୁ କହିଲା, ଆଗୋ ଆମ୍ଭର କନ୍ୟେ, ଯାଅ ।
3
ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟଚ୍ଛେଦକମାନଙ୍କର ପଶ୍ଚାତ୍ ପଶ୍ଚାତ୍ ରାଁ କରିବାକୁ ଲାଗିଲା; ଆଉ ଘଟନାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ତରେ ପହଞ୍ଚିଲା ।
4
ଆଉ ଦେଖ, ବୋୟଜ ବେଥ୍ଲିହିମଠାରୁ ଆସି ଶସ୍ୟଚ୍ଛେଦକମାନଙ୍କୁ କହିଲା, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ; ସେମାନେ ଉତ୍ତର କଲେ,ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।
5
ତେବେ ବୋୟଜ ଶସ୍ୟଚ୍ଛେଦକମାନଙ୍କ ଉପରେ ନିଯୁକ୍ତ ଆପଣା ଯୁବାକୁ ପଚାରିଲା, ଏହି ଯୁବତୀଟି କାହାର?
6
ତହିଁରେ ଶସ୍ୟଚ୍ଛେଦକମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି ।
7
ଆଉ ସେ ମୋତେ କହିଲା, ମୁଁ ବିନତି କରୁଅଛି, ଶସ୍ୟଚ୍ଛେଦକମାନଙ୍କ ପଶ୍ଚାତ୍ ପଶ୍ଚାତ୍ ବିଡ଼ାର ମଧ୍ୟେ ମଧ୍ୟେ ରାଁ କରିବାକୁ ମୋତେ ଦିଅ; ଏଣୁ ସେ ଆସି ପ୍ରାତଃକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ କାଳ ସେ ଗୃହରେ ବସି ରହିଥିଲା ।
8
ତହିଁରେ ବୋୟଜ ରୂତକୁ କହିଲା, ଆଗୋ ମୋହର କନ୍ୟେ, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ରାଁ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ ।
9
ଶସ୍ୟଚ୍ଛେଦକମାନେ ଯେଉଁ କ୍ଷେତ୍ରର ଶସ୍ୟ କାଟିବେ, ତାହା ପ୍ରତି ଦୃଷ୍ଟି ରଖି ତୁମ୍ଭେ ଦାସୀଗଣର ପଶ୍ଚାତ୍ ଯାଅ, ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରି ନାହିଁ? ଆଉ ତୁମ୍ଭେ ତୃଷିତ ହେଲେ, ପାତ୍ର ନିକଟକୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର ।
10
ଏଥିରେ ସେ ମୁହଁମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି?
11
ବୋୟଜ ତାହାକୁ ଉତ୍ତର ଦେଇ କହିଲା, ତୁମ୍ଭ ସ୍ଵାମୀର ମୃତ୍ୟୁ ଉତ୍ତାରେ ତୁମ୍ଭେ ଆପଣା ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ଆପଣା ପିତା ଓ ଆପଣା ମାତା ଓ ଆପଣା ଜନ୍ମଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହା ଯାଇଅଛି ।
12
ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ; ଇସ୍ରାଏଲର ଯେଉଁ ସଦାପ୍ରଭୁ ପରମେଶ୍ଵରଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ ।
13
ଏଥିରେ ସେ କହିଲା, ହେ ମୋହର ପ୍ରଭୋ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ; ଆପଣ ମୋତେ ସାନ୍ତ୍ଵନା କଲେ, ପୁଣି ଆପଣଙ୍କର ଏହି ଦାସୀ ପ୍ରତି ଚିତ୍ତପ୍ରବୋଧକ କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ ।
14
ଭୋଜନ ସମୟରେ ବୋୟଜ ତାହାକୁ କହିଲା, ତୁମ୍ଭେ ଏଠାକୁ ଆସି ରୋଟୀ ଭୋଜନ କର ଓ ଆପଣା ରୋଟୀଖଣ୍ତ ଅମ୍ଳରସରେ ବୁଡ଼ାଅ; ତହିଁରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ବସିଲା; ପୁଣି (ବୋୟଜ) ତାହାକୁ ଭଜା ଶସ୍ୟ ଆଣି ଦେଲା; ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ଅବଶିଷ୍ଟ ରଖିଲା ।
15
ତହୁଁ ସେ ରାଁ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ ।
16
ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ସେ ତାହା ସାଉଣ୍ଟୁ, ଆଉ ତାହାକୁ ଧମକାଅ ନାହିଁ ।
17
ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ରାଁ କଲା; ପୁଣି ଆପଣା ସାଉଣ୍ଟିଲା ଶସ୍ୟ ମଳନ୍ତେ, ଊଣାଧିକେ ଏକ ଐଫା ଯବ ହେଲା ।
18
ଅନନ୍ତର ସେ ତାହା ନେଇ ନଗରକୁ ଗଲା; ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖିଲା ଓ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ଅବଶିଷ୍ଟ ରଖିଥିଲା; ତାହା ମଧ୍ୟ ବାହାର କରି ତାହାକୁ ଦେଲା ।
19
ତହୁଁ ତାହାର ଶାଶୁ ତାହାକୁ ପଚାରିଲା, ତୁମ୍ଭେ ଆଜି କେଉଁଠାରେ ରାଁ କଲ ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ । ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ ।
20
ଏଥିରେ ନୟମୀ ଆପଣା ପୁତ୍ରବଧୂକୁ କହିଲା, ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ୍ତ କରି ନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ । ନୟମୀ ଆହୁରି କହିଲା, ସେ ଜଣ ଆମ୍ଭମାନଙ୍କର ନିକଟ-କୁଟୁମ୍ଵ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ ।
21
ମୋୟାବ-ଦେଶୀୟା ରୂତ କହିଲା, ସେ ମୋତେ ଆହୁରି କହିଲେ, ମୋହର ସବୁ ଶସ୍ୟଚ୍ଛେଦନ ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ମୋʼ ଯୁବାମାନଙ୍କ ସଙ୍ଗରେ ଥାଅ ।
22
ତହିଁରେ ନୟମୀ ଆପଣା ପୁତ୍ରବଧୂ ରୂତକୁ କହିଲା, ଆଗୋ ମୋହର କନ୍ୟେ, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ; ତାହାହେଲେ, ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମ୍ଭର ଅପମାନ କରିବ ନାହିଁ ।
23
ଏଣୁ ଯବ ଓ ଗହମ ଶସ୍ୟଚ୍ଛେଦନ ସମାପ୍ତି ପର୍ଯ୍ୟନ୍ତ ସେ ରାଁ କରିବା ପାଇଁ ବୋୟଜର ଦାସୀଗଣ ସଙ୍ଗରେ ରହିଲା, ପୁଣି ଆପଣା ଶାଶୁ ସହିତ ବାସ କଲା ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4