bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 John 2
1 John 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
1
ପିଲାମାନେ, ତୁମ୍ଭମାନଙ୍କୁ ମୋର ଏହି ଚିଠି ଲେଖିବାର ଉଦ୍ଦେଶ୍ୟ, ଏହି ପଢ଼ି ଯେପରି ଆଉ ପାପ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ଜାଣିବ, କେହି ଯଦି ପାପ କରେ, ଆମ ପାଇଁ ପିତା ଈଶ୍ୱରଙ୍କଠାରେ କୃପାଭିକ୍ଷଶ କରିବାକୁ ଜଣେ ମହାପୁଣ୍ୟବାନ ବ୍ୟକ୍ତିଅଛନ୍ତି- ପ୍ରଭୁଯୀଶୁ ଖ୍ରୀଷ୍ଟ।
2
ସେହହି ଖ୍ରୀଷ୍ଟନିଜେ ଆମର ତଥା ସମଗ୍ର ମାନବ ଜାତିର ପାପ କ୍ଷମା ନିମନ୍ତେ ପ୍ରାୟଶ୍ଜିତ୍ତ ସ୍ୱରୂପ ହୋଇଛନ୍ତି।
3
ଈଶ୍ୱରଙ୍କ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆମେ ନିଶ୍ଚିତଭାବେ ତାଙ୍କୁ ଜାଣି ପାରିବା।
4
ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ଜାଣିଛି, ଅଥଚ ସେ ତାଙ୍କ ଆଜ୍ଞାପାଳନ କରେ ନାହିଁ, ଯେ ଜଣେ ମିଥ୍ୟାବାଦୀ; ତା’ ଅନ୍ତରରେ ସତ୍ୟର ସ୍ଥାନ ନାହିଁ।
5
ଅପର ପକ୍ଷେ, ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଜ୍ଞା ପାଳନ କରେ; ଈଶ୍ବରଙ୍କ ପ୍ରତି ତା’ର ପ୍ରେମ ପରିପୂର୍ଣ୍ଣତା ଲାଭ କରିଛି। ଜୀବନରେ ଈଶ୍ୱରଙ୍କ ସତ୍ତା ଆମେ ଯେ ଅନୁଭବ କରୁଛୁ, ଏହି ନିତଶ୍ଚିତ ଭାବରେ କିପରି ଜାଣି ପାରିବା?
6
ଯେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଛି ବୋଲି କହେ, ସେ ଅବିକଳ ଖ୍ରୀଷ୍ଟ ଯୀଶୁଙ୍କ ପରି ଜୀବନ ଯାପନ କରିବା ଉଚିତ।
7
ପ୍ରିୟ ବନ୍ଧୁଗଣ! ଯେଉଁ ଆଜ୍ଞା ବିଷୟରେ ଲେଖିପାକୁ ଯାଉଛି, ତାହା ପ୍ରକୃତରେ ନୂତନ ନୁହେଁ। ବହୁ କାଳାବଧି ତୁମେ ତାହା ଶୁଣି ଆସିଛ-ଆମେ ପ୍ରଚାର କରୁଥିବା ବାର୍ତ୍ତାରେ ସେହି ଆଜ୍ଞା ତୁମେ ଶୁଣିଛ।
8
କିନ୍ତୁ ଏହାକୁ ଏକ ନୂତନ ଆଜ୍ଞା ରୂପେ ଏଠାରେ ମୁଁ ଉଲ୍ଲେଖତ କରୁଛି, କାରଣ ଏହାର ବାସ୍ତବତା କେବଳ ଖ୍ରୀଷ୍ଟଙ୍କଠାରେ ରୂପାୟିତ ହୋଇଛି ଏବଂ ପ୍ରକୃତ ଆଲୋକ ଏବେ ପ୍ରକଶଶମାନ।
9
ଯଦି କେହି କହେ, ଏହି ଆଲୋକରେ ତା’ର ସ୍ଥିତି, ଅଥଚ ସେ ତା’ ଭାଇକୁ ଘୃଣା କରୁଥାଏ, ସେ ଅଦ୍ୟାପି ଅନ୍ଧକାର ନିବାସୀ।
10
ଯେ କେହି ନିଜର ଭାଇକୁ ପ୍ରେମ କରେର, ତା’ର ସ୍ଥିତି ଆଲୋକରେ; ସେ ସହଜରେ ଝୁଣ୍ଟିପଡ଼େ ନାହିଁ।
11
କିନ୍ତୁ ଯେଉଁ ବ୍ୟକ୍ତି ତା’ଭାଇକୁ ଘୃଣା କରେ, ତା’ର ଅବସ୍ଥିତି ଅନ୍ଧକାର ମଧ୍ୟରେ, ସେ ଅନ୍ଧକାରରେ ବିଚରଣ କରେ, ତା’ର ଗନ୍ତବ୍ୟ ପଥ ସେ ଜାଣିପାରେ ନାହିଁ, ଆମା ଅନ୍ଧକାର ତାକୁ ଦୃଷ୍ଟିହୀନ କରି ରଖିଛି।
12
ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ମୁଁ ଏପତ୍ର ଲେଖଚଛି, କାରରଣ ଖ୍ରୀଷ୍ଟଙ୍କ ନାମ ଲାଗି ତୁମ୍ଭମାନଙ୍କ ପାପ କ୍ଷମା ହୋଇଛି।
13
ପିତୃଗଣ, ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି; କାରଣ, ଅନାଦି କାଳରୁ ଯେ ବିଦ୍ୟମାନ; ତାଙ୍କୁ ତୁମେ ଜାଣିଛ। ଯୁବ ସମାଜ, ତୁମକୁ ମଧ୍ୟ ଏପତ୍ର ଲେଖୁଛି, କାରଣ ତୁମେ ପାପୀତ୍ମାକୁ ପରାସ୍ତ କରି ପାରିଛ।
14
ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ଲେଖୁଛି, କାରଣ ପରମ ପିତାଙ୍କୁ ତୁମେ ଜାଣିଛ। ପିତୃଗଣ! ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି, କାରଣ ଯ।।ଙ୍କର ସ୍ଥିତି ଅନାଦି କାଳରୁ, ତୁମ୍ଭେମାନେ ତାଙ୍କୁ ଜାଣିଛ। ଯୁବ ସମାଜ! ତୁମ୍ଭମାନଙ୍କୁ ମଧ୍ୟ ଏ ପତ୍ର ଲେଖୁଛି, କାରଣ ତୁମ୍ଭେମାନେ ବଳିଷ୍ଠ, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନେ ଅନ୍ତରରେ ରହିଛି ଓ ତୁମ୍ଭେମାନେ ପାପାତ୍ମାକୁ ପରାସ୍ତକରୁଛ।
15
ଏହି ଜଗତ କିମ୍ବା ତାହାର କୌଣସି ବିଷୟ ପ୍ରତି ଆସକ୍ତ ହୁଅ ନାହିଁ। ତୁମେ ଯଦି ଜଗତ ପ୍ରତି ଆସକ୍ତ, ପରମ ପିତାଙ୍କ ପ୍ରତି ତୁମର ପ୍ରେମ ନାହିଁ।
16
ଏହି ଜଗତର ଯେଉଁସବୁ ଶାରୀରିକ ବିଷୟ ଉପଭୋଗ କରିବାକୁ ମନୁଷ୍ୟ ଲାଳାୟିତ, ଲୋକେ ଯେଉଁ ସବୁ ସୁଦୃଶ୍ୟ ବିଷୟ ନେଇ ଲୋକେ ଗର୍ବ କରନ୍ତି, ତାହା ସବୁ ପରମ ପିତାଙ୍କର ଦାନ ନୁହେଁ- ସେ ସବୁ କେବଳ ଏହି ଜଗତର ସମ୍ପଦ।
17
ଲୋକେ ଜଗତ ଓ ତା’ର ଯେଉଁ ସମସ୍ତ ବିଷୟ କାମନା କରନ୍ତି, ସେ ସବୁର ବିଲୟଘଟେ, କିନ୍ତୁ ଯେ କେହି ଈଶ୍ୱରଙ୍କ ଇଚ୍ଛାସାଧନ କରେ, ସେ ହୁଏ ଅମର।
18
ପିଲାମାନେ! ଅନ୍ତିମ କାଳ ନିକଟବର୍ତ୍ତୀ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବବାର ସମୟ ହେଲାଣି ବୋଲି ଶୁଣିଛୁ: ଖ୍ରୀଷ୍ଟଙ୍କର ଅନେକ ଶତ୍ରୁ ଏବେ ଦେଖାଦେଲେଣି; ସତରାଂ ଅନ୍ତିମ କାଳ ନିକଟ ହେଲାଣି ବୋଲି ଆମେ କାଳ ନିକଟ ଲୋଣଇ ବୋଲି ଆମେ ଜାଣୁ।
19
ଏମାନେ ପ୍ରକୃତରେ ଆମ ଦଳରୁ ଲୋକ ନୁହଁନ୍ତି, ସେଥିପାଇଁ ଏମାନେ ଆମକୁ ପରିତ୍ୟାଗ କରିଛନ୍ତି- ଆମ ଦଳର ହୋଇଥିଲେ, ସେମାନେ ଆମ ସହିତ ରହି ଥାଆନ୍ତେ; ଆମଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଆମ ଦଳର ନୁହଁନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି।
20
କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅନୁଗ୍ରହରୁ ପବିତ୍ରଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇଅଛ; ସୁତରାଂ ତୁମେ ସମସ୍ତେ ସତ୍ୟ କଅଣ ଜାଣିଛ।
21
ସତ୍ୟ ଜାଣି ନ ଥିବାରୁ ଯେ ତୁମ୍ଭମାନଙ୍କୁ ଏପତ୍ର ଲେଖୁଛି- ସତ୍ୟରୁ କୌଣସି ମିଥ୍ୟାର ଉତ୍ପତ୍ତି ହୋଇପାରେ ନାହିଁ ବୋଲି ଜାଣିଛ।
22
ତେବେ ମିଥ୍ୟାବାଦୀ କିଏ? ଯୀଶୁଙ୍କୁ ତ୍ରାଣକର୍ତ୍ତା ଖ୍ରୀଷ୍ଟ ବୋଲି ଯେ ସ୍ୱୀକାର କରେ ନାହିଁ, ସେ ମିଥ୍ୟାବାଦୀ। ପୁଣି ସେ ଖ୍ରୀଷ୍ଟଙ୍କ ଶତ୍ରୁ -ପିତା ଈଶ୍ୱବର ଓ ତାଙ୍କ ପୁତ୍ର ଯୀଶୁ, ଉଭୟଙ୍କୁ ସେ ପ୍ରତ୍ୟାଖ୍ୟାନ କରେ।
23
କାରଣ ଯେ ପୁତ୍ରଙ୍କୁ ପ୍ରତ୍ୟାଖ୍ୟାନ କରେ, ସେ ପିତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରେ; ଯେ ପୁତ୍ରଙ୍କୁ ଗ୍ରହଣ କରେ, ସେ ତା’ ଜୀବନରେ ପିତାଙ୍କ ସତ୍ତା ମଧ୍ୟ ଅନୁଭବ କରିବ।
24
ଅତଏବ, ଆଦୃରୁ ଯେଉଁ ବାର୍ତ୍ତା ଶୁଣି ଆସିଛ, ସେଥିପ୍ରତି ବିଶ୍ୱସ୍ତ ହୋଇ ରୁହ। ଆଦ୍ୟରୁ ଯାହା ଶୁଣିଛ, ତାକୁ ଯଦି ଅକ୍ଷୁଣ୍ଣ ରଖି ପାରିବ, ତାହାହେଲେ, ତୁମ୍ଭେମାନେ ପିତା ଈଶ୍ୱର ଓ ତାଙ୍କ ପୁତ୍ରଙ୍କ ସହିତ ଚିରକାଳ ସଂଯୁକ୍ତ ହୋଇ ରହିବ।
25
ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।
26
ଯେଉଁମାନେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି।
27
ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁ ତାଙ୍କ ପବିତ୍ରଆତ୍ମାରେ ପରିପୂର୍ଣ୍ଣ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଆତ୍ମା ତୁମ ଅନ୍ତରରେ ବିରାଜମା. ଅନ୍ୟମାନଙ୍କଠାରୁ ଶିକ୍ଷା ଦିଅନ୍ତି- ତାଙ୍କ ଶିକ୍ଷଶ ମିଥ୍ୟା ନୁହେଁ। ସେହି ଆତ୍ମାଙ୍କ ଶିକ୍ଷା ପାଳନ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ରୁହ।
28
ହଁ ପିଲାମାନେ! ତାଙ୍କଠାରେ ସଂଯୁକ୍ତ ହୋଇ ରୁହ, ତାହାହେଲେ ତାଙ୍କର ଯେତେବେଳେ ଆବିର୍ଭାବ ହେବ, ଆମ ନିର୍ଭୀକ ଭାବରେ ତାଙଘ୍କର ସମ୍ମୁଖୀନ ହୋଇ ପାରବା- ସେହି ଦିବସରେ ଆମକୁ ଲଜ୍ଜାରେ ଆତ୍ମଗୋପନ କରିବାକୁ ପଡ଼ଫିବ ନାହହିଁ।
29
ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
All chapters:
1
2
3
4
5
Recommended Reading
Commentary
1 John Commentaries
→
Devotional
1 John Devotional Guide
→
Get This Bible
CL Study Bible
→